ସୁନାବେଡ଼ା ଅଭୟାରଣ୍ୟ: ସ୍ଥାନାନ୍ତର ପାଇଁ ଜଣାଇଲେ ୨ ଗାଁର ଲୋକେ

ନୂଆପଡ଼ା ଅଫିସ,୧୮।୧୨: ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟରେ ବାସ କରୁଥିବା ଅନେକ ଗ୍ରାମରୁ ପ୍ରଥମ କରି ୨ ଗ୍ରାମବାସୀ ସରକାରଙ୍କ ନିୟମାନୁସାରେ ସ୍ଥାନାନ୍ତର ହେବା ପାଇଁ ଇଚ୍ଛା କରିଛନ୍ତି। ଏ ନେଇ ଗ୍ରାମବାସୀ ଲିଖିତ ଭାବେ ଜିଲାପାଳ ହେମାକାନ୍ତ ସାଏଙ୍କୁ ଜଣାଇଛନ୍ତି। ପ୍ରାପ୍ତ ସୂଚନାରୁ ପ୍ରକାଶ ସୁନାବେଡା ଅଭୟାରଣ୍ୟ ଭିତରେ ବ୍ଲକର ୨ଟି ପଞ୍ଚାୟତର ଛୋଟବଡ ପ୍ରାୟ ୫୨ଖଣ୍ଡ ଗ୍ରାମ ରହିଛି। ସେଠାରେ ଆଦିମ ଜନଜାତି ଚକୋଟିଆ ଭୁଞ୍ଜିଆଙ୍କ ସମେତ ଗଉଡ, କୁଲୁତା, ଗଣ୍ଡ, ପହରିଆ ଆଦି ସମ୍ପ୍ରଦାୟର ଲୋକ ବାସ କରୁଛନ୍ତି। କିନ୍ତୁ ଅଭୟାରଣ୍ୟକୁ ସବୁଦିନିଆ ରାସ୍ତା ଅଭାବ ଓ ଅଭୟାରଣ୍ୟ ଅଧିନିୟମ ଯୋଗୁୁ ଲୋକେ ବିଭିନ୍ନି ମୌଳିକ ସୁବିଧାରୁ ବଞ୍ଚତ୍ତ। ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ସୁନାବେଡା ପଞ୍ଚାୟତ ଗାତିବେଡା ଓ ଢେକୁନପାଣି ଗ୍ରାମ ଲୋକେ ସରକାରଙ୍କ ଅଭୟାରଣ୍ୟ ବିସ୍ଥାପନ ଅଧିନିୟମ ଅନୁଯାୟୀ ଅନ୍ୟତ୍ର ସ୍ଥାନାନ୍ତର ହେବାକୁ ଇଛା କରିଛନ୍ତି। ସରକାରଙ୍କୁ ଏ ସମ୍ପର୍କରେ ଲିଖିତ ଭାବେ ଜଣାଇଛନ୍ତି। ଡେକୁନପାଣିବାସୀଙ୍କ କହିବାନୁଯାୟୀ ଆମେ ଏଠାରେ ଗତ ୯୦ ବର୍ଷ ଧରି ରହି ଆସୁଛୁ। ଆଜି ପର୍ଯ୍ୟନ୍ତ ଆମମାନଙ୍କ ନାମରେ ଘରଡିହ କିମ୍ବା ଜମି ପଟ୍ଟା ଖଣ୍ଡେ ନାହିଁ। ଆମେ ଯେଣତେଣ କରି ଚଳିି ଆସିଲୁ। କିନ୍ତୁ ଆମ ପିଲାମାନେ ଏହି ଜଙ୍ଗଲ ଭିତରେ ରହିବାକୁ ଚାହୁଁନାହାନ୍ତି। ଏଠାରେ ସରକାରଙ୍କ କୌଣସି ମୌଳିକ ସୁବିଧା ନାହିଁ। ତେଣୁ ସେମାନେ ଆଉ ଏହି ଅନ୍ଧାରି ମୂଳକରେ ରହିବାକୁ ଚାହୁଁନାହାନ୍ତି। ଏଠାରେ ରହି ମଧ୍ୟ ଆମମାନଙ୍କ ନାମରେ କିଛି ନାହଁି। ତେବେ ଅନ୍ୟତ୍ର ଚାଲିଯିବା ଭଲ ବୋଲି ସରକାରଙ୍କୁ ଜଣାଇଛନ୍ତି। ଏ ନେଇ ସୁନାବେଡା ମୁଖ୍ୟ ବନ୍ୟଜନ୍ତୁ ସଂରକ୍ଷକ ଅଧିକାରୀ ବିନୟ ଭାଷନ କୁମାର ବିଶ୍ୱାସୀଙ୍କୁ ପଚାରିବାରୁ ଅଭୟାରଣ୍ୟରେ ବାଘ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି। ଅବଶ୍ୟ ଏହାର ବିଧିବଦ୍ଧ ଘୋଷଣା ହୋଇନାହିଁ। ତଥାପି ଏହା ଅଭୟାରଣ୍ୟ ଘୋଷଣା ହୋଇଛି। ତେଣୁ ଅଭୟାରଣ୍ୟ ବିସ୍ଥାପନ ଅଧିନିୟମ ଅନୁଯାୟୀ ସ୍ଥାନାନ୍ତର ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସ୍ଥାନରେ ସ୍ବତନ୍ତ୍ର କଲୋନୀ କରି ସେମାନଙ୍କୁ ଥଇଥାନ କରାଯିବ। ଏଥିସହ ପ୍ରତି ପରିବାରର ୧୮ବର୍ଷରୁ ଊଦ୍ଧ୍ୱର୍ର୍ ବୟସ ବ୍ୟକ୍ତି ପିଛା ୨୦ ଲକ୍ଷ ଟଙ୍କାର ପ୍ୟାକେଜ ଦେବାର ବ୍ୟାବସ୍ଥା ରହିଛି। ବର୍ତ୍ତମାନ ସମୟରେ ସୁନାବେଡାର ୨ଟି ଗାଁ ଗାତିବେଡା ଓ ଢେକୁନପାଣି ନିଜର ଆନ୍ତରିକତା ଦେଖାଇଛନ୍ତି। ଏ ନେଇ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି। ଖୁବଶୀଘ୍ର ଗ୍ରାମବାସୀଙ୍କ ସହ ବୈଠକ କରି ବ୍ୟାବସ୍ଥା କରାଯିବ। ପୂର୍ବରୁ ମଧ୍ୟ ଓଡିଶାର ଶିମିଳିମପାଳ, ଆନନ୍ଦପୁର ଆଦି ଅଭୟାରଣ୍ୟରେ ଏପରି ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ମହଲାରେ ହଠାତ୍‌ ଲାଗିଲା ନିଆଁ, ଆଉ ତା’ ପରେ…

ଗୁଣପୁର,୧୧ା୨(ସଙ୍କେତ ପାତ୍ର): ରାୟଗଡ଼ା ଜିଲା ଗୁଣପୁର ସହରର ବଳରାମ ନଗର ଅଞ୍ଚଳର ଶ୍ରୀରାମନଗରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ ନିବାସୀ ପ୍ରଫୁଲ୍ଲ ସେନାପତିଙ୍କ ଦ୍ୱିତୀୟ ମହଲାରେ…

ବିଜେଡିରୁ ଇସ୍ତଫା ଦେଲେ ଜିଲା ଉପସଭାପତି, ଏହି କାରଣ ଦର୍ଶାଇ…

ରାୟଗଡା,୧୧।୨(ଆଶିଷ ରଞ୍ଜନ ପଣ୍ଡା): ଜିଲାରେ ବିଜେଡି ପାଇଁ ବଢୁଛି ଅଡ଼ୁଆ। ଜିଲା କମିଟି ଘୋଷଣା ହେବା ପରେ ଦାୟିତ୍ୱ ପାଇଥିବା ଜଣେ ଉପସଭାପତି ତାଙ୍କ ପଦବୀରୁ ଇସ୍ତଫା…

ପୁଇଁହେବା ବେଳେ ବୃଦ୍ଧାଙ୍କ ଦେହରେ ଲାଗିଲା ନିଆଁ

ଆନନ୍ଦପୁର ୧୧।୨(ସୁଶାନ୍ତ କୁମାର ସାହୁ): ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ପୁଇଁବା ବେଳେ ପୋଡିହୋଇ ବୃଦ୍ଧା ଜଣକ ଗୁରୁତର ହୋଇଛନ୍ତି। ଏଭଳି ଏକ ଘଟଣା ଘଟିଛି…

ଶ୍ରମିକଙ୍କୁ ୧୦୦ ମିଟର ଘୋଷାଡି ନେଲା ବସ, ଆଉ ତା’ପରେ ଘଟିଲା…

ଭଞ୍ଜନଗର,୧୧/୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଭାଲିଆଖାଇ ଛକରେ ବୁଧବାର ନୀଳକଣ୍ଠ ନାମକ ଏକ ଘରୋଇ ବସ ଧକ୍କାରେ ଜଣେ ସାଇକେଲ ଆରୋହୀ ଗୁରୁତର ଭାବେ…

ପାର୍କରେ ଦୁର୍ବୃତ୍ତଙ୍କ ଉନ୍ମକ୍ତ କାଣ୍ଡ: ୪୨ଟି ଗଛ ଭାଙ୍ଗି ଛାରଖାର କଲେ ପାର୍କ

ବଲାଙ୍ଗୀର, ୧୧।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ପାର୍କ ଭିତରେ ସୌନ୍ଦର୍ଯ୍ୟ ବୃଦ୍ଧି ସକାଶେ ଲଗାଯାଇଥିବା ୪୨ଟି ଗଛକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେବା ସହ କାଟି…

ଜୁନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୨.୩୮ କୋଟି ଟଙ୍କା ହରିଲୁଟ ଅଭିଯୋଗ

ଅନୁଗୋଳ,୧୧।୨: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବୁଧବାର ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ (CDMO) କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ସୁବ୍ରତ କୁମାର ବେହେରାଙ୍କ ବିଭିନ୍ନ ବାସଭବନ ଓ କାର୍ଯ୍ୟାଳୟ…

ଯାତ୍ରା ଚାଲୁଥିବା ବେଳେ ଘରେ ପଶି ଲୁଟ: ଉତ୍ତମମଧ୍ୟମ ଦେଇ ପୋଲିସକୁ ହସ୍ତାନ୍ତର କଲେ ଗ୍ରାମବାସୀ

ଭଦ୍ରକ,୧୧।୨(ସନାତନ ରାଉତ): ଅପେରା ଚାଲୁଥିବାବେଳେ ଘରେ ପଶି ଲୁଟ। ଧରାପଡି ନିର୍ଧୁମ ଛେଚା ଖାଇବା ପରେ ପୋଲିସକୁ ୪ ଯୁବକଙ୍କୁ ହସ୍ତାନ୍ତର କଲେ ଗ୍ରାମବାସୀ l ଏପରି…

ମହିଳାଙ୍କୁ ମାଡ ମାରିବା ସହ ହାତ ଗୋଡ ବାନ୍ଧି, ଲୁଟିନେଲେ

ବୌଦ୍ଧ,୧୧।୨(ଅଜିତ କୁମାର ବାରିକ): ବୌଦ୍ଧ ଆଦର୍ଶ ଥାନା ଭାଲିଆପଦର୍‌ ଗ୍ରାମରେ ମଙ୍ଗଳବାର ରାତ୍ରିରେ ସଶସ୍ତ୍ର ଡକାୟତି ହୋଇଛି। ଗ୍ରାମର ଦେବବ୍ରତ ମିଶ୍ରଙ୍କ ଘରେ ଡକାୟତି କରିଛନ୍ତି ଦୁର୍ବୃତ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri