ଚନ୍ଦା କୋଚରଙ୍କୁ ସମନ

ନୂଆଦିଲ୍ଲୀ,୭।୨: ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚରଙ୍କୁ ସ୍ବତନ୍ତ୍ର କୋର୍ଟ ସମନ କରିଛି। ଘରୋଇ କମ୍ପାନୀ ଭିଡିଓକନ ଗ୍ରୁପ୍‌ର ଅଧ୍ୟକ୍ଷ ଭେନୁଗୋପାଳ ଧୂତ୍‌ଙ୍କୁ କୋଚର ଅହେତୁକ ଅନୁକମ୍ପା ଦେଖାଇବା ଘଟଣା ସାମ୍ନାକୁ ଆସିଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହି ଘଟଣାର ତଦନ୍ତ କରୁଛି। ଏହି ଘଟଣାକୁ ନେଇ ବିିବାଦରେ ରହିଥିବା ଚନ୍ଦା କୋଚର ଓ ଧୂତ୍‌ଙ୍କୁ ଫେବୃୟାରୀ ୧୨ରେ ସ୍ବତନ୍ତ୍ର କୋର୍ଟରେ ହାଜର ହେବାକୁ ସମନ ଜାରି କରାଯାଇଛି। ପ୍ରିଭେନ୍‌ସନ ଅଫ୍‌ ମନିଂ ଲଣ୍ଡରିଂ ଆକ୍ଟ (ପିଏମ୍‌ଏଲ୍‌ଏ)କୁ ଆଧାରକରି ସ୍ବତନ୍ତ୍ର କୋର୍ଟଙ୍କ ପକ୍ଷରୁ ଏହି ସମନ ଜାରି କରାଯାଇଥିବା ଜଣାପଡିଛି।

Share