Posted inଫୁରସତ

ପ୍ଲେନରୁ ଖସି ପଡିଲା ମୋବାଇଲ, କ୍ୟାମେରାରେ ରେକର୍ଡ ହେଉଥିଲା ସବୁକିଛି, ଶେଷ ଦୃଶ୍ୟ ଦେଖିଲେ ତାଜୁବ ହେବେ

ପ୍ରତିଟି ଦୃଶ୍ୟକୁ ଲୋକେ ଏବେ କ୍ୟାମେରାରେ କ୍ୟାପଚର କରି ରଖୁଛନ୍ତି। ଯାତ୍ରା କରୁଥିବା ଲୋକ ନିଜର ଫୋନ କ୍ୟାମେରାକୁ ବନ୍ଦ କରିବାକୁ ଭୁଲନ୍ତି ନାହିଁ। ନିକଟରେ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଠି ପ୍ଲେନରେ ବସିଥିବା ଜଣେ ବ୍ୟକ୍ତି ବାହାର ଦୃଶ୍ୟ ରେକର୍ଡିଂ କରିବା ସମୟରେ ତାଙ୍କ ହାତରୁ ଫୋନଟି ଖସି ପଡିଛି। ଫୋନଟି ତଳକୁ ଖସିବା ସମୟରେ କ୍ୟାମେରା ଅନ୍‌ ରହିଛି। ଯାହା ତଳକୁ ଖସିବାର ସବୁ ଜିନିଷ ରେକର୍ଡ କରୁଛି। କିନ୍ତୁ ଭୂମି ଉପରେ ପଡି ଏମିତି କିଛି ଦୃଶ୍ୟ ରେକର୍ଡ ହୋଇଛି ଯାହାକୁ ୟୁଜର୍ସ ଦେଖି ତାଜୁବ ହୋଇ ଯାଇଛନ୍ତି।

ସୋସିଆଲ ମିଡିଆରେ ଭିଡିଓଟି ଖୁବ୍‌ ଭାଇରାଲ ହେଉଛି। ଚାର୍ଟର୍ଡ ପ୍ଲେନରେ ଯାତ୍ରା କରୁଥିବା ସମୟରେ ଜଣେ ବ୍ୟକ୍ତିଙ୍କ ସହ କିଛି ଅପ୍ରତ୍ୟାଶିତ ଘଟଣା ଘଟୁଛି। ପ୍ଲେନରେ ବସିଥିବାବେଳେ ସେ ଆଖପାଖର ଦୃଶ୍ୟ ଫୋନ କ୍ୟାମେରାରେ କଏଦ କରୁଛନ୍ତି। ଝରକା ସେପାଖର ଦୃଶ୍ୟ ରେକର୍ଡିଂ କଲାବେlଳେ ତାଙ୍କ ହାତରୁ ମୋବାଇଲିଟି ଖସି ପଡୁଛି। ପ୍ଲେନ ଉଚ୍ଚତାରୁ ମୋବାଇଲିଟି ତଳକୁ ଖସିବାରେ ଲାଗିଛି। ଏହି ସମୟରେ ଫୋନର କ୍ୟାମେରାଟି ଅନ୍‌ ରହିଛି। ଯାହାଦ୍ୱାରା ତଳକୁ ଖସିବାର ସବୁ ଦୃଶ୍ୟ ଦେଖାଯାଉଛି। ମୋବାଇଲ ତଳକୁ ଖସୁଥିବା ସମୟରେ ଦେଖାଯାଉଥିବା ଜଙ୍ଗଲ, ପାହାଡ ଇତ୍ୟାଦିର ଦୃଶ୍ୟ ଦେଖାଯାଉଛି।

 

 

View this post on Instagram

 

A post shared by Nextdoor (@nextdoor)

ଏହାପରେ ମୋବାଇଲଟି ଏକ ଏପରି ସ୍ଥାନରେ ପଡୁଛି ଯାହାକୁ ଦେଖି ୟୁଜର୍ସ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ମୋବାଇଲ ପଡିବା ପରେ ସେଠାକୁ ଏକ ଘୁଷୁରୀ ଆସୁୁଛି। ମୋବାଇଲ ପାଖରେ ପହଞ୍ଚି ପ୍ରଥମେ ସେ ମୋବାଇଲକୁ ଚାଟିବା ଓ ଶୁଘିଂବା ସହ ଖାଇବାକୁ ଚେଷ୍ଟା କରୁଛି। ଏସବୁର ଦୃଶ୍ୟ ମୋବାଇଲ କ୍ୟାମେରାରେ ରେକର୍ଡିଂ ହୋଇଛି। ତେବେ ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା କ୍ଷଣି ୟୁଜର୍ସ ବିଭିନ୍ନ ପ୍ରକାର କମେଣ୍ଟ୍ସ ଦେଇଛନ୍ତି। କିଛି ୟୁଜର୍ସ କହିଛନ୍ତି, ଫୋନ କିପରି ଭାଙ୍ଗିଲାନି? ଫୋନରେ କଣ ବେଲୁନ ବନ୍ଧା ଯାଇଥିଲା ବୋଲି ୟୁଜର୍ସ ମତ ରଖିଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri