ଟାର୍ଗେଟ୍‌ ପୂରଣ କରିପାରୁନି ‘ସୁକନ୍ୟା ସମୃଦ୍ଧି’

ଅନୁଗୋଳ ଅଫିସ, ୧୯ା୯ – କୌଣସି କ୍ଷେତ୍ରରେ ପଛରେ ନାହାନ୍ତି ଝିଅ। ତଥାପି ଝିଅଟିଏ ଅପେକ୍ଷା ପୁଅଟିକୁ ପଢ଼ାଇ ଆଗକୁ ବଢ଼ାଇବାକୁ ଅନେକ ଅଭିଭାବକ ପସନ୍ଦ କରିଥାନ୍ତି। ଏପରି କି କନ୍ୟାସନ୍ତାନଟିଏ ଜନ୍ମହେଲେ ମନଊଣା କରୁଥିବା ମାତାପିତାଙ୍କର ମଧ୍ୟ ଅଭାବ ନାହିଁ। ତେଣୁ କନ୍ୟାଭ୍ରୂଣ ହତ୍ୟା ରୋକିବା ସହ ଝିଅମାନଙ୍କ ପ୍ରତି ପରିବାରରେ ଥିବା ଏପରି ମନୋଭାବରେ ପରିବର୍ତ୍ତନ ପାଇଁ କେନ୍ଦ୍ର ସରକାର ‘ବେଟି ବଞ୍ଚାଅ, ବେଟି ପଢ଼ାଅ’ ସ୍ଲୋଗାନ ଦେଇ ସଚେତନତା ସୃଷ୍ଟି କରୁଛନ୍ତି। ଏଥିସହ ଝିଅମାନଙ୍କୁ ପଢ଼ାଇ ଆଗକୁ ବଢ଼ାଇବାକୁ ଅନେକ ଯୋଜନା କରିଛନ୍ତି। ସେଥିମଧ୍ୟରୁ ‘ସୁକନ୍ୟା ସମୃଦ୍ଧି’ ଅନ୍ୟତମ। ଝିଅମାନଙ୍କୁ ଉଚ୍ଚଶିକ୍ଷାର ସୁଯୋଗ ସହ ବିବାହ ବେଳେ ପରିବାରକୁ ଆର୍ଥିକ ସମୃଦ୍ଧି ଦେବା ଏହି ଯୋଜନାର ଉଦ୍ଦେଶ୍ୟ। ହେଲେ ଅନୁଗୋଳ ଜିଲାରେ ସୁକନ୍ୟା ସମୃଦ୍ଧି ପ୍ରତିବର୍ଷ ଦିଆଯାଉଥିବା ଟାର୍ଗେଟ୍‌ ପୂରଣ କରିପାରୁ ନାହିଁ। ଗତ ୫ ବର୍ଷରେ ଜିଲାର ବିଭିନ୍ନ ଡାକଘରେ ମାତ୍ର ୨୧ ହଜାର ୬୯୦ ଜଣ ମାତାପିତା ଏହି ଯୋଜନାରେ ଆକାଉଣ୍ଟ ଖୋଲିଥିବା ସୂଚନା ମିଳିଛି।
୨୦୧୫ ଜାନୁୟାରୀ ୨୨ରେ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ଏହି ସୁକନ୍ୟା ସମୃଦ୍ଧି ଯୋଜନା। ଜନ୍ମରୁ ୧୦ ବର୍ଷ ବୟସ୍କ ଝିଅମାନଙ୍କ ନାମରେ ସେମାନଙ୍କ ମାତାପିତା ପୋଷ୍ଟ ଅଫିସ କିମ୍ବା ବ୍ୟାଙ୍କରେ ମାତ୍ର ୨୫୦ ଟଙ୍କା ଦେଇ ଏ ନେଇ ଏକ ଆକାଉଣ୍ଟ ଖୋଲିପାରିବେ। ପରେ ମାସକୁ ମାତ୍ର ଶହେ ଟଙ୍କାରୁ ଆରମ୍ଭ କରି ଗୋଟିଏ ଆର୍ଥତ୍କ ବର୍ଷରେ ସର୍ବାଧିକ ୧ ଲକ୍ଷ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଉକ୍ତ ଆକାଉଣ୍ଟରେ ଜମା କରାଯାଇ ପାରିବ। ଏହି ଯୋଜନାରେ ଖୋଲାଯାଇଥିବା ଆକାଉଣ୍ଟର ଅବଧି ୨୧ ବର୍ଷ ହୋଇଥିଲେ ହେଁ ଅଭିଭାବକମାନେ କେବଳ ୧୫ ବର୍ଷ ପର୍ଯ୍ୟନ୍ତ ଟଙ୍କା ଜମା କରିବେ। ଝିଅକୁ ୨୧ ବର୍ଷ ହେଲେ ଏହି ଜମା ରାଶି ସୁଧ ସହିତ ଉଠାଇ ପାରିବେ। ଆବଶ୍ୟକ ପଡ଼ିଲେ ଝିଅକୁ ୧୮ ବର୍ଷ କିମ୍ବା ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହେବା ପରେ ଜମାରାଶିରୁ ୫୦ ପ୍ରତିଶତ ଋଣ ଆକାରରେ ଆଣି ପୁନର୍ବାର ସୁଧ ସହ ଜମା କରିପାରିବେ। ଏହି ଯୋଜନାର ସବୁଠାରୁ ଆକର୍ଷଣୀୟ ଦିଗ ହେଲା ଉଚ୍ଚ ସୁଧ ହାର। କିନ୍ତୁ ଏତେ ସୁବିଧା ସତ୍ତ୍ୱେ ଅନୁଗୋଳ ଜିଲାରେ ଏହି ଯୋଜନା ପ୍ରତି ଅଭିଭାବକମାନେ ସେପରି ଆକର୍ଷିତ ହୋଇପାରି ନାହାନ୍ତି। ଜିଲା ମୁଖ୍ୟ ଡାକଘର ଅଧୀନରେ ୩୦ଟି ଉପ ଡାକଘର ସହ ୨୧୫ଟି ଶାଖା ଡାକଘରେ ଏବଂ ବ୍ୟାଙ୍କରେ ଏହି ସୁବିଧା ଉପଲବ୍ଧ ରହିଛି। କିନ୍ତୁ ୨୦୧୫ରେ ମାତ୍ର ୩ ହଜାର ୧୪୩ ମାତାପିତା ସେମାନଙ୍କ କନ୍ୟାରତ୍ନ ନାମରେ ଡାକଘରେ ଆକାଉଣ୍ଟ ଖୋଲିଥିଲେ। ସେହିପରି ୨୦୧୫-୧୬ ଆର୍ଥିକ ବର୍ଷରେ ଜିଲାରେ ୯ ହଜାର ୬୧୯ଟି ଆକାଉଣ୍ଟ ଖୋଲାଯାଇଥିବା ବେଳେ ୨୦୧୬-୧୭ରେ ୧ ହଜାର ୧୫ଟି, ୨୦୧୭-୧୮ରେ ୧ ହଜାର ୪୦୯ଟି, ୨୦୧୮-୧୯ରେ ୧ ହଜାର ୯୭୩, ୨୦୧୯-୨୦ରେ ୩ ହଜାର ୮୫ ଓ ୨୦୨୦-୨୧ ଆର୍ଥିକ ବର୍ଷର ଅଗଷ୍ଟ ୩୧ ସୁଦ୍ଧା ୧ ହଜାର ୪୪୬ଟି ଆକାଉଣ୍ଟ ଖୋଲାଯାଇଛି। ଏ ସମ୍ପର୍କରେ ଜିଲା ମୁଖ୍ୟ ପୋଷ୍ଟମାଷ୍ଟର ସୁଶାନ୍ତ କୁମାର ପାଣିଗ୍ରାହୀ କହିଛନ୍ତି, ଏବେ ପୋଷ୍ଟାଲ ସହ ବ୍ୟାଙ୍କରେ ମଧ୍ୟ ଲୋକମାନେ ଏହି ଯୋଜନାରେ ଆକାଉଣ୍ଟ ଖୋଲୁଛନ୍ତି। ଏପରି କି ବିଭିନ୍ନ ଗ୍ରାମରେ ଲୋକଙ୍କୁ ସଚେତନ କରାଯାଉଛି। ସମ୍ପୂର୍ଣ୍ଣ ସୁକନ୍ୟା ଗ୍ରାମ ଭାବେ କେତେକ ଗ୍ରାମକୁ ଡାକ ବିଭାଗ ପକ୍ଷରୁ ନିଆଯାଇ ଘର ଘର ବୁଲି ସଚେତନ କରାଯାଉଛି। ଏଥିସହ ଶାଖା ଡାକପାଳମାନେ ଲୋକଙ୍କ ନିକଟକୁ ଯାଉଛନ୍ତି। ଯେହେତୁ ସୁକନ୍ୟା ସମୃଦ୍ଧି ଯୋଜନା କେନ୍ଦ୍ର ସରକାରଙ୍କ ପାଇଲଟ ପ୍ରୋଜେକ୍ଟ, ସେଥିପାଇଁ ଟାର୍ଗେଟ ମଧ୍ୟ ପ୍ରଦାନ କରାଯାଉଛି। କିନ୍ତୁ ଏହା ପୂରଣ ହୋଇପାରୁ ନାହିଁ। ତଥାପି ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବାକୁ ଉଦ୍ୟମ ଜାରି ରହିଥିବା ମୁଖ୍ୟ ପୋଷ୍ଟମାଷ୍ଟର ପାଣିଗ୍ରାହୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ରୋକିବା ପାଇଁ ଭାରତ ଉପରେ କାହିଁକି ନିର୍ଭର କରୁଛି ଇରାନ? ଜାଣନ୍ତୁ ୫ କାରଣ

ନୂଆଦିଲ୍ଲୀ,୨୬।୩: ଗତକାଲି ନୂଆଦିଲ୍ଲୀରେ ଦେଇଥିବା ବିବୃତ୍ତିରେ, ଇରାନ ରାଷ୍ଟ୍ରଦୂତ ମହମ୍ମଦ ଫଥାଲି ଇରାନ-ଇସ୍ରାଏଲ ବିବାଦରେ ଭାରତକୁ ଏକ ନିର୍ଭରଯୋଗ୍ୟ ମଧ୍ୟସ୍ଥି ଭାବରେ ବର୍ଣ୍ଣନା କରିଥିଲେ, ଯାହା ମଧ୍ୟପ୍ରାଚ୍ୟରେ…

ଜଳଖିଆ ହେଲା କାଳ! ଝାଡାବାନ୍ତି ପରେ ହସ୍ପିଟାଲରେ ୧୯ଛାତ୍ରୀଛାତ୍ର

ସୁନ୍ଦରଗଡ,୨୬।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ବ୍ଲକ ଅନ୍ତର୍ଗତ ଲହଣ୍ଡାବୁଡ ପଞ୍ଚାୟତ ହାଇସ୍କୁଲ ର ୧୯ଜଣ ଛାତ୍ରୀଛାତ୍ର ଝାଡାବାନ୍ତିରେ ଆକ୍ରାନ୍ତହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅସୁସ୍ଥଙ୍କ…

ସାଇକେଲରେ ବିଦ୍ୟାଳୟ ଯାଉଥିଲେ ଦୁଇ ଛାତ୍ର, ପାଚେରିରେ ପିଟି ହୋଇ…

ମୋହନା,୨୬ା୩(ମନ୍ମଥ ମିଶ୍ର): ସାଇକେଲରେ ବିଦ୍ୟାଳୟକୁ ଯିବା ବେଳେ ପାଚେରିରେ ପିଟି ହୋଇ ଦୁଇ ଛାତ୍ର ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା…

କୋଲକାତାରେ ନିର୍ବାଚନ ପୂର୍ବରୁ ରକ୍ତପାତ! TMC କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା

କୋଲକାତା,୨୬।୩: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ନିର୍ବାଚନ ପୂର୍ବରୁ ହିଂସାର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବୁଧବାର ବିଳମ୍ବିତ ରାତିରେ, ଫୁଲବାଗାନ ଅଞ୍ଚଳର ବାଘଜାତୀନରେ ତୃଣମୂଳ କଂଗ୍ରେସ…

ଏବେ ବିଶ୍ୱଯୁଦ୍ଧ ଥୟ! ଆମେରିକା ପରେ ଇରାନକୁ ଧମକ ଦେଲେ ୬ ଦେଶ, ଆଗକୁ…

ନୂଆଦିଲ୍ଲୀ,୨୬।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ରିପୋର୍ଟ ମଧ୍ୟରେ, ସାଉଦି ଆରବ, କତାର, କୁୱେତ, ସଂଯୁକ୍ତ ଆରବ ଏମିରେଟ୍ସ, ବାହାରିନ ଏବଂ ଜୋର୍ଡାନ ମିଳିତ ଭାବରେ ଇରାନ…

ବଢ଼ିବନି ବିଧାୟକଙ୍କ ଦରମା: ଗୃହର ସବୁ ସଦସ୍ୟଙ୍କୁ ଚିଠି ଲେଖିଲେ…

ଭୁବନେଶ୍ୱର,୨୬।୩: ବିଧାନସଭାରେ ବିଧାୟକଙ୍କ ଦରମା ବୃଦ୍ଧି ବିଲ ପ୍ରତ୍ୟାହାର ନେଇ ପ୍ରକ୍ରିୟା।ଏନେଇ ବିଧାନସଭା ସଚିବଙ୍କ ପକ୍ଷରୁ ଗୃହର ସବୁ ସଦସ୍ୟଙ୍କୁ ଚିଠି ଲେଖାଯାଇଛି। ସଂସଦୀୟ ମନ୍ତ୍ରୀ ମୁକେଶ…

ଏପ୍ରିଲ ୧ରୁ ବଢିବ ଏହି ସବୁ ଔଷଧର ମୂଲ୍ୟ: ପାରାସିଟାମଲଠାରୁ ଆଣ୍ଟିବାୟୋଟିକ ପର୍ଯ୍ୟନ୍ତ….

ନୂଆଦିଲ୍ଲୀ,୨୬।୩: ୧ ଏପ୍ରିଲ, ୨୦୨୬ ଠାରୁ, ଯନ୍ତ୍ରଣା ନିବାରକ, ଆଣ୍ଟିବାୟୋଟିକ ଏବଂ ଜ୍ୱର ହ୍ରାସକାରୀ ଔଷଧର ମୂଲ୍ୟ ବୃଦ୍ଧି ପାଇବ। ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ କର୍ତ୍ତୃପକ୍ଷ…

ଏସଡିଓଙ୍କ ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା: ଏତିକି ଟଙ୍କାର ରଖିଥିଲେ ମେଶିନ

ଭଞ୍ଜନଗର,୨୬।୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ ଡହ ଜଳସମ୍ପଦ ବିଭାଗ ଏସଡିଓ ପଞ୍ଚୁ ବେହେରାଙ୍କ ସରକାରୀ କାର୍ଯ୍ୟାଳୟ ଏବଂ ବାସଭବନରେ ଭିଜିଲାନ୍ସ ଟିମ ଗୁରୁବାର ସକାଳୁ ଆୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri