Posted inଫୁରସତ

ପ୍ଲେନରୁ ଖସି ପଡିଲା ମୋବାଇଲ, କ୍ୟାମେରାରେ ରେକର୍ଡ ହେଉଥିଲା ସବୁକିଛି, ଶେଷ ଦୃଶ୍ୟ ଦେଖିଲେ ତାଜୁବ ହେବେ

ପ୍ରତିଟି ଦୃଶ୍ୟକୁ ଲୋକେ ଏବେ କ୍ୟାମେରାରେ କ୍ୟାପଚର କରି ରଖୁଛନ୍ତି। ଯାତ୍ରା କରୁଥିବା ଲୋକ ନିଜର ଫୋନ କ୍ୟାମେରାକୁ ବନ୍ଦ କରିବାକୁ ଭୁଲନ୍ତି ନାହିଁ। ନିକଟରେ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଠି ପ୍ଲେନରେ ବସିଥିବା ଜଣେ ବ୍ୟକ୍ତି ବାହାର ଦୃଶ୍ୟ ରେକର୍ଡିଂ କରିବା ସମୟରେ ତାଙ୍କ ହାତରୁ ଫୋନଟି ଖସି ପଡିଛି। ଫୋନଟି ତଳକୁ ଖସିବା ସମୟରେ କ୍ୟାମେରା ଅନ୍‌ ରହିଛି। ଯାହା ତଳକୁ ଖସିବାର ସବୁ ଜିନିଷ ରେକର୍ଡ କରୁଛି। କିନ୍ତୁ ଭୂମି ଉପରେ ପଡି ଏମିତି କିଛି ଦୃଶ୍ୟ ରେକର୍ଡ ହୋଇଛି ଯାହାକୁ ୟୁଜର୍ସ ଦେଖି ତାଜୁବ ହୋଇ ଯାଇଛନ୍ତି।

ସୋସିଆଲ ମିଡିଆରେ ଭିଡିଓଟି ଖୁବ୍‌ ଭାଇରାଲ ହେଉଛି। ଚାର୍ଟର୍ଡ ପ୍ଲେନରେ ଯାତ୍ରା କରୁଥିବା ସମୟରେ ଜଣେ ବ୍ୟକ୍ତିଙ୍କ ସହ କିଛି ଅପ୍ରତ୍ୟାଶିତ ଘଟଣା ଘଟୁଛି। ପ୍ଲେନରେ ବସିଥିବାବେଳେ ସେ ଆଖପାଖର ଦୃଶ୍ୟ ଫୋନ କ୍ୟାମେରାରେ କଏଦ କରୁଛନ୍ତି। ଝରକା ସେପାଖର ଦୃଶ୍ୟ ରେକର୍ଡିଂ କଲାବେlଳେ ତାଙ୍କ ହାତରୁ ମୋବାଇଲିଟି ଖସି ପଡୁଛି। ପ୍ଲେନ ଉଚ୍ଚତାରୁ ମୋବାଇଲିଟି ତଳକୁ ଖସିବାରେ ଲାଗିଛି। ଏହି ସମୟରେ ଫୋନର କ୍ୟାମେରାଟି ଅନ୍‌ ରହିଛି। ଯାହାଦ୍ୱାରା ତଳକୁ ଖସିବାର ସବୁ ଦୃଶ୍ୟ ଦେଖାଯାଉଛି। ମୋବାଇଲ ତଳକୁ ଖସୁଥିବା ସମୟରେ ଦେଖାଯାଉଥିବା ଜଙ୍ଗଲ, ପାହାଡ ଇତ୍ୟାଦିର ଦୃଶ୍ୟ ଦେଖାଯାଉଛି।

 

 

View this post on Instagram

 

A post shared by Nextdoor (@nextdoor)

ଏହାପରେ ମୋବାଇଲଟି ଏକ ଏପରି ସ୍ଥାନରେ ପଡୁଛି ଯାହାକୁ ଦେଖି ୟୁଜର୍ସ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ମୋବାଇଲ ପଡିବା ପରେ ସେଠାକୁ ଏକ ଘୁଷୁରୀ ଆସୁୁଛି। ମୋବାଇଲ ପାଖରେ ପହଞ୍ଚି ପ୍ରଥମେ ସେ ମୋବାଇଲକୁ ଚାଟିବା ଓ ଶୁଘିଂବା ସହ ଖାଇବାକୁ ଚେଷ୍ଟା କରୁଛି। ଏସବୁର ଦୃଶ୍ୟ ମୋବାଇଲ କ୍ୟାମେରାରେ ରେକର୍ଡିଂ ହୋଇଛି। ତେବେ ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା କ୍ଷଣି ୟୁଜର୍ସ ବିଭିନ୍ନ ପ୍ରକାର କମେଣ୍ଟ୍ସ ଦେଇଛନ୍ତି। କିଛି ୟୁଜର୍ସ କହିଛନ୍ତି, ଫୋନ କିପରି ଭାଙ୍ଗିଲାନି? ଫୋନରେ କଣ ବେଲୁନ ବନ୍ଧା ଯାଇଥିଲା ବୋଲି ୟୁଜର୍ସ ମତ ରଖିଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri