Posted inଜାତୀୟ

ଏମିତି ଜଣେ ନେତା ଯିଏ ପ୍ରଥମେ ହାରିଲେ, ପୁଣି ଜିତିଲେ

ନୂଆଦିଲ୍ଲୀ,୫।୬: ପ୍ରତିଯୋଗିତା ଥିଲା ଅତ୍ୟନ୍ତ ଆକର୍ଷଣୀୟ। ଏହି ପ୍ରତିଯୋଗିତା ଏତେ ଆକର୍ଷଣୀୟ ଥିଲା ଯେ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ପାର୍ଥକ୍ୟ ଗଣନା କରିବା ସମୟରେ କେବଳ ଗୋଟିଏ ଭୋଟ ଏପଟ ସେପଟ ହୋଇଥିଲା। ଏହି ଲୋକ ସଭା ଆସନରେ ଶିବସେନା (ଉଦ୍ଧବ ଦଳ) ପ୍ରାର୍ଥୀ ଆମୋଲ କୀର୍ତ୍ତିକର ଶିବସେନା (ଶିନ୍ଦେ ଦଳ) ନେତା ରବିନ୍ଦ୍ର ୱାଇକରଙ୍କ ସହ ଲଢୁଥିଲେ।
୨୬ରାଉଣ୍ଡ ଗଣନା ପରେ, ଯେତେବେଳେ ଆମୋଲ କୀର୍ତ୍ତିକର ଗୋଟିଏ ଭୋଟରେ ଆଗୁଆ ଥିଲେ, ରବିନ୍ଦ୍ର ଭାୟକର ପୁନଃ ଗଣନା ପାଇଁ ଆବେଦନ କରିଥିଲେ। ପୁନଃ ଗଣନା କରାଯାଇଥିଲା ଏବଂ ଅବୈଧ ଡାକ ଭୋଟ ବା ଇନଭ୍ୟାଲିଡ ପୋଷ୍ଟାଲ ବାଲାଟର ଯାଞ୍ଚ ପରେ ରବିନ୍ଦ୍ର ଭାୟକର ଆମୋଲ କୀର୍ତ୍ତିକରଙ୍କୁ ୪୮ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ। ୨୦୨୪ ଲୋକ ସଭା ନିର୍ବାଚନରେ ଏହା ହେଉଛି ବିଜୟର ସବୁଠାରୁ ଛୋଟ ବ୍ୟବଧାନ।

ସୂଚନାଯୋଗ୍ୟ, ଯେତେବେଳେ ଆମୋଲ କୀର୍ତ୍ତିକର ୬୮୧ ଭୋଟ ବ୍ୟବଧାନରେ ବିଜେତା ଘୋଷିତ ହୋଇଥିଲେ, ସେତେବେଳେ ରବିନ୍ଦ୍ର ଭାୟକର ପୁନଃ ଗଣନା କରିବାକୁ ଦାବି କରିଥିଲେ। ପୁନଃ ଗଣନାରେ ରବିନ୍ଦ୍ର ଭାୟକର ୭୫ଭୋଟରେ ଆଗରେ ଥିଲେ। ଏହା ପରେ ଆମୋଲ କୀର୍ତ୍ତିକର ପୁନର୍ବାର ଆପତ୍ତି ଉଠାଇଲେ ଏବଂ ପୋଷ୍ଟାଲ ବାଲାଟ ଗଣନା କରାଯାଇଥିଲା। ଗଣନାରେ ଆମୋଲ କୀର୍ତ୍ତିକରଙ୍କୁ ୧୫୦୦ ଭୋଟ ଏବଂ ରବିନ୍ଦ୍ର ଭାୟକରଙ୍କୁ ୧୫୪୯ ଭୋଟ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାଳରାତ୍ରୀ ବେଶରେ ମା’: ଦର୍ଶନ ପାଇଁ ସକାଳୁ ଭକ୍ତଙ୍କ ସମାଗମ

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ) : ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି । ସପ୍ତମ ଦିବସ ବୁଧବାର ଦେବୀ କାଳରାତ୍ରୀ ବେଶରେ ଦର୍ଶନ…

ମିଳୁନି ଗ୍ୟାସ୍‌ ସିଲିଣ୍ଡର, ବିକଳ୍ପ ଚୁଲା କଲେ ହୋଟେଲ ମାଲିକ, ଜାଣିଲେ ହୋଇଯିବ ତାଜୁବ

ବଲାଙ୍ଗୀର,୨୫ା୩(ବୀରେନ୍ଦ୍ର କୁମାର ଝାଙ୍କର): ଆମେରିକା-ଇସ୍ରାଏଲ-ଇରାନ୍‌ ଯୁଦ୍ଧ ପରେ ଭାରତରେ ଦେଖାଦେଇଥିବା ଏଲପିଜି ଗ୍ୟାସ୍‌ ସିଲିଣ୍ଡର ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଏହାର ପ୍ରଭାବ ବଲାଙ୍ଗୀରରେ ବିଶେଷକରି…

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri