ଶରୀର ପାଇଁ ବେଶ୍ ଉପକାରୀ ହେଉଛି ଆଖୁରସ। ମୁଖ୍ୟତଃ ଖରାଦିନେ ଏହାର ଚାହିଦା ଅଧିକ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍ ଭରି ରହିଛି। ଆଖୁରସ ପିଇବା ଦ୍ୱାରା ଶରୀରରେ ଶର୍କରା ପରିମାଣ ସନ୍ତୁଳିତ ରହିଥାଏ। ଏହାବ୍ୟତୀତ ଶରୀରରେ ଶକ୍ତି ବୃଦ୍ଧି କରିଥାଏ। ଏଥିରେ ପୋଟାସିୟମ୍ ଓ କ୍ୟାଲ୍ସିୟମ ଥିବାରୁ ଏହା ଦାନ୍ତ ଓ ଦାନ୍ତମାଢ଼ିକୁ ନଷ୍ଟ ହେବାରୁ ରକ୍ଷା କରିଥାଏ। ଆଖୁରସ ପିଇବା ଦ୍ୱାରା ଖାଦ୍ୟ ହଜମ ଠିକ୍ ଭାବେ ହୋଇଥାଏ। ଏଥିରେ ଏଭଳି ତତ୍ତ୍ୱ ରହିଛି, ଯାହା ପାକସ୍ଥଳୀ ସଂକ୍ରମଣ ଆଶଙ୍କାକୁ ମଧ୍ୟ କେତେକାଂଶରେ ଦୂର କରିଥାଏ। ଅସ୍ଥି ଏବଂ ମାଂସପେଶୀକୁ ମଜଭୁତ କରିଥାଏ। ଆଖୁ ରସରେ ଭିଟାମିନ୍-ସି ଥିବାରୁ ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ। ବାହ୍ୟ ଜୀବାଣୁ ଆକ୍ରମଣରୁ ମଧ୍ୟ ଏହା ରକ୍ଷା କରିଥାଏ। ଡାଇବେଟିସ୍ ରୋଗୀଙ୍କ ପାଇଁ ଏହା ବେଶ୍ ଉପକାରୀ।

