ଦେଖିବାକୁ ମିଳିଲା ସୂର୍ଯ୍ୟଙ୍କର ସବୁଠାରୁ ସ୍ବଚ୍ଛ ଛବି!

ମ୍ୟାଡ୍ରିଡ,୭।୯: ୟୁରୋପରେ ଥିବା ଏକ ଟେଲିସ୍କୋପ ସୂର୍ଯ୍ୟଙ୍କର ବର୍ତ୍ତମାନ ପର୍ଯ୍ୟନ୍ତ ନିଆଯାଇଥିବା ସବୁଠାରୁ ସ୍ବଚ୍ଛ ଚବି ଉଠାଇବାରେ ସଫଳ ହୋଇଥିବା କୁହାଯାଉଛି। ସୂର୍ଯ୍ୟଙ୍କର ଉକ୍ତ ଛବିଟି ଯେତିକି ଆଶ୍ଚର୍ଯ୍ୟକର ଲାଗୁଛି ସେତିକି ଭୟ ମଧ୍ୟ ଜାତ କରୁଛି। ସ୍ପେନ ମହାକାଶରେ ନଜର ରଖୁଥିବା ଜର୍ମାନୀର ବୈଜ୍ଞାନିକମାନେ ଗ୍ରେଗୋର ଟେଲିସ୍କୋପ ମାଧ୍ୟମରେ ସୂର୍ଯ୍ୟଙ୍କର ଏହି ହାଇ ରିଜୋଲ୍ୟୁଶନ ଫଟୋ ଉଠାଇଥିବା କୁହାଯାଉଛି। ଏହି ଟେଲିସ୍କୋପ ଟାଇଡେ ଅବଜରଭେଟୋରୀରେ ଲଗାଯାଇଛି। ଲିବନିଜ ଇନଷ୍ଟିଚ୍ୟୁଟ ଫର୍‌ ସୋଲାର ଫିଜିକ୍ସ(କେଆଇଏସ୍‌)ର ବୈଜ୍ଞାନିକମାନେ ଏହି ଟେଲିସ୍କୋପର ଲେନ୍ସକୁ ପୁଣିଥରେ ଡିଜାଇନ କରିଛନ୍ତି। ଯେଉଁଥିରେ ଅଦ୍ଭୁତ ଫଟୋ ଉଠାଯାଇ ପାରୁଛି। ଏବେ ଏହି ଫଟୋ ଜରିଆରେ ବୈଜ୍ଞାନିକ ଚୁମ୍ବକୀୟ ଶକ୍ତି, ବାୟୁମଣ୍ଡଳୀୟ ବିକ୍ଷୋଭ ଓ ସନ ସେଟ୍‌ରକୁ ନେଇ ଅଧିକ ଅଧ୍ୟୟନ କରିପାରିବେ। ବୈଜ୍ଞାନିକମାନେ ଆହୁରି ମଧ୍ୟ କହିଛନ୍ତି ଗ୍ରେଗୋର ଟେଲିସ୍କୋପ ମାଧ୍ୟମରେ ଏବେ ସୂର୍ଯ୍ୟଙ୍କର ଏମିତି ଫଟୋ ଉଠାଯାଇ ପାରିବ ଯେମିତିକି ଏହାକୁ ୪୮ କିଲୋମିଟର ଦୂର ମଧ୍ୟରେ ଦେଖିହେବ। ଏହି ଫଟୋରୁ ଏବେ ବୈଜ୍ଞାନିକମାନଙ୍କୁ ବହୁ ତଥ୍ୟ ମିଳିପାରିବ ବୋଲି ଅନୁମାନ କରାଯାଉଛି। ଏହି ପେଆଜେକ୍ଟର ମୁଖ୍ୟ ଥିବା ଡାକ୍ତର ଲୁସିୟାକେତଲଇଣ୍ଟ କହିଛନ୍ତି ଏହା ବହୁତ ରୋମାଚକର ଓ ବେଶ୍‌ କଠିନ ପ୍ରୋଜେକ୍ଟ। ମାତ୍ର ବର୍ଷକ ଭିତରେ ଟେଲିସ୍କୋପର ମେଶିନ, ଲେନ୍ସ ଓ ଅନ୍ୟ ଇଲୋକ୍ଟ୍ରନିକ୍ସ ଉପକରଣକୁ ବଦଳାଇ ଦିଆଯାଇଛି। ବୈଜ୍ଞାନିକମାନେ ଏବେ ଜାଣିପାରିବେ କେଉଁ ପ୍ରକାରର ଉପଗ୍ରହକୁ ସୂର୍ଯ୍ୟଙ୍କଠାରୁ ବଞ୍ଚାଇ ରଖିହେବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ଚନ୍ଦ୍ରକୁ ମହାକାଶଚାରୀ ପଠାଇଲା ନାସା, ରକେଟ ଛଡ଼ାଯିବାର ୫ ମିନିଟ୍‌ ପରେ କମାଣ୍ଡର କହିଲେ…

କେପ୍‌ କାନାଭେରାଲ,୨ା୪: ଆମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେଶନ(ନାସା) ବୁଧବାର ଚନ୍ଦ୍ର ଅଭିମୁଖେ ୪ଜଣ ମହାକାଶଚାରୀଙ୍କୁ ପଠାଇଛି। ଆର୍ଟେମିସ୍‌-୨ ନାମରେ ଏହି ଚନ୍ଦ୍ର ଅଭିଯାନ ୩ଜଣ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri