Categories: ଫୁରସତ

ଆସାମର କାଜିରଙ୍ଗାରେ ଦେଖିବାକୁ ମିଳିଲା ଏମିତି ବାଘ, ଫଟୋ ଭାଇରାଲ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନରେ ଦେଶର ପ୍ରଥମ ତଥା ଏକମାତ୍ର ଗୋଲଡେନ୍‌ ଟାଇଗର ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ବର୍ତ୍ତମାନ ଏହି ବାଘର ଫଟୋ ଖୁବ ଭାଇରାଲ ହେବାରେ ଲାଗିଛି। ଏହି ଫଟୋକୁ ୱାଇ୍‌ଲ୍ଡ ଲାଇଫ ଫଟୋଗ୍ରାଫର ମୟୂରେଶ ହେଣ୍ଡ୍ରେ କ୍ଲିକ କରିଛନ୍ତି, ଯାହାକୁ ଭାରତୀୟ ବନ ଅଧିକାରୀ ପ୍ରବୀଣ କାସୱାନ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଏହି ବାଘର ସୁବର୍ଣ୍ଣ ରଙ୍ଗ ଦେଖି ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ।

ସୋସିଆଲ ମିଡିଆରେ ଏହି ସୁବର୍ଣ୍ଣ ବାଘକୁ ବହୁତ ପ୍ରଶଂସା ମିଳିଛି। କେହି ଏହାକୁ ଷ୍ଟ୍ରବେରୀ ଟାଇଗର ତ ଆଉ କେହି ଟ୍ୟାବି ଟାଇଗର ବୋଲି କହୁଛନ୍ତି।

ଏହି ଗୋଲଡେନ ଟାଇଗର ଫଟୋ ଶେୟାର କରିବା ସମୟରେ ବନ ଅଧିକାରୀ ପ୍ରବୀଣ କାସୱାନ କ୍ୟାପଶନରେ ଲେଖିଛନ୍ତି, ‘ଆପଣ ଜାଣନ୍ତି କି, ଆମ ଭାରତରେ ଗୋଲଡେନ ଟାଇଗର ମଧ୍ୟ ଅଛି’ । ଏହି ଫଟୋକୁ ବହୁତ ପସନ୍ଦ କରାଯାଇଛି। ଏପର୍ଯ୍ୟନ୍ତ ଏହି ଫଟୋରେ ୧୬ ହଜାରରୁ ଅଧିକ ଲାଇକ ଏବଂ ୨ ହଜାରରୁ ଅଧିକ ଥର ଟୁଇଟ୍‌ କରାଯାଇଛି।

 

ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଜିନ୍‌ ପରିବର୍ତ୍ତନ ହେତୁ ସେ ତାହାର ରଙ୍ଗ ବଦଳାଇପାରେ। ମାତ୍ର ଏହା ବହୁତ କ୍ୱଚିତ୍‌। ଏହି ବାଘ ସାଧାରଣତଃ ଦେଖାଯାଏ ନାହିଁ । ଏପରି ବାଘଙ୍କୁ ପ୍ରାଣୀ ଉଦ୍ୟାନ କିମ୍ବା ପୃଥିବୀର କମ୍‌ ସ୍ଥାନରେ ଦେଖିବାକୁ ମିଳେ। ମାତ୍ର ଜଙ୍ଗଲରେ ଏପରି ଦେଖିବାକୁ ମିଳିବା ବହୁତ କମ୍‌।

Share