Posted inଜାତୀୟ

ସେନା ଶିବିରରେ ଆତ୍ମଘାତୀ

ଶ୍ରୀନଗର/ନୂଆଦିଲ୍ଲୀ,୧୨ା୮:ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦର ତୃତୀୟ ବର୍ଷ ପୂର୍ତ୍ତିକୁ ୬ ଦିନ ବିତିଛି ଏବଂ ଦେଶ ସ୍ବାଧୀନତାର ୭୬ତମ ବର୍ଷ ପାଳନକୁ ୪ ଦିନ ବାକି ଅଛି। ଭାରତୀୟ ସେନାକୁ ପ୍ରତିହତ କରିବା ପାଇଁ ଏଭଳି ସମୟକୁ ବାଛିଛନ୍ତି ପାକିସ୍ତାନୀ ଆତଙ୍କବାଦୀ। ୨ ଜଣ ଜୈଶ୍‌ ଆମତ୍ଘାତୀ ଜମ୍ମୁରୁ ୧୮୫ କି.ମି. ଦୂର ପରଗଲ ସେନା ଶିବିରର ସୁରକ୍ଷା ବଳୟକୁ ଭେଦକରି ବୁଧବାର ରାତି ୨ଟାରେ ଅନୁପ୍ରବେଶ ଉଦ୍ୟମ କରିଥିଲେ। ସେତେବେଳେ ଗୁଳି ଫୁଟିବାର ପ୍ରଥମ ଶବ୍ଦ ଶୁଣିବାକୁ ମିଳିଥିଲା। ସକାଳ ୬ଟା ୧୦ ମିନିଟରେ ଶେଷ ଗୁଳି ଫୁଟିଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରର ରାଜୌରି ଜିଲା ସ୍ଥିତ ଏକ ସେନା ଶିବିରକୁ ଗୁରୁବାର ଭୋର ସମୟରେ ପାକିସ୍ତାନର ଜୈଶ୍‌-ଇ-ମହମ୍ମଦ (ଜେଇଏମ୍‌) ଆତଙ୍କବାଦୀମାନେ ଟାର୍ଗେଟ କରିଛନ୍ତି। ସେମାନଙ୍କ ଆମତ୍ଘାତୀ ଆକ୍ରମଣକୁ ପଣ୍ଡ କରିବାକୁ ଯାଇ ୪ ଯବାନ ଶହୀଦ ହୋଇଛନ୍ତି। ୪ ଘଣ୍ଟା ଧରି ଗୁଳି ବିନିମୟ ଚାଲିଥିବାବେଳେ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି।
ରାଜୌରିର ପରଗଲରେ ଥିବା ସେନାର ରାଜ ରାଇଫଲ୍ସ ଶିବିରରେ ଭୋର ସମୟରେ ୨ ଆତଙ୍କବାଦୀଙ୍କ ସନ୍ଦେହଜନକ ଗତିବିଧିକୁ ଲକ୍ଷ୍ୟକରି ସେଣ୍ଟ୍ରି ସତର୍କ କରାଇଥିଲେ। ଖରାପ ପାଗ ଓ ଘଞ୍ଚ ଜଙ୍ଗଲର ଫାଇଦା ନେଇ ସଶସ୍ତ୍ର ଆତଙ୍କବାଦୀ ଦ୍ୱୟ ଅନୁପ୍ରବେଶ କରିଥିଲେ। ଯବାନମାନେ ଗ୍ରେନେଡ୍‌ଧାରୀ ଆତଙ୍କବାଦୀଙ୍କୁ ଚ୍ୟାଲେଞ୍ଜ କରିଥିଲେ। ଉଭୟ ପକ୍ଷ ମଧ୍ୟରେ ଦୀର୍ଘ ୪ ଘଣ୍ଟା ଧରି ଗୁଳି ବିନିମୟ ଚାଲିଥିଲା। ଏଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ। ଆତଙ୍କବାଦୀଙ୍କ ଗୁଳିମାଡ଼ରେ ୬ ଜଣ ଯବାନ ଆହତ ହୋଇଥିଲେ। ଆହତ ଯବାନଙ୍କ ମଧ୍ୟରୁ ୪ ଜଣ ଶହୀଦ ହୋଇଛନ୍ତି। ସେମାନେ ହେଲେ ରାଜସ୍ଥାନ ଝୁନ୍‌ଝୁନୁ ଜିଲା ମାଲିଗୋଭେନ୍‌ ଗ୍ରାମର ସୁବେଦାର ରାଜେନ୍ଦ୍ର ପ୍ରସାଦ, ତାମିଲନାଡୁର ମଦୁରାଇ ଜିଲା ଟି. ପୁଡୁପଟ୍ଟି ଗ୍ରାମର ରାଇଫଲମ୍ୟାନ୍‌ ଡି. ଲକ୍ଷ୍ମଣନ୍‌ ଏବଂ ହରିୟାଣାର ଦୁଇ ଜଣ ରାଇଫଲମ୍ୟାନ୍‌ ମନୋଜ କୁମାର ଓ ନିଶାନ୍ତ ମଲିକ। ମନୋଜ ଫରିଦାବାଦ ଅନ୍ତର୍ଗତ ଶାହଜାହାନପୁର ଗ୍ରାମ ବାସିନ୍ଦା ହୋଇଥିବାବେଳେ ନିଶାନ୍ତଙ୍କ ଘର ହିସାର ଜିଲା ଆଦର୍ଶନଗରରେ। ଶହୀଦ ହୋଇଥିବା କର୍ତ୍ତବ୍ୟରତ ବୀର ଯବାନଙ୍କ ସର୍ବୋଚ୍ଚ ବଳିଦାନ ବେକାର ଯିବନାହିଁ। ରାଷ୍ଟ୍ର ସେମାନଙ୍କୁ ସର୍ବଦା ମନେରଖିବ ବୋଲି ଜମ୍ମୁର ପ୍ରତିରକ୍ଷା ଲୋକସମ୍ପର୍କ ଅଧିକାରୀ ଲୁଟ୍‌ନାଣ୍ଟ କଲୋନେଲ ଦେବେନ୍ଦ୍ର ଆନନ୍ଦ କହିଛନ୍ତି। କୋମ୍ବିଂ ଓ ତଲାସି ଅଭିଯାନ ଜାରି ରହିଥିବା ଜମ୍ମୁ-କଶ୍ମୀର ପୋଲିସ ମହାନିର୍ଦ୍ଦେଶକ ଦଲବୀର ସିଂ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ଉତ୍କଳ ଦିବସରେ ଓଡିଆରେ ବଡ଼ କଥା କହିଦେଲେ ପ୍ରଧାନମନ୍ତ୍ରୀ ମୋଦି: ଆଗାମୀ ଦିନରେ…

ନୂଆଦିଲ୍ଲୀ,୧।୪: ଆଜି ଉତ୍କଳ ଦିବସ। ଚାରିଆଡ଼େ ଉତ୍ସାହର ମାହୋଲ। ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କୁ ଶୁଭେଚ୍ଛା…

ବଢିଲା ପେଟ୍ରୋଲ-ଡିଜେଲ ଦାମ୍‌, ଏଥର ମୁଣ୍ଡରେ ହାତ ଦେବେ ଗ୍ରାହକ

ନୂଆଦିଲ୍ଲୀ,୧।୪: ଦେଶବ୍ୟାପୀ ପ୍ରିମିୟମ ପେଟ୍ରୋଲ ମୂଲ୍ୟ ବୃଦ୍ଧି ପରେ, ପ୍ରିମିୟମ ଡିଜେଲ ମଧ୍ୟ ମହଙ୍ଗା ହୋଇଯାଇଛି। ତେଲ କମ୍ପାନୀଗୁଡ଼ିକ ସୋମବାର ମଧ୍ୟରାତ୍ରିରୁ ପ୍ରିମିୟମ ଡିଜେଲ ମୂଲ୍ୟ ପ୍ରାୟ…

ରାହୁଲଙ୍କ ବଡ଼ ଚେତାବନୀ, ଦେଶରେ ଆସିବ ‘Economic Earthquake’, ମୋଦି କହିଲେ…

ନୂଆଦିଲ୍ଲୀ,୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଭାଷଣରେ ପଶ୍ଚିମ ଏସିଆର ସଙ୍କଟ କେନ୍ଦ୍ରବିନ୍ଦୁ ପାଲଟିଥିଲା। ଉଭୟ ନେତା ଭାରତ ଉପରେ…

ବଢ଼ିଲା ଗ୍ୟାସ୍‌ ଦର: ଜାଣନ୍ତୁ କେତେ ହେଲା ସିଲିଣ୍ଡର

ନୂଆଦିଲ୍ଲୀ,୧।୪:କମର୍ସିଆଲ LPG ଦର ବଢ଼ାଇଛନ୍ତି କେନ୍ଦ୍ର ସରକାର। କମର୍ସିଆଲ LPG ସିଲିଣ୍ଡର ପିଛା ଦର ୧୯୫ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି। ନୂଆଦିଲ୍ଲୀରେ ୧୯ କେଜି…

ଆଜିଠୁ ଜନଗଣନା: ଏପ୍ରିଲ ୧ରୁ ଅଗଷ୍ଟ ୩୧ ମଧ୍ୟରେ…

ନୂଆଦିଲ୍ଲୀ,୧ା୪:ଜନଗଣନା-୨୦୨୭ ବୁଧବାରଠାରୁ ଆରମ୍ଭ ହେଉଛି। ପ୍ରତି ୧୦ ବର୍ଷରେ ଜନଗଣନା କରାଯାଉଥିବାବେଳେ ଶେଷଥର ପାଇଁ ୨୦୧୧ରେ ହୋଇଥିଲା। କୋଭିଡ୍‌ ମହାମାରୀକୁ ନେଇ ୨୦୨୧ରେ ଜନଗଣନା ସ୍ଥଗିତ ରହିଥିଲା।…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri