Posted inUncategorized

ଟଙ୍କାରେ ପ୍ରଲୋଭିତ ହେଲେନି ଚାନ୍ଦବାଲିବାସୀ: ସୁଲତା

ଭଦ୍ରକ,୧୬ା୧୧(ସନାତନ ରାଉତ): ରଙ୍ଗ ବଦଳାଇଲେ ଲୋକଙ୍କ ଭଲପାଇବା ନେଇପାରିବେନି କି ସେମାନଙ୍କ ହୃଦୟ ପରିବର୍ତ୍ତନ କରିପାରିବେ ନାହିଁ। ଭଦ୍ରକ ଜିଲା ଧାମରାରେ ବିଜେଡି ପକ୍ଷରୁ ଆୟୋଜିତ ପାରମ୍ପରିକ ବୋଇତ ବନ୍ଦାଣ ସଭାରେ ରାଜ୍ୟ ସଭା ସଦସ୍ୟା ସୁଲତା ଦେଓ ଭାଜପା ରାଜ୍ୟ ସଭାପତିଙ୍କ ନଁା ନ ନେଇ ଏଭଳି କହିଛନ୍ତି। ଏହି ଅବସରରେ ସେ ଆହୁରି କହିଛନ୍ତି, ଚାନ୍ଦବାଲି ବିଧାନସଭା ନିର୍ବାଚନମଣ୍ଡଳୀରେ ଯିଏ ଲଢ଼ୁଥିଲେ, ବହୁ ଟଙ୍କା ଓ ପାୱାର ବ୍ୟବହାର କରିଥିଲେ ମଧ୍ୟ ଲୋକଙ୍କ ଭଲପାଇବା ବାପି ଭାଇଙ୍କ ସାଙ୍ଗରେ ଅଛି। ଚାନ୍ଦବାଲିବାସୀ ଏଥିରେ ପ୍ରଲୋଭିତ ନ ହୋଇ ବାପି ଭାଇଙ୍କୁ ଜିତାଇଛନ୍ତି ବୋଲି ସୁଲତା କହିଥିଲେ। ଏଥିସହ ସେ କହିଛନ୍ତି ବିଜେଡି ପକ୍ଷରୁ ବୋଇତ ବନ୍ଦାଣ ବେଳେ ସେମାନେ ହୋହଲ୍ଲା କରିବା ସହ ଜୟ ଶ୍ରୀରାମ ନାରାବାଜି କରିଥିଲେ। ହେଲେ ଯେତେ ଜୟ ଶ୍ରୀରାମ କଲେ ବି ଏଠି ବାପି ଭାଇଙ୍କ ଜୟ ହୋଇଛି। ସେମାନଙ୍କ ପାଖରେ ଲୋକ ନାହାନ୍ତି। ବାପି ଭାଇ ଓ ନବୀନ ପଟ୍ଟନାୟକଙ୍କୁ ଭଲ ପାଉଥିବାରୁ ବିଜେଡି ସଭାରେ ବହୁ ଲୋକ ଯୋଗ ଦେଇଛନ୍ତି। ଏଥିସହ ସେ କହିଛନ୍ତି, ବାତ୍ୟା ‘ଦାନା’ ସମୟରେ ଆଶ୍ରୟସ୍ଥଳରେ ଶୁଖିଲା ଚୁଡ଼ା ଖାଇବାକୁ ଦେଇ ରାଜ୍ୟ ସରକାର କୋଟି କୋଟି ଟଙ୍କା ଲୁଟ୍‌ କରିଛନ୍ତି। କ୍ଷୟକ୍ଷତିର ଠିକ୍‌ ଭାବେ ସର୍ଭେ କରାଗଲା ନାହିଁ। କ୍ଷତିଗ୍ରସ୍ତ ଚାଷୀମାନେ ଏହାର ଜବାବ ଦେବେ ବୋଲି ସୁଲତା ସୂଚୀତ କରିଥିଲେ। ତାଙ୍କର ଏହି ଭାଷଣ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଧାମରାଇ ପୀଠରେ ଆୟୋଜିତ ୨୫ତମ ବୋଇତ ବନ୍ଦାଣ ଉତ୍ସବରେ ରାଜ୍ୟ ସଭା ସଦସ୍ୟା ଦେଓଙ୍କ ସହ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ, ବିଜେଡି ନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ଦଳର ବହୁ ନେତା ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଚାଇନା ଗସ୍ତ ପୂର୍ବରୁ ବଡ଼ ଗେମ୍‌ ଖେଳିଲେ ପୁଟିନ୍‌, ବେଜିଂକୁ ପଠାଇଲେ ‘ଚାଣକ୍ୟ’, ଜାଣନ୍ତୁ ସେ କିଏ…

ବେଜିଂ,୧୪।୪: ଦୁଇ ସପ୍ତାହ ପୂର୍ବରୁ ଆମେରିକା ଘୋଷଣା କରିଥିଲା ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ’ରେ ଚାଇନା ଗସ୍ତ କରିବେ। ଠିକ୍‌ ଏହି ସମୟରେ ଇରାନ ସହିତ…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

CSK ବିପକ୍ଷ ମ୍ୟାଚ୍‌ବେଳେ କାନ୍ଦି ପକାଇଲେ ରବିନ୍ଦ୍ର ଜାଡେଜା: ପଛରେ ରହିଛି ଏମିତି କାରଣ…

ନୂଆଦିଲ୍ଲୀ,୩୧।୩: ଭାରତୀୟ ଷ୍ଟାର କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ IPL ୨୦୨୬ ନାଟକୀୟ ଭାବରେ ବଦଳି ଯାଇଛି। ଯେଉଁ ଦଳ ପାଇଁ ସେ ପୂର୍ବ ସିଜନ ପର୍ଯ୍ୟନ୍ତ ନିଜ…

IPL 2026: ଆରମ୍ଭ ହେଲା ଟିକେଟ୍ ବୁକିଂ, ଘରେ ବସି ଏଭଳି ବୁକ୍‌ କରନ୍ତୁ , ମିଳିବ ସିଟ୍‌

ନୂଆଦିଲ୍ଲୀ,୨୯।୩: ୨୮ ମାର୍ଚ୍ଚରୁ ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମରେ RCB ବନାମ SRH ମଧ୍ୟରେ ପ୍ରଥମ ମୁକାବିଲା ସହ ଆଇପିଏଲ୍‌ର ନୂଆ ସିଜିନ୍ ଆରମ୍ଭ ହୋଇଛି।। ଟିକେଟ୍…

୭ ଦିନ ପରେ ଶେଷ ହେବ ଖରିଫ ଧାନ ସଂଗ୍ରହ: ଏବେ ବି ଟୋକନ ଅପେକ୍ଷାରେ…

ଭୁବନେଶ୍ୱର,୨୫।୩: ରାଜ୍ୟରେ ୭ ଦିନ ପରେ ଶେଷ ହେବ ଖରିଫ ଧାନ ସଂଗ୍ରହ। ଏବେ ବି ୧ ଲକ୍ଷ ୬୩ ହଜାର ଚାଷୀ ୭ ଦିନ ପରେ…

ମିଳିଲା ଢାବା ମାଲିକଙ୍କ ଗାଡ଼ି: ବଡଦେବତାରୁ ଚୋରି ହୋଇଥିବା ଗାଡ଼ି ପଟଙ୍ଗି ଜଙ୍ଗଲରୁ …

ନନ୍ଦପୁର/ପାଡୁଆ,୨୪।୩:(ତୁଷାର କାନ୍ତ ମହାନ୍ତ/ଶଙ୍କର ପୂଜାରୀ): କୋରାପୁଟ ଜିଲା ପାଡୁଆ ପୋଲିସର ବଡ଼ ସଫଳତା। ଗତ ରବିବାର ରାତିରେ ବଡଦେବତା ମନ୍ଦିର ଛକ ଢାବା ମାଲିକଙ୍କ ଚୋରି ହୋଇଥିବା…

ଜାରି ହେଲା ନୂଆ ସିଡ୍ୟୁଲ, ଜାଣନ୍ତୁ ରୋହିତ ବିରାଟ ଖେଳିବେ କେତୋଟ ମ୍ୟାଚ

ନୂଆଦିଲ୍ଲୀ,୨୧।୩: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ପାଇଁ ଅପେକ୍ଷା ଶେଷରେ ଶେଷ ହେବାକୁ ଯାଉଛି, ଟୁର୍ଣ୍ଣାମେଣ୍ଟ ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି। ଉଦଘାଟନୀ ମ୍ୟାଚ…

କାରଣ କହି ଭାଜପା ଛାଡିଲେ ଜୀବନ ପ୍ରଦୀପ ଦାଶ

ଭୁବନେଶ୍ୱର,୧୩।୧୧: ଭାଜପା ଛାଡ଼ିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ। ରବୀନ୍ଦ୍ର ଜେନା ଭାଜପାରେ ସାମିଲ ହେବା ପରେ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ପ୍ରେସମିଟ୍‌ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri