ଭାଲେଣ୍ଟାଇନ୍ସ ଡେ’ରେ ଜ୍ୟାକ୍‌ଲିନ୍‌ଙ୍କୁ ଦାମୀ ଉପହାର ଦେଲେ ସୁକେଶ: ଲେଖିଲେ ଭାବପ୍ରବଣ ଚିଠି

ଫେବୃଆରୀ ୧୪ ଭାଲେଣ୍ଟାଇନ୍ସ ଡେ’ରେ ମହାଠକ ସୁକେଶ ଚନ୍ଦ୍ରଶେଖର ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜଙ୍କୁ ପାଇଁ ନିଜ ପ୍ରେମ ପ୍ରକାଶ କରିଥିଲେ। ସୁକେଶ ଏବେ ମଣ୍ଡୋଲି ଜେଲରେ ଅଛନ୍ତି, ସେଠାରୁ ସେ ଅଭିନେତ୍ରୀଙ୍କ ପାଇଁ ଏକ ଚିଠି ଲେଖିଥିଲେ। ଏହା ସହିତ ସେ ଜ୍ୟାକଲିନଙ୍କୁ ଏକ ସ୍ବତନ୍ତ୍ର ଉପହାର ମଧ୍ୟ ପଠାଇଛନ୍ତି। ସେ ଜ୍ୟାକଲିନଙ୍କୁ ଏକ କଷ୍ଟମାଇଜଡ ଗଲ୍ଫଷ୍ଟ୍ରିମ ଜେଟ ଉପହାର ସ୍ବରୂପ ଦେଇଛନ୍ତି।
ସୁକେଶ ଜ୍ୟାକଲିନଙ୍କ ପାଇଁ ଲେଖାଯାଇଥିବା ଚିଠିକୁ ତାଙ୍କର ଭାଲେଣ୍ଟାଇନ ବୋଲି କହି ଆରମ୍ଭ କରିଥିଲେ। ସେ ଲେଖିଛନ୍ତି, ଏହି ଭାଲେଣ୍ଟାଇନ୍ସ ଡେ’ ବହୁତ ସ୍ବତନ୍ତ୍ର କାରଣ ଆମେ ଆମ ଜୀବନର ବାକି ଭାଲେଣ୍ଟାଇନ୍ସ ଡେ’ଗୁଡ଼ିକୁ ଏକାଠି ପାଳନ କରିବାଠାରୁ ମାତ୍ର କିଛି ପାଦ ଦୂରରେ ଅଛୁ। ମୁଁ ଆଉ କିଛି କହିବା ପୂର୍ବରୁ, ବାସ୍‌ ଏତିକି କହିବାକୁ ଚାହୁଁଛି ଯେ ଜ୍ୟାକି, ମୁଁ ତୁମକୁ ବହୁତ ଭଲ ପାଏ। ତୁମେ ଏହି ଦୁନିଆର ସବୁଠାରୁ ଭଲ ଭାଲେଣ୍ଟାଇନ, ମୁଁ ତୁମକୁ ପାଗଳ ପରି ଭଲ ପାଏ। ତୁମେ ଜାଣ ଭାଲେଣ୍ଟାଇନ୍ସ ଡେ’ ଆମ ପାଇଁ କେତେ ସ୍ବତନ୍ତ୍ର, କାରଣ ଏହି ଦିନରୁ ଆମର ସମ୍ପର୍କ ଆରମ୍ଭ ହୋଇଥିଲା। ଏହା ମୋ ଜୀବନର ସବୁଠାରୁ ଖାସ ଦିନ। ଏହି ଚିଠିରେ ସୁକେଶ ଦାବି କରିଛନ୍ତି, ଜେଟ୍‌ର ପଞ୍ଜୀକରଣ ନମ୍ବର ଜ୍ୟାକଲିନଙ୍କ ଜନ୍ମ ମାସ ଏବଂ ବର୍ଷ ଉପରେ ଆଧାରିତ।
ସୁକେଶଙ୍କ ଏକ ଠକେଇ ମାମଲାରେ ୨୦୧୫ ମସିହାରୁ ଜେଲରେ ଅଛନ୍ତି। ଏହି ମାମଲାର ତଦନ୍ତ ଚାଲିଥିବାବେଳେ ସୁକେଶ ଏବଂ ଜ୍ୟାକଲିନଙ୍କ ସମ୍ପର୍କର କଥା ସାମ୍ନାକୁ ଆସିଥିଲା। ଏହା ପରେ ସୁକେଶ ଦାବି କରିଥିଳେ, ସେମାନେ ଦୁହେଁ ପରସ୍ପରକୁ ଡେଟ କରୁଛନ୍ତି, ଉଭୟଙ୍କ ଅନେକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତଥାପି, ଜ୍ୟାକଲିନ ସୁକେଶଙ୍କ ବୟାନକୁ ଅସ୍ବୀକାର କରିଥିଲେ ଏବଂ କହିଥିଲେ ଯେ ସୁକେଶ ତାଙ୍କୁ ଠକିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?