Posted inଫୁରସତ

ଏମିତି ସହର, ଯେଉଁଠି ପରସ୍ପର ସହ ସଂସ୍କୃତରେ ହୁଅନ୍ତି କଥା

ଓ୍ବାଶିଂଟନ: ଦୁନିଆରେ ଏମିତି ଏକ ସହର ରହିଛି, ଯେଉଁଠାରେ ଲୋକମାନେ ପରସ୍ପର ସହ ସଂସ୍କୃତରେ କଥା ହୁଅନ୍ତି। ଏପରି ସହର ରହିଛି ଆମେରିକାର ଆଇଓ୍ବା ରାଜ୍ୟରେ। ଯାହା ପ୍ରାଚୀନ ହିନ୍ଦୁ ପ୍ରଥାକୁ ଅନୁସରଣ କରିଥାଏ। ଏହି ସହରର ନାମ ହେଉଛି ମହର୍ଷି ବୈଦିକ ସିଟି। ଯାହାକି ଅନ୍ୟ ସହର ପରି ନୁହେଁ, ଯେଉଁଠାରେ ସମସ୍ତ ଅଟ୍ଟାଳିକା ପୂର୍ବ ଆଡ଼କୁ ମୁହାଁଇଥାଏ। ଏଠାରେ ଅଣଜୈବିକ ଖାଦ୍ୟ ଉପରେ ଏକ ନିଷେଧାଦେଶ ରହିଛି। ଏହାକୁ ଆମେରିକାର ‘ସବୁଠାରୁ ଅସାଧାରଣ’ ସହର ଅର୍ଥାତ୍‌ ‘ସବୁଠାରୁ ଅଜବ’ ସହର କୁହାଯାଏ।

Maharishi Vedic City seeks ideas for mostly vacant pandit campus |  Southeast Iowa Union

ଏକ ରିପୋର୍ଟ ଅନୁଯାୟୀ, ଅଭିନେତ୍ରୀ ଓପ୍‌ରା ଓ୍ବିନ୍‌ଫ୍ରେ ଥରେ ଏହି ସହରକୁ ଆମେରିକାର ସବୁଠୁ ବିଚିତ୍ର ସହର ବୋଲି କହିଥିଲେ। ଯାହା ଟ୍ରାନ୍ସେଣ୍ଡେଣ୍ଟାଲ ମେଡିଟେଶନର ପ୍ରତିଷ୍ଠାତା ସ୍ବର୍ଗତ ମହର୍ଷି ମହେଶ ଯୋଗୀଙ୍କ ଦ୍ୱାରା ୨୦୦୧ରେ ପ୍ରତିଷ୍ଠିତ ହୋଇଥିଲା। ଯାହାକୁ ‘ଆମେରିକାର ଅଜବ ସହର’ ଭାବରେ ପରିଚିତ କରାଯାଇଥିଲା। ଯଦିଓ ଏହା ଆଇଓ୍ବାର ନୂତନ ସହର ହୋଇପାରେ। ଏହା ବେଦ ନୀତି ଉପରେ ଆଧାରିତ।

Heartland Utopias Part 6: Maharishi Vedic City – Urban Utopias

ଏହି ସହରରେ ରହୁଥିବା ଅଧିକାଂଶ ଲୋକ ସଂସ୍କୃତ ଭାଷା କୁହନ୍ତି। ଏଠାରେ ଲୋକମାନଙ୍କର ଦ୍ୱାରା ମହେଶ ଯୋଗୀଙ୍କ ଟ୍ରାନ୍ସେଣ୍ଡେଣ୍ଟାଲ ମେଡିଟେଶନ ଉପରେ ଶିକ୍ଷା ଦେଇଥାଏ, ଯାହା ବିଶ୍ୱାସ କରାଯାଏ କି ବିଶ୍ୱକୁ ଏହା ଶାନ୍ତି ଆଣିପାରେ।

Over 160 Vedic Pandits go 'missing' in US: Report - India Today

୧୯୮୦ ଏବଂ ୧୯୮୧ରେ ନିର୍ମିତ ଗୋଲ୍ଡେନ ଡୋମ୍ପ୍ସ ମହର୍ଷି ଇଣ୍ଟରନ୍ୟାଶନାଲ ୟୁନିଭର୍ସିଟି କ୍ୟାମ୍ପସରେ ଦୁଇଟି ଅଟ୍ଟାଳିକା ରହିଛି। ଗୋଟିଏରେ ପୁରୁଷମାନେ ଧ୍ୟାନ କରୁଥିବା ବେଳେ ଅନ୍ୟଟିରେ ମହିଳାମାନେ ଧ୍ୟାନ କରନ୍ତି। ୨୦୨୦ ଜନଗଣନା ଅନୁଯାୟୀ, ସାଢ଼େ ତିନି ବର୍ଗ ମାଇଲ ଗ୍ରାମାଞ୍ଚଳର ଏହି ଛୋଟ ସହରରେ ବର୍ତ୍ତମାନ ୨୭୭ ଜଣଙ୍କ ଘର ରହିଛି।

Enlightened” city planning amid rural Iowa cornfields | Panethos

ମହର୍ଷି ବୈଦିକ ସ୍ଥାପତ୍ୟର ନୀତି ଅନୁଯାୟୀ, ସମଗ୍ର ସହରକୁ ଡିଜାଇନ କରାଯାଇଛି। ଏଥିରେ ଅବସ୍ଥିତ ସମସ୍ତ କୋଠାର ମୁଖ୍ୟ ପ୍ରବେଶ ଦ୍ୱାର ସୂର୍ଯ୍ୟ ଉଦୟ ଆଡ଼କୁ ମୁହାଁଇଥାଏ, ଯାହାଫଳରେ ପର୍ଯ୍ୟାପ୍ତ ପରିମାଣର ସୂର୍ଯ୍ୟକିରଣ କୋଠରିରେ ପହଞ୍ଚେ।


Enter your email to get our daily news in your inbox.

All Right Reserved By Dharitri.Com

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri