ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା -ଉଦୟଗିରି ଥାନା ଅନ୍ତର୍ଗତ କଳାପଙ୍କା ଗାଁରେ l ଗାଁର କିଛି ମହିଳା ଗାଁ ନିକଟରେ ବହିଯାଉଥିବା ରାମନଦୀ ପାର ହୋଇ ଜଙ୍ଗଲକୁ କାଠ ସଂଗ୍ରହ କରିବା ପାଇଁ ଯାଉଥିବା ବେଳେ ଗାଁର ସୁଲୋଚନା ମଣ୍ଡଳଙ୍କ ସ୍ତ୍ରୀ କବିତା ମଣ୍ଡଳ ଭାସିଯାଇଥିଲେ। ତେବେ ମହିଳାମାନେ ଗାଁକୁ ଆସି ଜଣାଇଥିଲେ l ସୂଚନା ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ରା – ଉଦୟଗିରି ପୋଲିସ ପହଞ୍ଚି ନଦୀରୁ ମୃତ ଦେହ ଉଦ୍ଧାର କରିଥିଲେ l ତେବେ ତାଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇ ଥିବାରୁ ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତ ଯୋଗାଇବା ପାଇଁ ସରପଞ୍ଚ ଜିଖରୀୟ ରଇତ ଅନୁରୋଧ କରିଛନ୍ତି ଅନ୍ୟପଟେ ଥାନା ସବ ଇନିସ୍ପେକ୍ଟର ଲକ୍ଷ୍ମଣ ବେଶ୍ରା ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ବ୍ୟବଛେଦ ପାଇଁ ପାରଳାଖେମୁଣ୍ଡିକୁ ପଠାଇବା ସହ ଅଧିକ ତଦନ୍ତ ଚାଲିଥିବା କହିଛନ୍ତି।

 

Dharitri – Odisha’s No.1 Odia Daily

 

Share