ସାନିଟାଇଜର ଷ୍ଟାଣ୍ଡ ତିଆରି କଲେ ଶୁଭ୍ରଜ୍ୟୋତି

ପୁରୀ ଅଫିସ,୨୯ା୭: ଉଗ୍ରରୂପ ଧାରଣ କରିଛି ମହାମାରୀ କରୋନା। ପ୍ରତିଦିନ ହଜାର ହଜାର ଲୋକ ଏହି ପ୍ରାଣଘାତୀ ଭୂତାଣୁର ଶିକାର ହେଉଛନ୍ତି। ମୃତ୍ୟୁ ସଂଖ୍ୟା ବି ହୁ ହୁ ହୋଇ ବଢୁଛି। ଏ ପର୍ଯ୍ୟନ୍ତ କରୋନାଠୁ ରକ୍ଷା ପାଇବା ପାଇଁ କୌଣସି ଔଷଧ ବାହାରି ନ ଥିବାରୁ ସତର୍କତା ଏବଂ ସଚେତନତା ଉପରେ ଗୁରୁତ୍ୱ ଦିଆଯାଉଛି। ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ରକ୍ଷା ସହ ହାତକୁ ସାନିଟାଇଜ କରିବା ଦରକାର। ଏହାକୁ ଉପଲବ୍ଧି କରି ଜଣେ ଦଶମ ଶ୍ରେଣୀ ଛାତ୍ର ସାନିଟାଇଜର ପେଡାଲ ଷ୍ଟାଣ୍ଡ ତିଆରି କରିଛନ୍ତି। ସେ ହେଲେ ପୁରୀର ଘନଶ୍ୟାମ ହେମଲତା ବିଦ୍ୟାମନ୍ଦିର ଆବାସିକ ବିଦ୍ୟାଳୟରେ ପଢୁଥିବା ଶୁଭ୍ରଜ୍ୟୋତି ମହାନ୍ତି। ସେ ଏହି ସାନିଟାଇଜର ଷ୍ଟାଣ୍ଡ ନିର୍ମାଣ ପରେ ବିଦ୍ୟାଳୟର ନିର୍ଦ୍ଦେଶକ ତନ୍ମୟ କୁମାର ଜେନାଙ୍କୁ ପ୍ରଦାନ କରିଛନ୍ତି।
ଶୁଭ୍ରଜ୍ୟୋତି କହିଛନ୍ତି, ବର୍ତ୍ତମାନ କରୋନା ପାଇଁ ସ୍କୁଲ ବନ୍ଦ ରହିଛି। ସ୍କୁଲ ଖୋଲିବା ପରେ ଛାତ୍ରୀଛାତ୍ରମାନେ କିପରି ଜୀବାଣୁମୁକ୍ତ ହୋଇ ଶ୍ରେଣୀରେ ବସିବେ ସେଥିପାଇଁ ସେ ଚିନ୍ତା କରି ପାଦରେ ଚାଳନା କରାଯାଇପାରୁଥିବା ସାନିଟାଇଜର ପେଡାଲ ଷ୍ଟାଣ୍ଡ ତିଆରି କରିଛନ୍ତି। ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ସମୟରେ ଛାତ୍ରୀଛାତ୍ରମାନେ ହାତ ଧୋଇବାକୁ ତରଳ ସାବୁନ (ଲିକ୍ୟୁଇଡ୍‌ ସୋପ୍‌)କୁ ମଧ୍ୟ ଏହି ଷ୍ଟାଣ୍ଡ ମାଧ୍ୟମରେ ବ୍ୟବହାର କରିପାରିବେ। ଏଥିସହ ୫ ଲିଟର ଡବାରେ ଏକ ଅଟୋମେଟିକ ହ୍ୟାଣ୍ଡ ସାନିଟାଇଜର ମେଶିନ ତିଆରି କରିଥିଲେ। ମାତ୍ର କାନ୍ଥରେ ଟାଙ୍ଗିବାକୁ ଅସୁବିଧା ହେବାରୁ ୧ ଲିଟର ଡବା ଓ ୪ ଇଞ୍ଚର ପାଣି ପାଇପ କନେକ୍ଟର ବ୍ୟବହାର କରିଛନ୍ତି। ଏଥିରେ ରିଚାର୍ଜ ହୋଇ ପାରୁଥିବା ବ୍ୟାଟେରି ବ୍ୟବହାର କରାଯାଇଛି, ଯାହାକି ମୋବାଇଲ ଚାର୍ଜରରେ ଚାର୍ଜ ହୋଇପାରିବ। ଏହାବ୍ୟତୀତ ସେ ମୋଟା ଜରି, ଫିତା ଓ ଅଠାରେ ମାସ୍କ ପ୍ରସ୍ତୁତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

ଯୁଦ୍ଧ ଭିତରେ ଆମେରିକାରେ ରାଷ୍ଟ୍ରପତି ପଦ ଛାଡିବେ ଟ୍ରମ୍ପ? ନିଜେ କହିଦେଲେ…

ଓ଼୍ବାଶିଂଟନ,୭।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଆସିଛି। ସେ ଦାବି କରିଛନ୍ତି ଯେ ସେ…

ଇରାନ ଯୁଦ୍ଧ ମଧ୍ୟରେ ବଡ଼ ଘୋଷଣା କଲେ ପାକ୍‌ ପ୍ରଧାନମନ୍ତ୍ରୀ, ଲୋକେ ଛାନିଆ!

ଇସଲାମାବାଦ,୭।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ପରଠାରୁ, ଦକ୍ଷିଣ ଏସୀୟ ଏବଂ ୟୁରୋପୀୟ ଦେଶଗୁଡ଼ିକ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର…

ତାଣ୍ଡବ ରଚିଲା କାଳବୈଶାଖୀ: ଉଡିଲା ଘର ଛପର, ଭାଙ୍ଗିଲା ବଡ଼ ବଡ଼ ଗଛ

ତୁମୁଡିବନ୍ଧ,୭।୪ (ଦୀପକ କୁମାର ପରାସେଠା): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କୁର୍ତମଗଡ ପଞ୍ଚାୟତ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚାଇଥିବାର ଗତକାଲି ଦେଖିବାକୁ ମିଳିଛି l ସୂଚନା ଅନୁସାରେ…

UAE ଟଙ୍କା ମାଗିବାରୁ ବିଳିବିଳେଇଲା ପାକିସ୍ତାନ, ଭାରତର ନାଁ ନେଇ କହିଲା…

ଇସଲାମବାଦ,୭।୪: ପାକିସ୍ତାନର ଆର୍ଥିକ ପରିସ୍ଥିତି ପୂର୍ୱରୁ ଜୀବନ ସମର୍ଥନ ଉପରେ ଅଛି, ତଥାପି ଏହାର ଅହଂକାର ହ୍ରାସ ପାଇବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଇସଲାମାବାଦ ଏବେ ସଂଯୁକ୍ତ…

ନୂତନ ପ୍ରାଥମିକ କୃଷି ସମବାୟ ସମିତିର ଭିତ୍ତିପ୍ରସ୍ତର ସ୍ଥାପନ: ଅଞ୍ଚଳର ଚାଷୀମାନଙ୍କୁ ମିଳିବ ଏସବୁ ସୁବିଧା

ଲୋଇସିଂହା,୭।୪(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁଢୀପଦରଠାରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଲିମିଟେଡର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri