ଅଜଣା ରୋଗରେ ପୀଡିତ, ଚିକିତ୍ସା ପାଇଁ ନାହିଁ ଅର୍ଥ

ଜାମଟିକ୍ରା,୧ା୫(ଡି.ଏନ୍‌.ଏ.): ବରଗଡ ଜିଲା ଅତାବିରା ବ୍ଲକ ମନାପଡା ପଞ୍ଚାୟତ ଲୁରୁପାଲି ଗ୍ରାମର ମଳୟ ପଧାନ(୪୧) ବର୍ତ୍ତମାନ ଅଜଣା ରୋଗରେ ପୀଡିତ ହୋଇଛନ୍ତି। ଅଭାବ ଅନଟନ ଯୋଗୁ ତାଙ୍କର ଉପଯୁକ୍ତ ଚିକିତ୍ସା ହୋଇପାରୁନାହିଁ। ଫଳରେ ସେ ଭାଗ୍ୟକୁ ଆଦରି ଘରେ ପଡିରହିଛନ୍ତି।
ମଳୟ ଜଣେ ଶିକ୍ଷିତ ଏବଂ ସେ ଗୋଟିଏ ସଂସ୍ଥାରେ ସିକ୍ୟୁରିଟି ଗାର୍ଡ ହିସାବରେ କାମ କରୁଥିଲେ। ୨୦୨୧ ନଭେମ୍ବର ୫ରେ ରେଙ୍ଗାଲି କ୍ୟାମ୍ପରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍ଗ ଡାହାଣ ଗୋଡ ଭାଙ୍ଗିଯାଇଥିଲା। ସେ ଆୟୁର୍ବେଦ ଚିକିତ୍ସା କରି ଭଲ ହୋଇଗଲେ। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ ଆଉ ଗୋଟିଏ ଅଜଣା ରୋଗ ମାଡି ବସିଲା। ତାଙ୍କ ପେଟରେ ମଇଳା ପାଣି ଜମି ରହିବାରୁ ଗତ ଜାନୁୟାରୀ ମାସରେ ତାଙ୍କର ଅସ୍ତ୍ରୋପଚାର କରି ମଳନଳୀ ବାହାର କରାଯାଇଥିଲା। ଅଭାବ ଯୋଗୁ ସେ ଔଷଧ ମଧ୍ୟ ଖାଇ ପାରୁନାହାନ୍ତି। ଆଉ ତିନିମାସ ପରେ ପୁଣି ଗୋଟିଏ ଅସ୍ତ୍ରୋପଚାର କରାଯିବ । କିନ୍ତୁ ତାଙ୍କ ପାଖରେ ଟଙ୍କା ନାହିଁ । ସରକାରୀ ସହାୟତା କହିଲେ ତାଙ୍କ ମା’ ଜେମା ଦେଈ ପାଉଛନ୍ତି ମାସିକ ୫ଶହ ଟଙ୍କା ଓ ୧୦ କେଜି ଚାଉଳ। ଏହି ସହାୟତାରେ ମା’ ପୁଅଙ୍କୁ ଚଳିବା କଷ୍ଟକର ହୋଇପଡୁଛି। ଯେଉଁ ଅଳ୍ପ ଜମି ଅଛି ତାହା ବନ୍ଧକ ପଡିଛି। ବର୍ଷା ଦିନେ ଘରେ ପାଣି ଗଳୁଛି। ଅତି ଦୟନୀୟ ଅବସ୍ଥାରେ ମା’ ପୁଅ ଚଳୁଛନ୍ତି। ସରକାର କିମ୍ବା କୌଣସି ସହୃଦୟ ବ୍ୟକ୍ତି ସହଯୋଗ କଲେ ମଳୟଙ୍କ ଅସ୍ତ୍ରୋପଚାର ହୋଇ ସେ ପୂର୍ବ ଅବସ୍ଥାକୁ ଫେରିପାରିବେ ବୋଲି ଜେମା ଦେଈ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri