ହଠାତ୍‌ ଚଳନ୍ତା କାର୍‌ରେ ଲାଗିଲା ନିଆଁ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୨୨।୫(ଅନାଥ ତରାଇ/ଦିଲ୍ଲୀପ ସାମଲ)ଜାତୀୟ ରାଜପଥ ହୁମା ହାଟ ପଡ଼ିଆ ନିକଟରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଧରାତିରେ ଏକ ଚଳନ୍ତା କାର୍‌ରେ ହଠାତ ନିଆଁ ଲାଗିଯିବାରୁ ତାହା ହୁତୁହୁତୁ ହୋଇ ଜଳିଉଠିଥିଲା। ସୌଭାଗ୍ୟବଶତଃ, ନିଆଁ ବ୍ୟାପିବା ପୂର୍ବରୁ ଗାଡ଼ିରେ ଥିବା ଯାତ୍ରୀମାନେ ତୁରନ୍ତ ଓହ୍ଲାଇ ପଡ଼ିବାରୁ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି।
ଖବର ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ପାଇଁ ଜୋରଦାର ଚେଷ୍ଟା କରିବା ପରେ ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡ଼ିନାହିଁ । ଏହି ଦୁର୍ଘଟଣା ଯୋଗୁ କିଛି ସମୟ ପାଇଁ ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।

 

Dharitri – Odisha’s No.1 Odia Daily

 

Share