Posted inଖେଳ

ସୁନେଲିତାଙ୍କ ସ୍ବପ୍ନ

ବେଙ୍ଗାଲୁରୁସ୍ଥିତ ଭାରତୀୟ କ୍ରୀଡ଼ା ପ୍ରାଧିକରଣ(ସାଇ)ରେ ହେବାକୁଥିବା ଜାତୀୟ ସିନିୟର ମହିଳା ହକି କୋଚିଂ କ୍ୟାମ୍ପ୍‌ ପାଇଁ ମନୋନୀତ ହୋଇଛନ୍ତି ଓଡ଼ିଶାର ପ୍ରତିଭାସମ୍ପନ୍ନ ଖେଳାଳି ସୁନେଲିତା ଟପ୍ପୋ। ସୁନ୍ଦରଗଡ଼ର ଏହି ୧୬ ବର୍ଷୀୟା ଯୁବ ଖେଳାଳି ଜୁନିୟରସ୍ତରରେ ପ୍ରଭାବୀ ପ୍ରଦର୍ଶନ ପରେ ସିନିୟର କ୍ୟାମ୍ପ୍‌ ପାଇଁ ଭାରତୀୟ ସମ୍ଭାବ୍ୟ କୋର୍‌ ଦଳରେ ସାମିଲ ହୋଇଛନ୍ତି। ସୁନ୍ଦରଗଡ଼ ଜିଲାର କୁକୁଡ଼ା ଗାଁ ହେଉଛି ତାଙ୍କ ଘର। ଖଣିଜ ସମ୍ପଦରେ ଭରପୂର ସୁନ୍ଦରଗଡ଼ ଜିଲାର ଆଦିବାସୀ ସମ୍ପ୍ରଦାୟରୁ ଅନେକ ହକି ଖେଳାଳି ସୃଷ୍ଟି ହୋଇଛନ୍ତି। ଓଡ଼ିଶାର ୯୦ ପ୍ରତିଶତ ହକି ଖେଳାଳି କେବଳ ସୁନ୍ଦରଗଡ଼ ଜିଲାରୁ ହିଁ ଆସିଛନ୍ତି। ସୁନେଲିତା ମଧ୍ୟ ଏଥିରୁ ବାଦ୍‌ ଯାଇନାହାନ୍ତି। ମାତ୍ର ୮ ବର୍ଷ ବୟସରୁ ସେ ହକିକୁ ଆଦରି ନେଇଛନ୍ତି। ”ଆମ ଗାଁର ଅଧିକାଂଶ ପିଲା ହକି ଖେଳିଥାନ୍ତି। ସେଠାରେ ଲୋକାଲ ହକି ଟୁର୍ନାମେଣ୍ଟ ମଧ୍ୟ ଆୟୋଜନ ହୋଇଥାଏ। ତେଣୁ ମୁଁ ସ୍ବତଃ ଏହି କ୍ରୀଡ଼ା ପ୍ରତି ଆଗ୍ରହୀ ହେଲି ଏବଂ ୮ ବର୍ଷ ବୟସରୁ ଏଥିରେ ମନୋନିବେଶ କରିଥିଲି। ତେବେ ମୁଁ ଜଣେ ପେସାଦାର ଖେଳାଳି ହେବି ବୋଲି କେବେ ଭାବି ନ ଥିଲି। କେବଳ ଏହି ଗେମ୍‌କୁ ଉପଭୋଗ କରୁଥିଲି“ ବୋଲି ସୁନେଲିତା ପ୍ରକାଶ କରିଛନ୍ତି।
ଏହି ଅଞ୍ଚଳରୁ ଆସିଥିବା ଅଧିକାଂଶ ଖେଳାଳିଙ୍କ ଭଳି ସୁନେଲିତାଙ୍କ ପୃଷ୍ଠଭୂମି ମଧ୍ୟ ଭଲ ନୁହେଁ। ତାଙ୍କ ବାପା ଜଣେ କୃଷକ ଏବଂ ମା’ ଗୃହିଣୀ। ତେଣୁ ଏହି ଯୁବା ଫରଓ୍ବାର୍ଡଙ୍କ ପାଇଁ ଜଣେ ପେସାଦାର ହକି ଖେଳାଳି ହେବା ସହଜ ନ ଥିଲା। ତେବେ କେବେହେଲେ ହାରି ନ ଯିବାର ପ୍ରବୃତ୍ତି ଏବଂ ପାରିବାରିକ ସମର୍ଥନ ତାଙ୍କୁ ସୁନ୍ଦରଗଡ଼ସ୍ଥିତ ସାଇ ଟ୍ରେନିଂ ସେଣ୍ଟର (ଏସ୍‌ଟିସି)ରେ ଭର୍ତ୍ତି ହେବାରେ ସହାୟକ ହୋଇଥିଲା। ସେଠାରେ ହକି ସମେତ ଏକାଧିକ କ୍ରୀଡ଼ାରେ ଖେଳାଳିଙ୍କୁ ଟ୍ରେନିଂ ଏବଂ କୋଚିଂ ଦିଆଯାଇଥାଏ। ”ଆର୍ଥତ୍କ ସ୍ଥିତି ଦୁର୍ବଳ ଯୋଗୁ ଜଣେ ପେସାଦାର ହକି ଖେଳାଳି ହେବା ପଥରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛି। ମାତ୍ର ପରିବାରର ବିଶ୍ୱାସ ମୋ ଉପରେ ରହିଆସିଛି। ସେମାନେ ମୋତେ ମାନସିକସ୍ତରରେ ସମର୍ଥନ କରିଆସିଥିବାରୁ ମୁଁ ଆଜି ଏଠାରେ ପହଞ୍ଚତ୍ପାରିଛି“ ବୋଲି ସୁନେଲିତା କହିଛନ୍ତି।
ଏସ୍‌ଟିସିକୁ ଆସିବା ପରେ ସୁନେଲିତା ଆଉ ପଛକୁ ଫେରି ଚାହିଁନାହାନ୍ତି। ମହିଳା ଜୁନିୟର ଦଳରେ ସାମିଲ ହେବାପରେ ସେ କ୍ରମାଗତ ଉତ୍ତମ ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ପରୋକ୍ଷରେ ଏହା ତାଙ୍କୁ ହକି ଇଣ୍ଡିଆ ସିନିୟର ମହିଳା ଜାତୀୟ କୋଚିଂ କ୍ୟାମ୍ପରେ ସାମିଲ ହେବା ପାଇଁ ସହାୟକ ହୋଇଛି। ତାଙ୍କ ମତରେ କଠିନ ପରିଶ୍ରମର ଆଉ କିଛି ବିକଳ୍ପ ନାହିଁ। ଗେମ୍‌ ଠିକ୍‌ ଥିଲେ ମଧ୍ୟ ସଫଳତା ପାଇଁ ଆହୁରି ପରିଶ୍ରମ କରିବାକୁ କୋଚ୍‌ ତାଙ୍କୁ ପରାମର୍ଶ ଦେଇଥିଲେ। ତେଣୁ ପରିଶ୍ରମ ଜାରିରଖି ସେ ଆଗାମୀ ଦିନରେ ଅଧିକରୁ ଅଧିକ ସଫଳତା ପାଇବାକୁ ଲକ୍ଷ୍ୟ ରଖିଛନ୍ତି। ଭବିଷ୍ୟତରେ ଅଲିମ୍ପିକ୍ସରେ ଖେଳିବା ଏବଂ ସେଠାରେ ସ୍ବର୍ଣ୍ଣପଦକ ଜିତିବା ତାଙ୍କର ଲକ୍ଷ୍ୟ ବୋଲି ସୁନେଲିତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାର ଲଢ଼ୁଆ ବିମାନକୁ ଖସାଇଲା ଇରାନ: ନାଗରିକଙ୍କୁ ଦେଲା ଏମିତି ଅଫର, ‘ପାଇଲଟ ଜୀବିତ ଥିଲେ…’

ଓ୍ବାଶିଂଟନ୍‌,୪।୪: ଇରାନରେ ଏକ ଆମେରିକୀୟ F-15E ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫେବୃଆରୀ ୨୮ ତାରିଖରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ ଥର ପାଇଁ…

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri