ବ୍ୟବସାୟୀଙ୍କୁ ମିଳିବ ଏମିତି ଘର

ଯାଜପୁର ଟାଉନ,୨୦ା୮(ପ୍ରଯକ୍ତା ପ୍ର୍ରିୟଦର୍ଶନୀ ମହାନ୍ତି):ଯାଜପୁର ସହର ଉପକଣ୍ଠରେ ନିର୍ମାଣ ଚାଲିଛି ଆରଏମ୍‌ସି ମାର୍କେଟ୍‌ କମ୍ପ୍ଲେକ୍ସ। ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ବୈତରଣୀ ପଠାରେ ଆର୍‌ଏମ୍‌ସି ପକ୍ଷରୁ ବିସ୍ଥାପିତ ବ୍ୟବସାୟୀଙ୍କ ପାଇଁ ଗୃହ ନିର୍ମାଣ ଚାଲିଛି। ମାତ୍ର ଏହା ଏମିତି ନିର୍ମାଣ ହେଉଛି ଯେ, କେହି ବି ଦେଖିବେ ସେ ତାଜୁବ ହୋଇଯିବେ। କାରଣ ନଦୀପଠାରେ ବାଲି ଉପରେ ନିମ୍ନମାନର ଘର ନିର୍ମାଣ କରାଯାଉଛି। ଯାହା କେଉଁ ମୁହୂର୍ତ୍ତରେ ଭୁଶୁଡ଼ି ପଡ଼ିବାର ସମ୍ଭାବନା ରହିଥିବାବେଳେ ଆରଏମସି ପକ୍ଷରୁ ନିୟମାନୁସାରେ ନିର୍ମାଣ ହେଉଥିବା କୁହାଯାଉଛି।
ସୂଚନା ଅନୁସାରେ, ଯାଜପୁର ସହରର ପ୍ରବେଶପଥ କିଆନାଳିକୁଳ ଛକଠାରେ ଦୀର୍ଘବର୍ଷ ଧରି ପରିବା ବ୍ୟବସାୟମାନେ ବସିଆସୁଥିଲେ। ଆର୍‌ଏମ୍‌ସି ପକ୍ଷରୁ ଏହି ପରିବା ମାର୍କେଟକୁ ନିୟନ୍ତ୍ରଣ କରାଯାଉଥିଲା। ଏହାକୁ ଲାଗି ଆର୍‌ଏମ୍‌ସିର ମଧ୍ୟ ଏକ ମାର୍କେଟ କମ୍ପ୍ଲେକ୍ସ ଥିଲା। ମାତ୍ର ମେଡିକାଲ କଲେଜ ନିର୍ମାଣ ଦୃଷ୍ଟିରୁ ଉଠା ଦୋକାନୀଙ୍କୁ ବାଳାଶ୍ରମ ପଡ଼ିଆରେ ଅସ୍ଥାୟୀ ଭାବେ ବସାଯାଇଥିବାବେଳେ ପୁରୁଣା ଘର ହରାଇ ଥିବା ବ୍ୟବସାୟଙ୍କ ପାଇଁ ଯାଜପୁରସହର ଉପକଣ୍ଠ ପଣସା ପଞ୍ଚାୟତ ମୋଟରଙ୍ଗାପାଳ ପାଖରେ ନୁତନ ଗୃହ ନିର୍ମାଣ କରି ମାର୍କେଟ କମ୍ପ୍ଲେକ୍ସ କରାଯାଉଛି। କିନ୍ତୁ ଏହି ଘରର ନିର୍ମାଣ ଶୈଳୀ ଅତ୍ୟନ୍ତ ନିମ୍ନମାନର ରହିଛି। ଏହି ସ୍ଥାନଦେଇ ନଦୀ ବନ୍ୟାଜଳ ପ୍ରବାହିତ ହେଉଥିବାବେଳେ ନିର୍ମାଣ ଉଦ୍ଦେଶ୍ୟରେ ୧୦ଫୁଟ୍‌ର ବାଲି ପକାଇ ଏହାକୁ ପୋତାଯାଇଛି। ଅନ୍ୟ ପଟେ ମାତ୍ର ୨ଫୁଟ୍‌ ମାଟି ତାଡ଼ି ଗୃହ ପାଇଁ ପିଲର କରାଯାଇ ଏବେ ଗୃହ ନିର୍ମାଣ ଶେଷ ହୋଇଛି। ଠିକାଦାର ଏବଂ କେତେଜଣ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ପିସି କାରବାର ଓ ସରକାରୀ ଅର୍ଥ ଲୁଟ୍‌ ଉଦ୍ଦେଶ୍ୟରେ ଏପରି ନିମ୍ନମାନର କାର୍ଯ୍ୟ କରାଯାଉଛି ବୋଲି ଅଭିଯୋଗ ହୋଇଛି। ମାତ୍ର ୨ ଫୁଟ୍‌ ଗଭୀରତାରୁ ପିଲର କରାଯାଉଥିବା ବେଳେ ବନ୍ୟାଜଳ ଆସିଲେ କେଉଁ ସମୟରେ ବି ଏହି ଘର ଭୁଶୁଡ଼ି ପଡ଼ିବାର ଭୟ ରହିଛି।
ଏନେଇ ଆର୍‌ଏମ୍‌ସି ଦାୟିତ୍ୱରେ ଥିବା ଯାଜପୁର ବିଡିଓ ସୌରଭ ଚକ୍ରବର୍ତ୍ତୀଙ୍କ କହିବା ଅନୁଯାୟୀ ନିୟମାନୁସାରେ ନିର୍ମାଣ କାର୍ଯ୍ୟ କରାଯାଉଛି। ଏହି ନିର୍ମାଣ କାର୍ଯ୍ୟକୁ ଉଚ୍ଚ ମାନର ଯନ୍ତ୍ରୀ ତଦାରଖ କରୁଛନ୍ତି ବୋଲି ବିଡିଓ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରୁଥିବା ଠିକାଦାରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ମନ୍ତବ୍ୟ ଦେବେ ନାହିଁ ବୋଲି ପ୍ରକାଶ କରିଥିଲେ। ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏପରି ନିମ୍ନମାନର କାର୍ଯ୍ୟ କରାଯାଉଥିବାବେଳେ ଜିଲାର ଅନ୍ୟ ଅଞ୍ଚଳର ଉନ୍ନୟନ କାର୍ଯ୍ୟର ମାନ କ’ଣ ହେଉଥିବ ତାହା ସ୍ପଷ୍ଟ ବାରି ହୋଇପଡୁଛି। ତେବେ ନିମ୍ନମାନର ଗୃହ ନିର୍ମାଣ ବିଷୟରେ ଆଲୋଚନା ହେବା ପରେ ବ୍ୟବସାୟମାନେ ଘର ନେବାକୁ ଭୟଭିତ ହୋଇପଡିଛନ୍ତି। ଯଦି ଏପରି ନିମ୍ନମାନର ମାର୍କେଟ କମ୍ପ୍ଲେକ୍ସ ଭୁଶୁଡ଼ି ପଡ଼େ ତେବେ କିଏ ଦାୟୀ ହେବେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri