ହଠାତ୍‌ ଜୁଆଆଡ୍ଡା ଭିତରକୁ ପଶିଲା ପୋଲିସ, ଜଣଙ୍କ ପରେ ଜଣେ ୬୦ ଜଣଙ୍କୁ ମାଡ଼ିବସିଲା

ନୂଆପଡା,୨୪।୧୧(ମକାରୁ ବେମାଲ): ନୂଆପଡ଼ା ଜିଲା ଖରିଆର୍‌ ରୋଡ ଜୋଙ୍କ ଥାନା ଅଞ୍ଚଳରେ ଏକ ଜୁଆଆଡ୍ଡା ଉପରେ ଶନିବାର ବିଳମ୍ବିତ ରାତିରେ ଚଢ଼ାଉ ହୋଇଛି। ଏଥିରେ ୬୦ରୁ ଊର୍ଦ୍ଧ୍ୱ ଜୁଆଡ୍ଡୀଙ୍କୁ ଅଟକରଖି ଥିବାବେଳେ ଲକ୍ଷ ଲକ୍ଷ ଟଙ୍କା, ମୋବାଇଲ, ବାଇକ ଜବତ ହୋଇଛି।
ସୂଚନାନୁଯାୟୀ, ଶନିବାର ଖରିଆର ରୋଡ ସହରରେ ମହୋତ୍ସବ ଚାଲିଥିବାବେଳେ ଅନ୍ୟପଟେ ସହର ବାହାରେ ଠେଲକୋବେଡା ଠାରେ ବଡଧରଣର ଜୁଆଆଡ୍ଡା ଉପରେ ସତନ୍ତ୍ର ପୋଲିସ ଟିମ୍‌ ଚଢ଼ଉ କରିଛି। ଖରିଆର ରୋଡ ସହରରେ ହେଉଥିବା ମହୋତ୍ସବରେ ସମସ୍ତେ ବ୍ୟସ୍ତଥିବା ବେଳେ ଏହାର ସୁଯୋଗ ନେଇ ଜୁଆ ଖେଳ ଚାଲିଛି ।ମହୋତ୍ସବରେ ଖୋଦ ଏସ୍‌ପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର ଅତିଥି ଭାବରେ ମଞ୍ଚାସିନ ଥିବାବେଳେ ଅନ୍ୟପଟେ ଜଣେ ଡିଆଇଜିଙ୍କ ନେତୃତ୍ୱରେ ପ୍ରାୟ ୫୦ ଜଣ ଅଧିକାରୀ ଓ ପୋଲିସ କର୍ମଚାରୀ ପହଞ୍ଚି ଚଢ଼ାଉ କରିଥିଲେ। ଜୁଆଡ୍ଡୀମାନେ ସେଠାରୁ ଫେରାର ହେବାକୁ ଉଦ୍ୟମ କରିଥିବା ବେଳେ ପୋଲିସ କାବୁ କରିବାରେ ସଫଳ ହୋଇଛି । ଅନ୍ଧାର ସୁଯୋଗ ନେଇ କେତେ ଜୁଆଡ୍ଡୀ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି । ଏସ୍‌ପି ରାଘବେନ୍ଦ୍ରଙ୍କ କହିବା ଅନୁଯାୟୀ ୬୦ରୁ ଊର୍ଦ୍ଧ୍ୱ ଜଣଙ୍କୁ ପୋଲିସ କାବୁ କରିଛି। ଲକ୍ଷ ଲକ୍ଷ ଟଙ୍କା, ମୋବାଇଲ, ଗାଡ଼ି ଜବତ କରାଯାଇଛି। କେତେ ଟଙ୍କାର କାରବାର ଚାଲିଥିଲା ସ୍ପଷ୍ଟ ହୋଇ ନାହିଁ । ଆଡ୍ଡା କିଏ ଚଳାଉ ଥିଲା । ତାହା ମଧ୍ୟ ଅସ୍ପଷ୍ଟ ରହିଛି । ଅଟକ ବ୍ୟକ୍ତି ମାନଙ୍କୁ ଜୋଙ୍କ ଥାନାରେ ରଖି ପଚରା ଉଚରା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଇକେଲ ଆରୋହୀଙ୍କୁ ଧକ୍କା ଦେଲା ହାଇୱା, ଘଟଣାସ୍ଥଳରେ…

ଧର୍ମଶାଳା,୩୧।୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ନାନପୁର ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

୧୫୩ ବର୍ଷରେ ଯୋରନ୍ଦା ମେଳା: ଜୀବଜଗତର ମଙ୍ଗଳ ପାଇଁ ଆଜି ଘୃତାହୁତି କରିବେ…

ଢେଙ୍କାନାଳ,୩୧ା୧(ରତନ ନାୟାର): ବିଶ୍ୱପ୍ରସିଦ୍ଧ ମହିମା ଧର୍ମପୀଠ ମହିମାଗାଦି ଯୋରନ୍ଦାରେ ପ୍ରସିଦ୍ଧ ମାଘମେଳା ଶନିବାର ଆରମ୍ଭ ହୋଇଛି। ଚଳିତ ବର୍ଷ ମେଳା ୧୫୩ ବର୍ଷରେ ପହଞ୍ଚିଛି। ସେହିପରି ଚଳିତ…

ନବୀନ ନିବାସରୁ ବାହାରି ବଡ଼ ସୂଚନା ଦେଲେ କଳିକେଶ: କହିଦେଲେ ସାଂଘାତିକ କଥା, ରାଜନୀତିରେ ହଇଚଇ

ଭୁବନେଶ୍ୱର,୩୧।୧: ନବୀନ ନିବାସରୁ ବାହାରିଲେ କଳିକେଶ ନାରାୟଣ ସିଂହଦେଓ। ଏହି ସମୟରେ ଗଣମାଧ୍ୟମ ଜରିଆରେ କଳିକେଶ ବଡ଼ ସୂଚନା ଦେଇ କହିଛନ୍ତି, ଓଡ଼ିଶା ଲାଗି କାମ କରିବା…

ଆମେରିକାରେ ପୁଣି ହେଲା ଶଟ୍‌ଡାଉନ, ଜାଣନ୍ତୁ କାହିଁକି…

ଓ୍ବାଶିଂଟନ୍‌,୩୧।୧: ଆମେରିକା ଉପରେ ପୁଣିଥରେ ତାଲାବନ୍ଦୀ ଅର୍ଥାତ୍‌ ଶଟ୍‌ଡାଉନ ହୋଇଛି। କାରଣ ସିନେଟରେ ଫଣ୍ଡିଂ ବିଲ୍‌ ଅଟକି ରହିଛି, ଯାହା ଫଳରେ ରାଷ୍ଟ୍ରପତି ଟ୍ରମ୍ପ ଚାପରେ ପଡ଼ିଛନ୍ତି।…

ପଥରରେ ପିଟି ହୋଇ ଖାଲକୁ ଖସିପଡ଼ିଲା ପୋଲିସ ଗାଡ଼ି, ମହିଳା ଏସ୍‌ଆଇଙ୍କ ସମେତ…

ଖଲ୍ଲିକୋଟ,୩୧ା୧(ପ୍ରଶାନ୍ତ କୁମାର ମିଶ୍ର): ଘନକୁହୁଡ଼ି ଯୋଗୁ ୧୬ ନମ୍ବର ଜାତୀୟ ରାଜପଥରେ ଶନିବାର ଏକ ଦୁର୍ଘଟଣା ଘଟିଛି। ରାସ୍ତା ଉପରେ ପଡ଼ିଥିବା ଗୋଟିଏ ପଥରରେ ପିଟି ହୋଇ…

NCPର ବଡ଼ ଦାଦି, ସୁନେତ୍ରା ଉପ ମୁଖ୍ୟମନ୍ତ୍ରୀ, ପାର୍ଥ ପାଓ୍ବାରଙ୍କୁ ରାଜ୍ୟ ସଭାରେ ମିଳିବ ସିଟ୍‌!

ମୁମ୍ବାଇ,୩୧।୧: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (NCP) ମହାରାଷ୍ଟ୍ର ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଅଜିତ ପାୱାରଙ୍କ ହଠାତ ମୃତ୍ୟୁ ପରେ ସୃଷ୍ଟି ହୋଇଥିବା ନେତୃତ୍ୱ ସଙ୍କଟକୁ…

ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ଘୋଷଣା: ରାଜଧାନୀ ମହିଳାଙ୍କ ପାଇଁ ନେଲେ ଏହି ପଦକ୍ଷେପ, ଏଣିକି ମିଳିବ…

ଭୁବନେଶ୍ୱର,୩୧ା୧: ରାଜଧାନୀ ମହିଳା ଯାତ୍ରୀଙ୍କ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏକ ବଡ଼ ଘୋଷଣା କରିଛନ୍ତି। ମହିଳାଙ୍କ ସୁରକ୍ଷା ଏବଂ…

Pakistan PM: ‘ଆମକୁ ଲାଜ ଲାଗୁଛି’, କାହିଁକି ଏମିତି କହିଲେ ଶହବାଜ ସରିଫ? ଜାଣନ୍ତୁ ଏହା ପଛର କାରଣ

ଇସଲାମାବାଦ,୩୧।୧: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ ବିଦେଶରୁ ଋଣ ନେବା ପାଇଁ ଲଜ୍ଜା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଟଙ୍କା ମାଗିବା ଜାତୀୟ ଗର୍ବକୁ କ୍ଷତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri