ଜିଲା ପ୍ରଶାସନର ଏଭଳି ପ୍ରୟାଶ : ଦିବ୍ୟାଙ୍ଗ ହେଲେ ଉପକୃତ 

ପରୁଷୋତ୍ତମପୁର,୨୮।୧(ସିମାଞ୍ଚଳମିଶ୍ର): ଗଞ୍ଜାମଜିଲା  ପ୍ରଶାସନ ପକ୍ଷରୁ ପୁରୁଷୋତ୍ତମପୁର ଜଗନ୍ନାଥ ମନ୍ଦିର ପରିଷରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅଭିଯାନ ଭାରାପ୍ରାପ୍ତ ବିଡିଓ ତଥା ତହସିଲଦାର ବିନୋଦକୁମାର ବେହେରାଙ୍କ ସଂଯୋଜନାରେ ମଙ୍ଗଳବାର ଅନୁଷ୍ଟିତ ହୋଇଯାଇଛି।
ଏହି ଅବସରରେ ତହସିଲଦାର ବିନୋଦକୁମାର ବେହେରା ଶିବରର ଲକ୍ଷ ଓ ଉଦ୍ଦେଶ୍ୟ ସମ୍ପର୍କରେ ଲୋକଙ୍କୁ ବୁଝାଇବା ସହ ଯେପରି ଶିବିରକୁ ଆସିଥିବା ସମସ୍ତ ହିତାଧିକାରୀ ମାନେ ସରକାରଙ୍କ ଏହିସୁବିଧା ପାଇପାରିବେ ସେନେଇ ପଦକ୍ଷେପନେଇ ନିଜେ ସମସ୍ତ ପଞ୍ଜିକରଣ କେନ୍ଦ୍ରମାନକୁ ଯାଇ ତଦାରଖ କରିଥିଲେ। ଏଥିରେ ମୋଟ ୮୭୦ ଜଣ ହିତାଧିକାରୀ ପଞ୍ଜିକରଣ କରାଇଥିବା ବେଳ ଡାକ୍ତରି ଟିମ୍‌ ସ୍ବାସ୍ଥ୍ୟ ପରୀକ୍ଷାକର ଯୋଗ୍ୟଙ୍କୁ ଦିବ୍ରାଙ୍ଗ ପ୍ରମାଣ ପ୍ରଦାନକରିଥିଲେ। ଏହାସହ ଟ୍ରାଇସାଇକେଲ, ହ୍ବିଲ ଚେୟାର, ଆଶାବାଡି, ଦ୍ରୁଷ୍ଟିହିନ ବାଡି ଆଦି ବିଭିନ୍ନସରଞ୍ଜାମ ସହ ବସପାସ,ରେଳ ପାସ,ରାସନକାର୍ଡ, ଗ୍ରାମାଞ୍ଚଳରେ ଗୃହ,ଭତ୍ତା,ବାଣୀଶ୍ରୀ ଶିକ୍ଷାବ୍ରୁତିଯୋଜନାରେ ସହାୟତା ଆଦି ବିଭିନ୍ନ ସହାୟତା ପ୍ରଦାନକରାଯାଇଥିଲା । ଏଥିରେ ତାରାତାରିଣୀକଲେଜର ଛାତ୍ରୀଛାତ୍ର ମାନେ ଯୋଗଦେଇ ଦିବ୍ୟାଙ୍ଗ ମାନଙ୍କୁ ସହାତା ଓ ସେବା କରିଥିଲେ। ଏହାକୁ ବ୍ଲକ କର୍ମଚାରୀମାନେ ପରିଚାଳନା କରିଥିଲେ।
ଏଥିରେ ଭାଜପାର ରାଜ୍ୟକାରିଣୀ ସଦସ୍ୟ ଅରୁଣକୁମାର ପଣ୍ଡା, ଏନ୍‌ଏସି ଅଧ୍ୟକ୍ଷ କ୍ରୁଷ୍ଣଚନ୍ଦ୍ର ପଣ୍ଡା, ବ୍ଲକ ଅଧ୍ୟକ୍ଷା ପିଙ୍କି ବେହେରା, ସିଡିପିଓ  ଲଳିତା ମଲ୍ଲିକ,ବ୍ଲକସାମାଜିକ ସୁରକ୍ଷାଅଧିକାରୀ କାହ୍ନୁଚରଣ ସୋରେନ, ସହକାରୀ ଯନ୍ତ୍ରୀ ସରୋଜକୁମାର ସାବତ ଯୋଗଦେଇଥିଲେ ।

Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରୁ ଓହରିଲା ଇରାନ

ତେହରାନ୍‌ ,୧୧ା୩: ଇରାନ କ୍ରୀଡ଼ା ମନ୍ତ୍ରୀ ଅହମ୍ମଦ ଡୋନିଆମାଲି ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ଇରାନ ଫୁଟବଲ ଦଳ 2026 ଫିଫା ବିଶ୍ୱକପ ଖେଳିବ ନାହିଁ…

ପାଣ୍ଡ୍ୟା ବ୍ରଦର୍ସଙ୍କ ମଧ୍ୟରେ ଜୋରଦାର ଝଗଡ଼ା? ଭାଉଜଙ୍କ ସହ କଥାବାର୍ତ୍ତା ବନ୍ଦ…ବିଶ୍ୱକପ୍‌ ଜିତିବା ସତ୍ତ୍ୱେ ଚୁପ୍‌ ରହିଲେ…

ମୁମ୍ବାଇ, ୧୧।୩: କ୍ରିକେଟ ଜଗତର ସବୁଠାରୁ ଚର୍ଚ୍ଚିତ ଭ୍ରାତୃ ଯୋଡ଼ି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କୃନାଲ ପାଣ୍ଡ୍ୟାଙ୍କ ମଧ୍ୟରେ ସବୁକିଛି ଠିକ ଚାଲିଛି ତ? ଦୁଇ ଭାଇଙ୍କ…

୧୨ ଦିନରେ ଯୁଦ୍ଧ: ଟାର୍ଗେଟ୍‌ରେ ଆର୍ଥିକ ଅନୁଷ୍ଠାନ, ବ୍ୟାଙ୍କ

ତେହରାନ୍‌ ,୧୧ା୩: ଇରାନ୍‌-ଆମେରିକା ଯୁଦ୍ଧ ୧୨ ଦିନରେ ପହଞ୍ଚି ଥିଲାବେଳେ ଉଭୟ ପକ୍ଷଙ୍କ ଆକ୍ରମଣ ଲକ୍ଷ୍ୟ ଦିନକୁ ଦିନ ବଦଳିବାରେ ଲାଗିଛି। ପ୍ରଥମେ ତୈଳ ରିଫାଇନେରିଗୁଡିକୁ ଉଭୟ…

ଅମ୍ବାଭୋନାରେ ଚାଲିଥିଲା କଫ୍‌ସିରଫ କାରବାର, ମାଡ଼ି ବସିଲା ଅବକାରୀ ଟିମ୍‌

ବରଗଡ଼,୧୧।୩ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲ୍ଲା ଅମ୍ବାଭୋନା ଅଞ୍ଚଳରେ ଚାଲିଥିବା ବେଆଇନ କଫସିରପ କାରବାର ଉପରେ ଅବକାରୀ ବିଭାଗ ଶକ୍ତ ପ୍ରହାର କରିଛି। ବୁଧବାର ଅବକାରୀ ବିଭାଗର…

ଭଡ଼ା ଘରୁ ଦିଗପହଣ୍ଡି ଷ୍ଟେଟ୍‌ବ୍ୟାଙ୍କ କର୍ମଚାରୀଙ୍କ ମୃତଦେହ ଜବତ, ଏକମାତ୍ର ପୁଅଙ୍କୁ ହରାଇ…

ଦିଗପହଣ୍ଡି, ୧୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI)ର ଜଣେ ବରିଷ୍ଠ କିରାଣିଙ୍କ ମୃତଦେହ ବୁଧବାର ଅପରାହ୍ନରେ ତାଙ୍କ ଭଡ଼ାଘରୁ…

ବସ୍‌ ନେଲା ବାଇକ୍‌ ଆରୋହୀଙ୍କ ଜୀବନ

ଲକ୍ଷ୍ମୀପୁର, ୧୧।୩(ଅନନ୍ତ ପ୍ରସାଦ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ୩୨୬ ଜାତୀୟ ରାଜପଥ ଜିରୋ ପଏଣ୍ଟ ନିକଟରେ ବୁଧବାର ଏକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି।…

ରିପୋର୍ଟରେ ‘ଧର୍ମ ପରିବର୍ତ୍ତନ’ ଉଲ୍ଲେଖ କରିଥିଲେ, ନନ୍ଦପୁରରେ RIଙ୍କୁ ସର୍ବସମ୍ମୁଖରେ ମାଡ଼; ଥାନାରେ…

ନନ୍ଦପୁର,୧୧।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜାତିଗତ ପ୍ରମାଣପତ୍ର ଆବେଦନର ତଦନ୍ତ ବେଳେ…

ଦଣ୍ଡକାରଣ୍ୟ ଜୋନାଲ କମିଟିର ୧୦୮ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୧୧।୩(ସୁଚିତ୍ରା ଦାସ): ପୁନର୍ବାସ ନୀତି ଅଧୀନରେ, ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ କମିଟି (ଡିକେଏସ୍‌ଜେଡ଼ସି)ର ୧୦୮ ଜଣ ମାଓବାଦୀ ହିଂସା ପରିତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri