ଫେରାର ହୋଇ ନ ଥିବା ଅଡିଓ ଜାରି କଲେ ସୁମିତ

ଆସିକା,୧୭ା୧୨(ଡି.ଏନ୍‌.ଏ.):ବ୍ରହ୍ମପୁର ବ୍ରହ୍ମାନଗରର ଡାକ୍ତର ସୁମିତ ସାହୁ ଓ ସ୍ତ୍ରୀ ତପସ୍ବିନୀ ଦାଶଙ୍କ ମଧ୍ୟରେ ଚାଲିଥିବା ବିବାଦ ତୁଟିବା ନାଁ ଧରୁନି । ଏହି ପାରିବାରିକ ବିବାଦ ଅଦାଲତରେ ବିଚାରାଧୀନ ରହିଛି। ଆସିକା ଚିନିଶିଳ୍ପ ଅତିଥି ଭବନରୁ ଗତ ୧୦ ତାରିଖରୁ ତପସ୍ବିିନୀଙ୍କୁ ଛାଡ଼ି ପଳାଇ ଯାଇଥିବା ସୁମିତ ଗୁରୁବାର ମୁହଁ ଖୋଲିଛନ୍ତି। ସୁମିତ ଏକ ଅଡିଓ ଟେପ୍‌ ଜାରି କରି ସେ ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ ଥିବା ଜଣାଇଛନ୍ତି। ସେଥିଯୋଗୁ ତପସ୍ବିନୀଙ୍କ ସହ ରହି ବିଶ୍ରାମ ନେବା ଅସମ୍ଭବ ମନେକରି ଡାକ୍ତରଙ୍କ ପରାମର୍ଶକ୍ରମେ ଅଲଗା ରହିଥିବା ସେ କହିଛନ୍ତି। ଫେରାର୍‌ ହେବା, ଅପହରଣ କରାଯାଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ତପସ୍ବିନୀ ବଦନାମ କରିବା ଲାଗି ଗଣମାଧ୍ୟମ ଆଗରେ ଉଦ୍ୟମ ଚଳାଇଛନ୍ତି ା ମୋତେ ଓ ମୋ ପରିବାର ବିରୋଧରେ ଏହା ଏକ ଷଡ଼ଯନ୍ତ୍ର ବୋଲି ସୁମିତ ଅଭିଯୋଗ କରିଛନ୍ତି। ତପସ୍ବିନୀ ଫୌଜଦାରୀ ମାମଲା ରୁଜୁ କରିବା ପରେ ବି କାହିଁକି ତାଙ୍କ ସହିତ ରହିବାକୁ ଚାହୁଁଛନ୍ତି ବୋଲି ସୁମିତ ପ୍ରଶ୍ନ କରିଛନ୍ତି ା ୭ଦିନ ଧରି ଚିନିଶିଳ୍ପ ଅତିଥି ଭବନରେ ତପସ୍ବିନୀଙ୍କ ସହ ରହିଥିଲେ ମଧ୍ୟ ସମ୍ପର୍କ ଆଗକୁ ବଢ଼ି ନ ଥିବା ସେ ସ୍ପଷ୍ଟ କରିଛନ୍ତି। କିନ୍ତୁ ସୁମିତଙ୍କ ଦରମା ବନ୍ଦ ନେଇ ଚର୍ଚ୍ଚା ହେଉଥିବା ବେଳେ ଏ ନେଇ ଉପରିସ୍ଥ ଅଧିକାରୀଙ୍କଠାରୁ କୌଣସି ସୂଚନା ମିଳିନାହିଁ।
ଅନ୍ୟପକ୍ଷରେ ଅଡିଓ ଟେପ୍‌ ସମ୍ପର୍କରେ ଜାଣିବା ପରେ ତପସ୍ବିନୀ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ମୋ ପରିବାରର ସେଭଳି ସମ୍ପତ୍ତି କି କ୍ଷମତା ନାହିଁ। ତେଣୁ ସୁମିତ ସମ୍ପର୍କର ଦ୍ୱାହି ଦେଇ ଖେଳୁଛନ୍ତି। ସୁମିତ ପ୍ରଥମେ ସମ୍ପର୍କ ସ୍ଥାପନ କରି ପରେ ରେଜିଷ୍ଟ୍ରି ବିବାହ କଲେ। ନିଜ ଘରେ ରଖିବା ପରେ ଗର୍ଭନଷ୍ଟ ମଧ୍ୟ କରିଥିଲେ ା ଶେଷରେ ଘରୁ ତଡ଼ିଦେଇ କ’ଣ ଠିକ କଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ଶୁକ୍ରବାର ଅଦାଲତରେ ତାରିଖ ଥିବା ବେଳେ ଦିନକ ପୂର୍ବରୁ ଏଭଳି ଅଡିଓ ଜାରି କରିବାର ଉଦ୍ଦେଶ୍ୟ କ’ଣ ବୋଲି ସେ ପଚାରିଛନ୍ତି। ହାର୍‌ ମାନିବିନି, ନ୍ୟାୟ ପାଇଁ ଲଢ଼େଇ ଜାରି ରଖିବି ବୋଲି ତପସ୍ବିନୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri