ଭାଲେଣ୍ଟାଇନ୍ସ ଡେ’ରେ ଜ୍ୟାକ୍‌ଲିନ୍‌ଙ୍କୁ ଦାମୀ ଉପହାର ଦେଲେ ସୁକେଶ: ଲେଖିଲେ ଭାବପ୍ରବଣ ଚିଠି

ଫେବୃଆରୀ ୧୪ ଭାଲେଣ୍ଟାଇନ୍ସ ଡେ’ରେ ମହାଠକ ସୁକେଶ ଚନ୍ଦ୍ରଶେଖର ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜଙ୍କୁ ପାଇଁ ନିଜ ପ୍ରେମ ପ୍ରକାଶ କରିଥିଲେ। ସୁକେଶ ଏବେ ମଣ୍ଡୋଲି ଜେଲରେ ଅଛନ୍ତି, ସେଠାରୁ ସେ ଅଭିନେତ୍ରୀଙ୍କ ପାଇଁ ଏକ ଚିଠି ଲେଖିଥିଲେ। ଏହା ସହିତ ସେ ଜ୍ୟାକଲିନଙ୍କୁ ଏକ ସ୍ବତନ୍ତ୍ର ଉପହାର ମଧ୍ୟ ପଠାଇଛନ୍ତି। ସେ ଜ୍ୟାକଲିନଙ୍କୁ ଏକ କଷ୍ଟମାଇଜଡ ଗଲ୍ଫଷ୍ଟ୍ରିମ ଜେଟ ଉପହାର ସ୍ବରୂପ ଦେଇଛନ୍ତି।
ସୁକେଶ ଜ୍ୟାକଲିନଙ୍କ ପାଇଁ ଲେଖାଯାଇଥିବା ଚିଠିକୁ ତାଙ୍କର ଭାଲେଣ୍ଟାଇନ ବୋଲି କହି ଆରମ୍ଭ କରିଥିଲେ। ସେ ଲେଖିଛନ୍ତି, ଏହି ଭାଲେଣ୍ଟାଇନ୍ସ ଡେ’ ବହୁତ ସ୍ବତନ୍ତ୍ର କାରଣ ଆମେ ଆମ ଜୀବନର ବାକି ଭାଲେଣ୍ଟାଇନ୍ସ ଡେ’ଗୁଡ଼ିକୁ ଏକାଠି ପାଳନ କରିବାଠାରୁ ମାତ୍ର କିଛି ପାଦ ଦୂରରେ ଅଛୁ। ମୁଁ ଆଉ କିଛି କହିବା ପୂର୍ବରୁ, ବାସ୍‌ ଏତିକି କହିବାକୁ ଚାହୁଁଛି ଯେ ଜ୍ୟାକି, ମୁଁ ତୁମକୁ ବହୁତ ଭଲ ପାଏ। ତୁମେ ଏହି ଦୁନିଆର ସବୁଠାରୁ ଭଲ ଭାଲେଣ୍ଟାଇନ, ମୁଁ ତୁମକୁ ପାଗଳ ପରି ଭଲ ପାଏ। ତୁମେ ଜାଣ ଭାଲେଣ୍ଟାଇନ୍ସ ଡେ’ ଆମ ପାଇଁ କେତେ ସ୍ବତନ୍ତ୍ର, କାରଣ ଏହି ଦିନରୁ ଆମର ସମ୍ପର୍କ ଆରମ୍ଭ ହୋଇଥିଲା। ଏହା ମୋ ଜୀବନର ସବୁଠାରୁ ଖାସ ଦିନ। ଏହି ଚିଠିରେ ସୁକେଶ ଦାବି କରିଛନ୍ତି, ଜେଟ୍‌ର ପଞ୍ଜୀକରଣ ନମ୍ବର ଜ୍ୟାକଲିନଙ୍କ ଜନ୍ମ ମାସ ଏବଂ ବର୍ଷ ଉପରେ ଆଧାରିତ।
ସୁକେଶଙ୍କ ଏକ ଠକେଇ ମାମଲାରେ ୨୦୧୫ ମସିହାରୁ ଜେଲରେ ଅଛନ୍ତି। ଏହି ମାମଲାର ତଦନ୍ତ ଚାଲିଥିବାବେଳେ ସୁକେଶ ଏବଂ ଜ୍ୟାକଲିନଙ୍କ ସମ୍ପର୍କର କଥା ସାମ୍ନାକୁ ଆସିଥିଲା। ଏହା ପରେ ସୁକେଶ ଦାବି କରିଥିଳେ, ସେମାନେ ଦୁହେଁ ପରସ୍ପରକୁ ଡେଟ କରୁଛନ୍ତି, ଉଭୟଙ୍କ ଅନେକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତଥାପି, ଜ୍ୟାକଲିନ ସୁକେଶଙ୍କ ବୟାନକୁ ଅସ୍ବୀକାର କରିଥିଲେ ଏବଂ କହିଥିଲେ ଯେ ସୁକେଶ ତାଙ୍କୁ ଠକିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

ଗଞ୍ଜାମ କଂଗ୍ରସ ଦୁଇଫାଳ: ବିଚ୍‌ ରାସ୍ତାରେ ହାତାହାତି ହେଲେ ଦୁଇ ନେତା

ପୁରୁଷୋତ୍ତମପୁର,୫।୧୨(ସବିତା ମିଶ୍ର): ଗୋଷ୍ଟିକନ୍ଦଳ ଯୋଗୁଁ ରାଜ୍ୟରେ ଦିନକୁଦିନ କଂଗ୍ରେସର ସ୍ଥିତି ତଳକୁ ତଳକୁ ଖସି ସତ୍ତା ହଜାଇବାକୁ ଯାଉଥିବାବେଳେ ଏପରିକି ଗଞ୍ଜାମ ଜିଲାରେ ମଧ୍ୟ କଂଗ୍ରସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri