‘ଯବାନ’ର ଗୀତ ଡେଡିକେଟ କରି ଜ୍ୟାକଲିନଙ୍କୁ ପୁଣି ଲଭ ଲେଟର ଲେଖିଲେ ସୁକେଶ ଚନ୍ଦ୍ରଶେଖର

ମୁମ୍ବାଇ: ୨୦୦ କୋଟି ଟଙ୍କା ଲଣ୍ଡରିଂ ମାମଲାରେ ସୁକେଶ ଚନ୍ଦ୍ରଶେଖର ଏକ ଫେମଶ ନାମ ପାଲଟିଥିଲେ। ମାମଲାର ତଦନ୍ତ ପରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ନାମ ମଧ୍ୟ ପଦାକୁ ଆସଥିଲା। କୁହାଯାଏ ଯେ ସେହି ସମୟରେ ରାମ ସେତୁ ଅଭିନେତ୍ରୀ ର୍ୟୁମର୍ଡ ଅଭିଯୁକ୍ତ ଠକଙ୍କ ସହ ସମ୍ପର୍କ ରଖିଥିଲେ। କିଛି ସମୟ ପରେ, ସେମାନଙ୍କର ବ୍ୟକ୍ତିଗତ ମୁହୂର୍ତ୍ତର ଫଟୋ ଭାଇରାଲ ହୋଇଥିଲା। ଯଦିଓ ଅଭିଯୁକ୍ତ ବର୍ତ୍ତମାନ ଜେଲରେ ଅଛନ୍ତି ଏବଂ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ, କିନ୍ତୁ ସମୟ ସହିତ ସେମାନଙ୍କ ପ୍ରେମ କମିନାହିଁ। ସେ ଜେଲରୁ ଲଗାତାର ଭାବେ ଅଭିନେତ୍ରୀଙ୍କୁ ପ୍ରେମ ଚିଠି ଲେଖିବାରେ ଲାଗିଛନ୍ତି।
ଏକ ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର ପୁଣି ଥରେ ତିହାର ଜେଲରୁ ବଲିଉଡ ଅଭିନେତ୍ରୀଙ୍କୁ ଚିଠି ପଠାଇଛନ୍ତି। ତାଙ୍କ ‘ବେବି ଡଲ’କୁ ନିକଟରେ ଦେଇଥିବା ନୋଟରେ ସୁକେଶ ଲେଖିଛନ୍ତି ଯେ ଅଭିନେତ୍ରୀ ଜଣେ ପଶୁପ୍ରେମୀ ହୋଇଥିବାରୁ ତାଙ୍କ ପାଇଁ ୨୫ କୋଟି ଟଙ୍କା ବଜେଟ ସହିତ ପଶୁମାନଙ୍କ ପାଇଁ ଏକ ସ୍ବତନ୍ତ୍ର ଡାକ୍ତରଖାନା ନିର୍ମାଣ ବିଷୟରେ ସେ କହିଛନ୍ତି। ବାସ୍ତବରେ ସେ ଆସନ୍ତା ବର୍ଷ ଜ୍ୟାକଲିନଙ୍କ ଜନ୍ମଦିନରେ ହସ୍ପିଟାଲର ଉଦଘାଟନ କରିବାକୁ ଯୋଜନା କରୁଛନ୍ତି।
ସୁକେଶ ଆହୁରି ଲେଖିଛନ୍ତି, ଆମ ନିକଟରେ ଦେଶର ସର୍ବୋତ୍ତମ ପଶୁ ଡାକ୍ତର ରହିବେ ଏବଂ ସମସ୍ତ ଚିକିତ୍ସା ଏବଂ ଅସ୍ତ୍ରୋପଚାର ମାଗଣାରେ ଦିଆଯିବ, ଯେପରି ତୁମେ ମୋ କଉିନ ହଦି ବି। ମୁଁ ପ୍ରକୃତରେ ଆଶା କରେ ଏହା ତୁମ ମୁହଁରେ ଏକ ସୁନ୍ଦର ହସ ଆଣିବ। ହସ ଏବଂ ପ୍ରେମ ହେଉଛି ଏକମାତ୍ର ଜିନିଷ ଯାହା ମୋତେ ଏହି ସମୟ ମଧ୍ୟରେ ଶକ୍ତି ପ୍ରଦାନ କରୁଛି। ଏମିତି ଏକ ଲଭ ଲେଟର ଲେଖିଛନ୍ତି ସୁକେଶ।
ସୁକେଶ ଚନ୍ଦ୍ରଶେଖର ତାଙ୍କ ପତ୍ରରେ ଶାହରୁଖ ଖାନଙ୍କ ଜୱାନ ଗୀତ ଚଲେୟା ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଏହି ଚିଠିରେ ଅଭିଯୁକ୍ତ ଠକ କହିଛନ୍ତି ଯେ ଆମେରିକାର ଭାରତୀୟ ପ୍ୟାରେଡରେ ଜ୍ୟାକଲିନ ବହୁତ ସୁନ୍ଦର ଦେଖାଯାଉଥିଲେ ଏବଂ ଏହା ତାଙ୍କୁ ପୁଣିଥରେ ତାଙ୍କ ପ୍ରେମରେ ପକାଇ ଦେଇଥିଲା। ସୁକେଶ ଆହୁରି ଲେଖିଛନ୍ତି ଯେ ସେ ଯବାନ ଚଳଚ୍ଚିତ୍ରରୁ ଚଲେୟା ଗୀତରେ ଡ୍ୟାନ୍ସ କରୁଥିଲେ। ଏହି ପେପି ଗୀତ ପାଇଁ ଅଭିଯୁକ୍ତ ଶାହରୁଖ ଖାନ ଏବଂ ସଙ୍ଗିତକାର ଅନିରୁଦ୍ଧ ରବିଚନ୍ଦରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୁକେଶ ଏହି ଚିଠିରେ ଗୀତଟିକୁ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଡେଡିକେଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri