Categories: ଖେଳ

ସୁମିତ, ଯୋଗେଶଙ୍କ ବିଶ୍ୱରେକର୍ଡ

ବେଙ୍ଗାଲୁରୁ, ୨୦।୮ (ପି.ଟି.): ଏଠାରେ ଚାଲିଥିବା ୪ର୍ଥ ଇଣ୍ଡିଆନ ଓପନ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଟୋକିଓ ପାରାଲିମ୍ପିକ୍ସ ଚାମ୍ପିୟନ ଜାଭେଲିନ ଥ୍ରୋୟର ସୁମିତ ଆଣ୍ଟିଲ ଏବଂ ସିଲଭର ମେଡାଲିଷ୍ଟ ଡିସକସ୍‌ ତାରକା ଯୋଗେଶ କାଥୁନିୟା ନୂଆ ବିଶ୍ୱରେକର୍ଡ ସୃଷ୍ଟି କରିଛନ୍ତି। ସୁମିତ ୬୮.୬୨ ମିଟର ଦୂରକୁ ଜାଭେଲିନ୍‌ ଥ୍ରୋ କରି ନୂଆ କିର୍ତ୍ତୀମାନ ସ୍ଥାପନ କରିଛନ୍ତି। ୨୪ ବର୍ଷୀୟ ଏହି ଭାରତୀୟ ପାରା ଆଥଲେଟ୍‌ ପୂର୍ବରୁ ଗତବର୍ଷ ଟୋକିଓ ଅଲିମ୍ପିକ୍ସରେ ଏଫ୍‌-୬୪ ବର୍ଗରେ ୬୮.୫୫ ମିଟର ଦୂରକୁ ଜାଭେଲିନ ଥ୍ରୋ କରି ବିଶ୍ୱରେକର୍ଡର ଅଧିକାରୀ ଥିଲେ। ଏଠାରେ ସେ ନିଜ ରେକର୍ଡକୁ ଭାଙ୍ଗିଛନ୍ତି। ଗତ ୬ ଉଦ୍ୟମରେ ସେ ୩ ଥର ନିଜ ଜାତୀୟ ରେକର୍ଡ ଭାଙ୍ଗିବାର ଗୌରବ ଅର୍ଜନ କରିଛନ୍ତି। ଅନ୍ୟପକ୍ଷରେ ଯୋଗେଶ ୪୮.୩୪ ମିଟର ଦୂରକୁ ଡିସ୍‌କସ୍‌ ଥ୍ରୋ କରି ନୂଆ ବିଶ୍ୱରେକର୍ଡର ଅଧିକାରୀ ହୋଇଛନ୍ତି।

Share