ଓଢ଼ଣୀ ଲଗାଇ ଜୀବନ ହାରିଲେ ଯୁବତୀ: କାରଣ ଖୋଜୁଛି ପୋଲିସ

ରାଇରଙ୍ଗପୁର,୩୦।୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବହଳଦା ଥାନା ଅଧୀନ ବହଳଦା ବଜାର ଅଞ୍ଚଳରେ ରବିବାର ରାତିରେ ଜଣେ ଯୁବତୀ ବେକରେ ଓଢ଼ଣି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସେ ହେଲେ ନୌନା ସାହୁ(୨୦)। ମିଳିଥିବା ସୂଚନା ମୁତାବକ, ନୌନା ଘରେ ବେକରେ ଓଢ଼ଣି ଲଗାଇ ଓହଳି ପଡ଼ିଥିଲେ। ଏହା ଜାଣି ପରିବାର ଲୋକେ ତାଙ୍କୁ ଉଦ୍ଧାରକରି ବହଳଦା ଗୋଷ୍ଠୀ ସ୍ବାସ୍ଥକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସୋମବାର ସକାଳେ ବହଳଦା ପୋଲିସ ହସ୍ପିଟାଲରେ ପହଞ୍ଚି ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ମୃତହେଦ ବ୍ୟବଚ୍ଛେଦ ପରେ ପୋଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୧/୨୦୨୩) ରୁଜୁକରି ଘଟଣାର ତଦନ୍ତ ଚଳାଇଛି। ହେଲେ ଆତ୍ମହତ୍ୟା କାରଣ ଜଣାପଡ଼ି ନାହିଁ।