Posted inଫୁରସତ

ଏମିତି ପଥର ଚଟାଣ, ଯାହା ଭୂ-କମ୍ପରେ ବି ଦୋହଲେ ନାହିଁ

ମଧ୍ୟପ୍ରଦେଶର ଜବଲପୁର ସହରରେ ଏମିତି କିଛି ରହସ୍ୟ ଲୁଚି ରହିଛି, ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏଠାରେ ଥିବା ନର୍ମଦା ନଦୀ ସବୁଠୁ ସୁନ୍ଦର। କୁହାଯାଏ, ଏଠାରେ ହିଁ ସବୁଠୁ ପୁରୁଣା ପଥର ଚଟାଣ ରହିଛି। ଯାହାକି ଭୂମିକମ୍ପ ହେଲେ ମଧ୍ୟ ହଲି ନ ଥାଏ।

ମଧ୍ୟପ୍ରଦେଶର ଜବଲପୁରର ମଦନ ମହଲର ପାହାଡ଼ିଆ ଅଞ୍ଚଳରେ ଏପରି ପଥର ଦେଖିବାକୁ ମିଳିଥାଏ। ଏହି ଦୃଶ୍ୟ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବ। ଦୁଇଟି ପଥର ଚଟାଣ ମଧ୍ୟରେ ଏମିତି ଭାରସାମ୍ୟ ରହିଥାଏ, ଯେତେବଡ଼ ଭୂକମ୍ପ ହେଲେ ମଧ୍ୟ ଏହା ଦୋହଲି ନ ଥାଏ। ଲୋକେ ଏହାକୁ ପ୍ରକୃତିର ଚମତ୍କାର କହିଥାନ୍ତି। ହଜାର ବର୍ଷ ପୂର୍ବରୁ ଏହି ପଥର ଚଟାଣ ଆପେ ଆପେ ଯୋଡ଼ି ହୋଇଯାଇଥିଲା। ଏହି ଦୁଇ ଚଟାଣର ଭାରସାମ୍ୟ ଦେଖି ଏହାକୁ ‘ବାଲାନ୍ସ ରକ୍‌’ ବୋଲି କହିଥାନ୍ତି ଲୋକେ। ଏହାକୁ ଦେଖିବା ପାଇଁ ଦେଶ ବିଦେଶରୁ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି। ବିଜ୍ଞାନ ଭାଷାରେ ଏହି ପଥର ଗ୍ରାନାଇଟ୍‌ ଅଟେ।

ଭୂତତ୍ତ୍ୱବିତ୍‌ ପ୍ରଫେସର ଡି.କେ ଦେବଲିଆ କୁହନ୍ତି, ଏହି ଦୁଇ ଚଟାଣକୁ କେନ୍ଦ୍ରୀୟ ଗୁରୁତ୍ୱାକର୍ଷଣ ବଳ ଯୋଡ଼ି କରି ରଖିଛି। ଯାହା ପଡ଼ିବାକୁ ଦିଏ ନାହିଁ। ଏପରିକି ଜବଲପୁରରେ ୧୯୯୭ରେ ହୋଇଥିବା ଭୂକମ୍ପରେ ମଧ୍ୟ ଏହି ଚଟାଣ ଦୋହଲି ନ ଥିଲା। ଯେଉଁ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ଥିଲା ୬.୩। ସାମାନ୍ୟ ପଥରକୁ ବି ଏହା ବିଗାଡ଼ି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri