Posted inଜାତୀୟ

ସେନା ଶିବିରରେ ଆତ୍ମଘାତୀ

ଶ୍ରୀନଗର/ନୂଆଦିଲ୍ଲୀ,୧୨ା୮:ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦର ତୃତୀୟ ବର୍ଷ ପୂର୍ତ୍ତିକୁ ୬ ଦିନ ବିତିଛି ଏବଂ ଦେଶ ସ୍ବାଧୀନତାର ୭୬ତମ ବର୍ଷ ପାଳନକୁ ୪ ଦିନ ବାକି ଅଛି। ଭାରତୀୟ ସେନାକୁ ପ୍ରତିହତ କରିବା ପାଇଁ ଏଭଳି ସମୟକୁ ବାଛିଛନ୍ତି ପାକିସ୍ତାନୀ ଆତଙ୍କବାଦୀ। ୨ ଜଣ ଜୈଶ୍‌ ଆମତ୍ଘାତୀ ଜମ୍ମୁରୁ ୧୮୫ କି.ମି. ଦୂର ପରଗଲ ସେନା ଶିବିରର ସୁରକ୍ଷା ବଳୟକୁ ଭେଦକରି ବୁଧବାର ରାତି ୨ଟାରେ ଅନୁପ୍ରବେଶ ଉଦ୍ୟମ କରିଥିଲେ। ସେତେବେଳେ ଗୁଳି ଫୁଟିବାର ପ୍ରଥମ ଶବ୍ଦ ଶୁଣିବାକୁ ମିଳିଥିଲା। ସକାଳ ୬ଟା ୧୦ ମିନିଟରେ ଶେଷ ଗୁଳି ଫୁଟିଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରର ରାଜୌରି ଜିଲା ସ୍ଥିତ ଏକ ସେନା ଶିବିରକୁ ଗୁରୁବାର ଭୋର ସମୟରେ ପାକିସ୍ତାନର ଜୈଶ୍‌-ଇ-ମହମ୍ମଦ (ଜେଇଏମ୍‌) ଆତଙ୍କବାଦୀମାନେ ଟାର୍ଗେଟ କରିଛନ୍ତି। ସେମାନଙ୍କ ଆମତ୍ଘାତୀ ଆକ୍ରମଣକୁ ପଣ୍ଡ କରିବାକୁ ଯାଇ ୪ ଯବାନ ଶହୀଦ ହୋଇଛନ୍ତି। ୪ ଘଣ୍ଟା ଧରି ଗୁଳି ବିନିମୟ ଚାଲିଥିବାବେଳେ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି।
ରାଜୌରିର ପରଗଲରେ ଥିବା ସେନାର ରାଜ ରାଇଫଲ୍ସ ଶିବିରରେ ଭୋର ସମୟରେ ୨ ଆତଙ୍କବାଦୀଙ୍କ ସନ୍ଦେହଜନକ ଗତିବିଧିକୁ ଲକ୍ଷ୍ୟକରି ସେଣ୍ଟ୍ରି ସତର୍କ କରାଇଥିଲେ। ଖରାପ ପାଗ ଓ ଘଞ୍ଚ ଜଙ୍ଗଲର ଫାଇଦା ନେଇ ସଶସ୍ତ୍ର ଆତଙ୍କବାଦୀ ଦ୍ୱୟ ଅନୁପ୍ରବେଶ କରିଥିଲେ। ଯବାନମାନେ ଗ୍ରେନେଡ୍‌ଧାରୀ ଆତଙ୍କବାଦୀଙ୍କୁ ଚ୍ୟାଲେଞ୍ଜ କରିଥିଲେ। ଉଭୟ ପକ୍ଷ ମଧ୍ୟରେ ଦୀର୍ଘ ୪ ଘଣ୍ଟା ଧରି ଗୁଳି ବିନିମୟ ଚାଲିଥିଲା। ଏଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ। ଆତଙ୍କବାଦୀଙ୍କ ଗୁଳିମାଡ଼ରେ ୬ ଜଣ ଯବାନ ଆହତ ହୋଇଥିଲେ। ଆହତ ଯବାନଙ୍କ ମଧ୍ୟରୁ ୪ ଜଣ ଶହୀଦ ହୋଇଛନ୍ତି। ସେମାନେ ହେଲେ ରାଜସ୍ଥାନ ଝୁନ୍‌ଝୁନୁ ଜିଲା ମାଲିଗୋଭେନ୍‌ ଗ୍ରାମର ସୁବେଦାର ରାଜେନ୍ଦ୍ର ପ୍ରସାଦ, ତାମିଲନାଡୁର ମଦୁରାଇ ଜିଲା ଟି. ପୁଡୁପଟ୍ଟି ଗ୍ରାମର ରାଇଫଲମ୍ୟାନ୍‌ ଡି. ଲକ୍ଷ୍ମଣନ୍‌ ଏବଂ ହରିୟାଣାର ଦୁଇ ଜଣ ରାଇଫଲମ୍ୟାନ୍‌ ମନୋଜ କୁମାର ଓ ନିଶାନ୍ତ ମଲିକ। ମନୋଜ ଫରିଦାବାଦ ଅନ୍ତର୍ଗତ ଶାହଜାହାନପୁର ଗ୍ରାମ ବାସିନ୍ଦା ହୋଇଥିବାବେଳେ ନିଶାନ୍ତଙ୍କ ଘର ହିସାର ଜିଲା ଆଦର୍ଶନଗରରେ। ଶହୀଦ ହୋଇଥିବା କର୍ତ୍ତବ୍ୟରତ ବୀର ଯବାନଙ୍କ ସର୍ବୋଚ୍ଚ ବଳିଦାନ ବେକାର ଯିବନାହିଁ। ରାଷ୍ଟ୍ର ସେମାନଙ୍କୁ ସର୍ବଦା ମନେରଖିବ ବୋଲି ଜମ୍ମୁର ପ୍ରତିରକ୍ଷା ଲୋକସମ୍ପର୍କ ଅଧିକାରୀ ଲୁଟ୍‌ନାଣ୍ଟ କଲୋନେଲ ଦେବେନ୍ଦ୍ର ଆନନ୍ଦ କହିଛନ୍ତି। କୋମ୍ବିଂ ଓ ତଲାସି ଅଭିଯାନ ଜାରି ରହିଥିବା ଜମ୍ମୁ-କଶ୍ମୀର ପୋଲିସ ମହାନିର୍ଦ୍ଦେଶକ ଦଲବୀର ସିଂ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

VB-G RAM G ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, MGNREGA ବଦଳରେ ଏଣିକି ଲାଗୁ ହେବ…

ନୂଆଦିଲ୍ଲୀ,୨୧।୧୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବିକାଶିତ ଭାରତ-ନିଯୁକ୍ତି ଏବଂ ଆଜୀବିକା ମିଶନ (ଗ୍ରାମୀଣ) ଗ୍ୟାରେଣ୍ଟି ବିଲ୍ VB-G RAM G ୨୦୨୫ କୁ ଅନୁମୋଦନ...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

‘ଭାଜପା ପାଇଁ ସେକ୍ୟୁଲାରିଜମ ଶବ୍ଦ ସେତିକି ପିତା ଯେମିତି ନିମ୍ବର ଫଳ’, କାହିଁକି ଏମିତି କହିଲେ ଷ୍ଟାଲିନ? ଜାଣନ୍ତୁ…

ଚେନ୍ନାଇ,୨୧।୧୨: ଚେନ୍ନାଇରେ ଖ୍ରୀଷ୍ଟମାସ ପାଳନ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ...

ଏଥର ଫେବୃଆରୀ ୧ରେ ଆସିବନି ବଜେଟ୍‌! ଭାରତ ସଂସଦୀୟ ଇତିହାସରେ ପ୍ରଥମ?

ନୂଆଦିଲ୍ଲୀ,୨୧।୧୨: ଆସନ୍ତା ବର୍ଷ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ କେଉଁ ତାରିଖରେ ବଜେଟ ଉପସ୍ଥାପନ କରିବେ ତାକୁ ନେଇ ସସପେନ୍ସ ଜାରି ରହିଛି। ୨୦୧୭ରୁ...

BSF କନଷ୍ଟେବଳ ନିଯୁକ୍ତିରେ ଅଗ୍ନିବୀରଙ୍କୁ ମିଳିବ ୫୦ ପ୍ରତିଶତ ସଂରକ୍ଷଣ, ଗୃହ ମନ୍ତ୍ରଣାଳୟ ଜାରି କଲା ନୋଟିଫିକେଶନ

ନୂଆଦିଲ୍ଲୀ,୨୧।୧୨: କେନ୍ଦ୍ର ସରକାର ସୀମା ସୁରକ୍ଷା ବାହିନୀର ନିଯୁକ୍ତି ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣି ସାଧାରଣ ଡ୍ୟୁଟି କ୍ୟାଡର ସହିତ ଜଡିତ ନିୟମଗୁଡ଼ିକୁ ସଂଶୋଧନ...

୧୧ ବିମାନବନ୍ଦର ଲିଜ୍‌ରେ ନେବ ଆଦାନୀ

ନୂଆଦିଲ୍ଲୀ,୨୧ା୧୨: କେନ୍ଦ୍ର ସରକାର ଦେଶର କେତେକ ସରକାରୀ ବିମାନବନ୍ଦରକୁ ଘରୋଇ କମ୍ପାନୀକୁ ଲିଜ୍‌ ଦେବା ପାଇଁ ଯୋଜନା କରୁଥିବାବେଳେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ୧୧ଟି ଏୟାରପୋର୍ଟ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri