ଜନ ପ୍ରତିନିଧିଙ୍କ ନାଁ ନ ଥିବାରୁ ଫଳକ ଗାଏବ

ବାଳକାଟୀ/ବାଲିପାଟଣା,୨୦୯।୪(ଡି.ଏନ୍‌.ଏ.): ପୂର୍ତ୍ତ ବିଭାଗ ଡିଭିଜନ ୨ ପକ୍ଷରୁ ଉତ୍ତରାଠାରୁ ନିମାପଡ଼ା ରାସ୍ତାର ଚାରିଥାକିଆ ରାସ୍ତାର ବୁଧବାର ବାଳକାଟୀରେ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଥିଲା। ହେଲେ କାର୍ଯ୍ୟକ୍ରମର କିଛି ଘଣ୍ଟା ପୂର୍ବରୁ ଫଳକ ହଠାତ୍‌ ଉଦ୍‌ଘାଟନ ସ୍ଥଳରୁ ଗାଏବ ହୋଇଯାଇଥିଲା। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତତ୍‌କ୍ଷଣାତ୍‌ ବିଭିନ୍ନ ଜାଗାରେ ତଦନ୍ତ କରି ସ୍ଥାନୀୟ ଏକ ଘରୁ ଫଳକ ଉଦ୍ଧାର କରିଥିଲେ। ଏହାପରେ ବିଧାୟକ ଡ.ଅରବିନ୍ଦ ଢାଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉକ୍ତ ଚାରିଥାକିଆ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଅନ୍ୟପଟେ ଫଳକ ଗାଏବ ପୁଣି ପୋଲିସ ଦ୍ୱାରା ଉଦ୍ଧାରକୁ ନେଇ ଉତ୍ସବ ସ୍ଥଳରେ ଡିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ବାଦବିବାଦ ଲାଗିଥିଲେ। ଫଳରେ ଜୟଦେବରେ ବିଜେଡି ଗୋଷ୍ଠୀ କନ୍ଦଳ ଏବେ ପଦାରେ ପଡ଼ିଛି।
ସୂଚନା ଅନୁଯାୟୀ, ଉତ୍ତରାଠାରୁ ନିମାପଡା ଯାଏଁ ଚାରିଥାକିଆ ରାସ୍ତାର ଦୋହରିକରଣ ନିମନ୍ତେ ପ୍ରଥମ ପର୍ଯାୟ କାମ ବାଳକାଟୀ ଦୁଲ୍ଲାଦେବୀ ମନ୍ଦିର ନିକଟରେ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ ପୂର୍ବାହ୍ନ ୧୦ଟାରେ ଥିଲା। ଫଳକରେ କେବଳ ବିଧାୟକ ଢାଲିଙ୍କ ନାମ ଥିବାବେଳେ ସ୍ଥାନୀୟ କୌଣସି ଜନ ପ୍ରତିନିଧିଙ୍କ ନାମ ନଥିଲା। ଏହାକୁ ବିରୋଧ କରି ବିଧାୟକ ଆସିବା ପୂର୍ବରୁ କେହି ଦୁର୍ବୃତ୍ତ ଉତ୍ସବ ସ୍ଥଳରେ ପହଞ୍ଚତ୍ ଫଳକକୁ ତାଡି ନେଇ ପ୍ରତାପ ଶାସନ ବାଳକ ବିଦ୍ୟାଳୟ ନିକଟସ୍ଥ ଏକ ଘରେ ଲୁଚାଇ ରଖିଥିଲେ। ଏହି ଘଟଣା ବିଷୟରେ ବିଧାୟକ ଜାଣିବା ପରେ ସ୍ଥାନୀୟ ପୋଲିସ ଦ୍ୱାରା ତଦନ୍ତ କରାଇ ହାଇସ୍କୁଲ ପାଖ ଉକ୍ତ ଘରେ ଚଢ଼ାଉ କରି ଫଳକ ଉଦ୍ଧାର କରିଥିଲା। ପୋଲିସ ଫଳକ ଉଦ୍ଧାର କରି କାର୍ଯ୍ୟ ନେଇଥିବା ଠିକାଦାରଙ୍କୁ ଦେବା ପରେ ଉତ୍ସବ ସ୍ଥଳରେ ପୁଣି ଫଳକ ଲାଗିଥିଲା। ପରେ ବିଧାୟକ ଢାଲି ନିଜ ସମର୍ଥକଙ୍କୁ ନେଇ ଉତ୍ସବସ୍ଥଳରେ ପହଞ୍ଚତ୍ ଚାରିଥାକିଆ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସେ କହିଥିଲେ ପ୍ରଥମ ପର୍ଯ୍ୟାୟରେ ଦୁଲାଦେଇ ନିକଟରୁ ବାଲିପାଟଣା ସରିପୁର ଛକ ପର୍ଯ୍ୟନ୍ତ ପ୍ରଶସ୍ତୀକରଣରେ ୬୫ପୁଟ ଓସାରିଆ ଚାରି ଥାକିଆ ରାସ୍ତା ପାଇଁ ୩୮କୋଟି ଟଙ୍କା ମଞ୍ଜୁର ହୋଇଛି। ଖୁବ୍‌ଶୀଘ୍ର କାମ ଆରମ୍ଭ ହୋଇ ୨ବର୍ଷ ମଧ୍ୟରେ ସରିବ। ଏହି କାର୍ଯ୍ୟରେ ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀ ଜଗବନ୍ଧୁ ରାଓ, କାର୍ଯ୍ୟ ଏଜେନ୍ସି କେବିଏନର ସୁବାସ ଚନ୍ଦ୍ର ମହାନ୍ତି, କନିଷ୍ଠ ଯନ୍ତ୍ରୀ ନବଘନ ବେହେରା, ସହକାରୀ ଯନ୍ତ୍ରୀ ପ୍ରଭୁଦତ୍ତ ପ୍ରଧାନ ଓ ବିଜୟ କୁମାର ବରିହା ଉପସ୍ଥିତ ଥିଲେ। ଅପରପକ୍ଷେ ସରପଞ୍ଚ ରୀନା ବେହେରା, ଜିଲା ପରିଷଦ ସଭ୍ୟା କୁନୁମୁନ ଲେଙ୍କାଙ୍କ ନାମ ଫଳକରେ ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରିବା ସହ ନିଜ ସମର୍ଥକଙ୍କ ସହ ଆସି ଏହି କାର୍ଯ୍ୟକୁ ବିରୋଧ କରିଥିଲେ। ଯାହାକି ବିଧାୟକଙ୍କ ଗୋଷ୍ଠୀ ସହ ପାଟିତୁଣ୍ଡ ହୋଇ ଅଡୁଆ ପରିସ୍ଥିତି ଉପୁଜିଥିଲା। ପୋଲିସ ଉଭୟ ଗୋଷ୍ଠୀଙ୍କୁ ବୁଝାଶୁଝା ପରେ ପରିସ୍ଥିତି ଶାନ୍ତ ହୋଇଥିଲା। ଏ ନେଇ ବିଧାୟକ ଢାଲି କୁହନ୍ତି, ସ୍ଥାନୀୟ ପଞ୍ଚାୟତରେ ଯାହା ବି କାର୍ଯ୍ୟକ୍ରମ ହେଉଛି ସେଠି ବିଧାୟକଙ୍କ ନା ରହୁନି, ଯାହାକୁ ମୁଁ କେବେ ବିରୋଧ କରିନି। ଆଜି ଯେଉଁ କାର୍ଯ୍ୟକ୍ରମଟି ହେଉଛି ସେଇଟା ପୂର୍ତ୍ତ ବିଭାଗ କରୁଛି ଫଳକରେ କାହା ନା ରଖିବେ ନ ରଖିବେ ସେମାନଙ୍କ ଦାୟିତ୍ୱ। ଏହି ରାସ୍ତା ଚାରିଥାକିଆ ହେଲେ ହଜାର ହଜାର ଲୋକ ଉପକୃତ ହେବେ। ଉନ୍ନୟନ କାମରେ ବିରୋଧ କରିବା ଉଚିତ ନୁହେଁ ବୋଲି ବିଧାୟକ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri