Categories: ଫୁରସତ

ଏତେ ବଡ ଇରେଜର୍‌!

ପେନ୍‌ସିଲର ବନ୍ଧୁ ହେଉଛି ଇରେଜର୍‌। ସବୁ ସ୍କୁଲ ପିଲାଙ୍କ ପେନ୍‌ସିଲ ବକ୍ସରେ ଏହା ଥାଏ। ପେନ୍‌ସିଲ୍‌ରେ ଲେଖିବାବେଳେ ଯଦି କିଛି ଭୁଲ ହୋଇଯାଏ ଛୋଟିଆ ଇରେଜର୍‌କୁ ହାତରେ ଧରି ତାକୁ ଲିଭେଇ ଦିଆଯାଏ। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଏମିତି ଏକ ଇରେଜର୍‌ ତିଆରି କରାଯାଇଛି, ଯାହାକୁ ନା ପେନ୍‌ସିଲ ବକ୍ସ ଭିତରେ ରଖି ହେବ। ନା ଛୋଟ ପିଲା ତାକୁ ଉଠାଇ ହାତରେ ଧରିପାରିବେ। କାରଣ ଏହି ଇରେଜର୍‌ ବହୁତ ବଡ଼। ଜାପାନର ଇରେଜର୍‌ ତିଆରି କରୁଥିବା କମ୍ପାନୀ ‘ସିଡ୍‌’ ଏହାକୁ ତିଆରି କରିଛି। ଏସ୍‌-୧୦୦୦୦ ନାମକ ଉକ୍ତ ଇରେଜର୍‌ ପୃଥିବୀର ସବୁଠାରୁ ବଡ଼ ବୋଲି ଦାବି କରାଯାଉଛି। ଏହାର ଓଜନ ୨ କିଲୋ ୨୮୫ ଗ୍ରାମ ହୋଇଥିବାବେଳେ ଏହାର ଦାମ ୧୦୦ ଡଲାର। ଏହି ଇରେଜର୍‌ ଭଲ ଲିଭାଇପାରୁଥିଲେ ହେଁ ଏତେ ବଡ ଇରେଜର୍‌କୁ କିଏ ବା କାହିଁକି କିଣିବ ଅନେକେ ପ୍ରଶ୍ନ କରନ୍ତି। ହେଲେ କମ୍ପାନୀ କିଛି ଭିନ୍ନ କରିଥିବାରୁ ଆତ୍ମସନ୍ତୋଷ ପ୍ରକାଶ କରେ।

Share