ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏସ୍‌ୟୁସିଆଇର ବିକ୍ଷୋଭ

କେନ୍ଦୁଝର,୨୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଏସ୍‌ୟୁସିଆଇ (କମ୍ୟୁନିଷ୍ଟ) କେନ୍ଦୁଝର ଜିଲା ସାଂଗଠନିକ କମିଟି ପକ୍ଷରୁ ବୁଧବାର କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିକ୍ଷୋଭ ପୂର୍ବରୁ କେନ୍ଦୁଝର ସହରର କରଞ୍ଜିଆ ବସ୍‌ଷ୍ଟାଣ୍ଡଠାରୁ ଚାଷୀମୂଲିଆ, ମହିଳା ଏକ ଶୋଭାଯାତ୍ରାରେ ଗାନ୍ଧୀଛକ ଦେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ବିକ୍ଷୋଭ ସମାବେଶ  ଘନଶ୍ୟାମ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଏସ୍‌ୟୁସିଆଇ (କମ୍ୟୁନିଷ୍ଟ) ଓଡ଼ିଶା ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ତଥା ଏଆଇକେକେଏମ୍‌ଏସ୍‌ର ରାଜ୍ୟ ସଂପାଦକ କମ୍ରେଡ ରଘୁନାଥ ଦାସ ଯୋଗ ଦେଇ ତାଙ୍କ ବକ୍ତବ୍ୟରେ କହିଛନ୍ତି, କେନ୍ଦ୍ରରେ ପ୍ରତିଷ୍ଠିତ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଓ ରାଜ୍ୟର ବିଜେଡି ସରକାର ଜନସାଧାରଣଙ୍କର ଗୋଟିଏ ହେଲେ ମୌଳିକ ସମସ୍ୟାର ସମାଧାନ କରିବା ତ ଦୂରର କଥା ଅପରନ୍ତୁ ବିଭିନ୍ନ କ୍ଷେତ୍ରରେ ଜନ ବିରୋଧ ଆଇନ ଆଣି ଜନସାଧାରଣଙ୍କୁ ହଇରାଣ ହରକତ କରୁଛନ୍ତି। ବିକ୍ଷୋଭ ସ୍ଥଳରୁ କମ୍ରେଡ ପ୍ରକାଶ ମଲ୍ଲିକଙ୍କ ନେତୃତ୍ୱରେ ଏକ ୫ ଜଣିଆ ପ୍ରତିନିଧି ମଣ୍ଡଳୀ ଜିଲାପାଳଙ୍କୁ ସାକ୍ଷାତ କରି ୧୪ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛାତିଥରା… ବସରୁ ଓହ୍ଲାଉ ଓହ୍ଲାଉ ଆସିଲା ମୃତ୍ୟୁ, ଏକାଥରେ ଚାଲିଗଲା ୬ଜଣଙ୍କ ଜୀବନ

ନୂଆଦିଲ୍ଲୀ,୭।୨:  ଯମୁନା ଏକ୍ସପ୍ରେସୱେରେ ଭୟଙ୍କର ଦୁର୍ଘଟଣା । ଶୌଚାଳୟ ବ୍ୟବହାର କରିବାକୁ ବସରୁ ଓହ୍ଲାଇଥିବା ଲୋକଙ୍କ ଉପରେ ମାଡିଗଲା ବସ୍ । ଉତ୍ତର ପ୍ରଦେଶର ମଥୁରାରେ ହୋଇଥିବା…

ସ୍କାଉଟସ-ଗାଇଡ଼ସ କ୍ୟାମ୍ପରୀ ଉଦଯାପିତ: ଦଣ୍ଡ ନାଚରେ ଦୁଲୁକିଲା ମଞ୍ଚ

ଦାରିଙ୍ଗବାଡି,୭।୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଗତ ୩ ଦିନ ଧରି ଚାଲିଥିବା ୨୨ତମ ଜିଲାସ୍ତରୀୟ…

ବଦଳୁଛି ସମୟ, ମାଟି ଘରକୁ ଦିଆଯାଉଛି ନୂଆ ରୂପ: ସ୍ବଚ୍ଛତାକୁ ପ୍ରାଧାନ୍ୟ

ଦାରିଙ୍ଗବାଡି, ୭।୨ (ଅରୁଣ ସାହୁ): ଜୀବନରେ ସମସ୍ତଙ୍କ ସ୍ବପ୍ନ ଥାଏ ଭଲ ଘର ଟିଏ କରି ପରିବାର ସହ ସୌଖିନ ଜୀବନଯାପନ କରିବାକୁ। ଏହି ସ୍ବପ୍ନ କାହାର…

ମଦ, ଫଳ, ଡ୍ରାଏ ଫ୍ରୁଟ୍ସ, ସୋୟାବିନ ତେଲ ଏସବୁ ହୋଇଯିବ ଖୁବ ଶସ୍ତା, ଆମେରିକା ସହିତ ବାଣିଜ୍ୟ ଚୁକ୍ତି ପରେ ଆଉ କ’ଣ ଶସ୍ତା ହେବ?ଜାଣନ୍ତୁ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୭।୨: ଟ୍ରମ୍ପ ପ୍ରଶାସନ ଭାରତ ଉପରେ ଲଗାଯାଇଥିବା ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଉଠାଇ ଦେଇଛି ଏବଂ ଏକ ସ୍ପଷ୍ଟ ଧମକ ବଜାୟ ରଖିଛି ଯେ ଯଦି…

ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଖୋର୍ଦ୍ଧା,୭।୨(ପ୍ରଭାତ ପାଣିଗ୍ରାହୀ): ଦନ୍ତା ହାତୀ ନେଲା ଜଣେ ଯୁବକଙ୍କ ଜୀବନ। ଦନ୍ତାହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ଯୁବକ ହେଲେ ଖଡିପଦର ଗ୍ରାମର ଶଙ୍କର ରାଉତରାୟ ବୋଲି ଜଣାପଡିଥିବା।…

ବେଆଇନ ଗୋ ଚାଲାଣ ହେଉଥିବାବେଳେ ଚଢାଉ କଲା ପୋଲିସ, ବାପପୁଅଙ୍କୁ…

ଆନନ୍ଦପୁର, ୭।୨(ସୁଶାନ୍ତ କୁମାର ସାହୁ): ପୋଲିସର ବ୍ୟାପକ ଚଢାଉ ପରେ ବି କେନ୍ଦୁଝର ଜିଲାରେ ବେଆଇନ ଗୋ ଚାଲାଣ କମିବାର ନା ଧରୁନି। ଶୁକ୍ରବାର ବିଳମ୍ବିତ ରାତିରେ…

Jasprit Bumrah: ଟିମ୍ ଇଣ୍ଡିଆକୁ ଆଉ ଏକ ଝଟକା, ପ୍ରଥମ ମ୍ୟାଚରୁ ଜସପ୍ରିତ ବୁମରା ବାଦ!

ନୂଆଦିଲ୍ଲୀ,୭।୨: ୨୦୨୬ ଟି-୨୦ ବିଶ୍ୱକପ୍ ଆରମ୍ଭ ନହେଉଣୁ ଟିମ୍ ଇଣ୍ଡିଆକୁ ଝଟକା ଲାଗିଛି । ବିଶ୍ୱକପ୍ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଯୁବ ଦ୍ରୁତ ବୋଲର…

କାମରୁ ଫେରୁଥିବାବେଳେ ହାତୀ ହାବୁଡ଼ରେ ପଡିଗଲେ ବ୍ୟକ୍ତି, ମୁଣ୍ଡ-ଗଣ୍ଡି ସମ୍ପୂର୍ଣ୍ଣ ଅଲଗା

ନିରାକାରପୁର, ୭।୨(ମାନସ ଚନ୍ଦ୍ର ପଟ୍ଟନାୟକ): ପୁଣି ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସେ ହେଲେ ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ବନାଞ୍ଚଳ ସିକୋ ଖଡ଼ିପଦର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri