Posted inଫୁରସତ

ଏମିତି ସହର ଯେଉଁଠି ପଇସା ନାହିଁ କି ସରକାର ନାହିଁ

ଅରୋଭିଲ୍ଲେ ସହରର ସ୍ଥାପନା ହୋଇଥିଲା ୧୯୬୮ ମସିହାରେ। ଯାହା ଚେନ୍ନାଇଠାରୁ ୧୫୪ କି.ମି. ଦୂରରେ ଅବସ୍ଥିତ। ଏହାକୁ ‘ସିଟି ଅଫ୍‌ ଡନ୍‌’ ବା ‘ଭୋର୍‌ର ସହର’ ବି କୁହାଯାଏ। ଏହି ସହର ସ୍ଥାପନା ପଛର ଉଦ୍ଦ୍ୟେଶ ଥିଲା ଯେ ଏଠାରେ ଜାତି, ବର୍ଣ୍ଣ ଭେଦଭାବ ନ ଥାଇ ଧନୀ ଗରିବ ସମସ୍ତେ ଏକାଠି ରହିପାରିବେ। ଏହି ସହରର ସ୍ଥାପନା କରିଥିଲେ ମୀରା ଅଲଫାଜୋ। ମୀରା ୧୯୧୪ ମସିହା ମାର୍ଚ୍ଚ ୨୯ ତାରିଖରେ ଶ୍ରୀଅରବିନ୍ଦ ସ୍ପିରିଚୁଆଲ ରିଟ୍ରିଟ୍‌ରେ ପୁଡୁଚେରୀ ଆସିଥିଲେ। କିଛିଦିନ ଏଠାରେ ରହିବା ପରେ ସେ ଜାପାନ ଚାଲିଗଲେ। ପୁଣିଥରେ ଭାରତ ଫେରିଲେ ଆଉ ୧୯୨୪ ମସିହାରେ ଅରବିନ୍ଦ ସ୍ପିରିଚୁଆଲ ସଂସ୍ଥା ସହିତ ଜଡ଼ିତ ହେଲେ। ଏହା ସହିତ ସେ ଲୋକଙ୍କ ସେବା କରିବା ଆରମ୍ଭ କଲେ। ତାଙ୍କ ସେବାକୁ ଦେଖି ଲୋକେ ତାଙ୍କୁ ‘ମା’ ବୋଲି ସମ୍ବୋଧନ କଲେ। ୧୯୬୮ ମସିହାରେ ସେ ଏହି ସହର ସ୍ଥାପନ କରି ଏହାର ନାଁ ଦେଲେ ‘ୟୁନିଭର୍ସାଲ ସିଟି। ଏଠାରେ କେହି ବି ଆସି ରହିପାରିବେ। ବର୍ତ୍ତମାନ ଏଠାରେ ପାଖାପାଖି ୫୦ଟି ଦେଶର ଲୋକ ରହୁଛନ୍ତି। ଏଇଥିପାଇଁ ହିଁ, ଏଇ ସହରର ନାମ ‘ଅରୋଭିଲ୍ଲେ’ ରଖାଯାଇଛି, ଯାହାର ଅର୍ଥ ଯେଉଁଠି ସବୁ ଦେଶର ଲୋକ ଜାତି, ରାଜନୀତିର ଊର୍ଦ୍ଧ୍ୱରେ ଶାନ୍ତି ଓ ସଦ୍‌ଭାବନା ଭିତରେ ରହିପାରିବେ।

ସ୍ବୀକୃତି ଦେଇଛନ୍ତି ସରକାର
ଭାରତ ସରକାରଙ୍କ ଦ୍ୱାରା ସ୍ବୀକୃତି ପାଇଥିବା ଏହି ସହରରେ ୨୦୧୫ପରଠାରୁ ଅନେକ ପରିବର୍ତ୍ତନ ଆସିଛି। ତେବେ ଏହି ସହରର ସବୁଠୁ ବଡ଼ କଥା ହେଲା, ଏଠାରେ କୌଣସି ଧର୍ମର ମନ୍ଦିର ନାହିଁ। ୟୁନେସ୍କୋ ଏହି ସହରକୁ ଖୁବ୍‌ ପ୍ରଶଂସା କରିଛି। ଏହି ସହରର ଲୋକେ ଅନେକ ବର୍ଷ ହେବ କ୍ୟାଶ୍‌ ବ୍ୟବହାର କରିନାହାନ୍ତି। ପ୍ରାୟ ୩୫ବର୍ଷ ପୂର୍ବେ ଏଠାରେ ଏକ ଫାଇନାନ୍‌ସିଆଲ୍‌ ସର୍ଭିସ ସେଣ୍ଟର ଆରମ୍ଭ କରାଯାଇଥିଲା; ଯାହାକୁ ଆର୍‌ବିଆଇ ମଞ୍ଜୁରୀ ଦେଇଛି। ଏହି ସର୍ଭିସ ସେଣ୍ଟର ବ୍ୟାଙ୍କ ପରି କାମ କରେ।

କିଣାକିଣି ପାଇଁ ନମ୍ବର ଦରକାର: ଅରୋଭିଲ୍ଲେ ଫାଇନାନ୍‌ସିଆଲ୍‌ ସର୍ଭିସ ତରଫରୁ ଏକ ଆକାଉଣ୍ଟ ନମ୍ବର ଦିଆଯାଏ। ଏହି ନମ୍ବରରେ ଜଣେ ପ୍ରାୟ ୨୦୦ କମର୍ସିଆଲ୍‌ ସେଣ୍ଟର ଓ ଏଠାରେ ଥିବା ଛୋଟବଡ଼ ଦୋକାନରେ କିଣାକିଣି କରିପାରିବ। କେହି ଯଦି ଅତିଥି ଆସନ୍ତି ତାଙ୍କୁ ଡେବିଟ୍‌ କାର୍ଡ ପରି ଏକ ଅରୋ କାର୍ଡ ଦିଆଯାଏ। ତେଣୁ ଅରୋଭିଲ୍ଲେ ମଧ୍ୟରେ ପଇସା ଦେଇ ଜିନିଷ କିଣାବିକା ହୁଏନାହିଁ।

ନା ପୋଲିସ ନା ମେୟର: ଏଠାରେ ରହୁଥିବା ଲୋକଙ୍କର ଦୁନିଆର କୌଣସି କଥାକୁ ନେଇ କିଛି ଫରକ ପଡ଼େନା। ସବୁ ସମୟରେ ଏଠାକୁ ଟୁରିଷ୍ଟ ଆସିଥାନ୍ତି। କିନ୍ତୁ ସହରର ସୁପରିଚାଳନା କରିବା ପାଇଁ ପୋଲିସ କିମ୍ବା ମେୟର ନାହାନ୍ତି। ଏଠାକାର ଲୋକ ହିଁ ନିଜ ଦାୟିତ୍ୱ ନିଜେ ନିଅନ୍ତି। ଲୋକମାନେ ଅଧିକାଂଶ ସମୟ ଯୋଗ କରିବାରେ ସମୟ କଟାନ୍ତି। ଏଠାରେ ରହିଛି କେବଳ ଏକ ମାତୃ ମନ୍ଦିର ଯେଉଁଠିକୁ କେବଳ ଲୋକେ ଧ୍ୟାନ ଓ ଯୋଗ ପାଇଁ ଆସନ୍ତି। ଏଠାରେ ଏକ ସୁନ୍ଦର ବିଚ୍‌ ବି ରହିଛି। ଶାନ୍ତିପ୍ରିୟ ଲୋକଙ୍କ ପାଇଁ ଏହି ସ୍ଥାନ ସର୍ବୋତ୍ତମ। ଏଠାରେ ଏକ ସୁନ୍ଦର ଆଉ ଖୁବ୍‌ ବଡ଼ ବଟାନିକାଲ ଗାର୍ଡେନ ବି ରହିଛି; ଯାହା ପାଖାପାଖି ୫୦ ଏକରର। ଅରୋଭିଲ୍ଲେ ସହରର ଏକ ନିଜସ୍ବ ଆର୍କିଟେକ୍‌ ରହିଛି। ଏସବୁ ଛଡ଼ା ଏଠାରେ ଇଣ୍ଡଷ୍ଟ୍ରି, ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ, ଫାର୍ମହାଉସ୍‌ ଓ ରେଷ୍ଟୁରାଣ୍ଟ ବି ରହିଛି। ଏହାର ନିଜସ୍ବ ଇ-ମେଲ୍‌ ନେଟ୍‌ଓ୍ବର୍କ ବି ରହିଛି। ତେବେ ସବୁଠୁ ବଡ଼ କଥା ହେଲା ୫୦ରୁ ଊର୍ଦ୍ଧ୍ୱ ଦେଶର ଲୋକେ ଏଠାରେ ରହୁଛନ୍ତି ପୁଣି କେହି କାହାର ଭାଷା ବୁଝୁ ନାହାନ୍ତି। ତଥାପି ବି ସମସ୍ତେ ଶାନ୍ତି ଶୃଙ୍ଖଳା ସହ ବସବାସ କରୁଛନ୍ତି; ଯାହା କାହାକୁ ବି ଆଶ୍ଚର୍ଯ୍ୟ କରିଦେବ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ, ବୁଲିବା ପାଇଁ ବେଷ୍ଟ ଯାଗା

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ...

Top 5 Beaches of Odisha: ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ସମୁଦ୍ର କୂଳ, ପିକନିକ୍‌ ପ୍ଲାନିଂ କରୁଥିଲେ ଜାଣି ନିଅନ୍ତୁ

ପୁରୀ ଓଡ଼ିଶାର ପୂର୍ବ ଉପକୂଳରେ ଅବସ୍ଥିତ ପୁରୀ ବେଳାଭୂମି। ଜଗନ୍ନାଥ ଧାମ ନିକଟରେ ଥିବା ଏହି ବେଳାଭୂମିର ସୌନ୍ଦର୍ଯ୍ୟ ଅବଲୋକନ କରିବାକୁ ଦୈନିକ ଲକ୍ଷଲକ୍ଷ ପର୍ଯ୍ୟଟକଙ୍କ...

ଜାଣିଛନ୍ତି କି ପେଟ୍ରୋଲ-ଡିଜେଲ ବି ହୁଏ ଏକ୍ସପାରୀ, ଏତିକି ଦିନ ଯାଏ ରଖିପାରିବେ…

ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ ଥରେ ଟ୍ୟାଙ୍କରେ ଭର୍ତ୍ତି କରି କିମ୍ୱା କ୍ୟାନରେ ସଂରକ୍ଷଣ କରିଦେଲେ, ଇନ୍ଧନ ସବୁଦିନ ପାଇଁ ରହିଥାଏ। କିନ୍ତୁ ଏହା...

ଶାଢି ନଥିବାବେଳେ କ’ଣ ପିନ୍ଧୁଥିଲେ ମହିଳା? ୯୯% ଜାଣି ନ ଥିବେ ସତ

ପ୍ରତିବର୍ଷ ଡିସେମ୍ୱର 21 ତାରିଖରେ ବିଶ୍ୱ ଶାଢ଼ି ଦିବସ ପାଳନ କରାଯାଏ। ଶାଢ଼ି ହେଉଛି ଏକ ପାରମ୍ପରିକ ଭାରତୀୟ ମହିଳା ପୋଷାକ, ଯାହା ଶରୀରରେ ପୋଷାକ...

ଏମିତି ଦେଶ, ଯେଉଁଠି ଦେଖିବାକୁ ମିଳନ୍ତି ନାହିଁ ପିମ୍ପୁଡ଼ି, କାରଣ ଜାଣିଲେ…

ପିମ୍ପୁଡ଼ି ସବୁଠି ଦେଖାଯାନ୍ତି। ପୃଥିବୀରେ ଏପରି କୌଣସି ସ୍ଥାନ ନାହିଁ, ଯେଉଁଠାରେ ପିମ୍ପୁଡ଼ି ନାହାନ୍ତି। ସାରା ବିଶ୍ୱରେ ବିଭିନ୍ନ ପ୍ରକାରର ପିମ୍ପୁଡ଼ି ଦେଖିବାକୁ ମିଳିଥାନ୍ତି। ସେମାନଙ୍କ...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ ମହିଳା: ଧୋକା ମିଳିବା ପରେ ପୁଣି ଫେରିଲେ ଶାଶୁଘରକୁ, ତା’ପରେ ଯାହା ଘଟିଲା…

ଇନ୍ଦୋର,୨୦।୧୨: ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ମହିଳା ପ୍ରଥମେ ତାଙ୍କ ସ୍ବାମୀଙ୍କୁ ପ୍ରତାରଣା କରିଥିଲେ ଏବଂ ପରେ ନିଜେ ପ୍ରତାରଣାର ଶିକାର ହୋଇଥିଲେ। ସେ ତାଙ୍କ ପ୍ରେମିକ...

ବିଶ୍ୱର ଏକମାତ୍ର ବୁଲେଟ୍‌ ପ୍ରୁଫ୍‌ ପ୍ରାଣୀ, AK-47 ଗୁଳି ବି କରିବ ନାହିଁ ପ୍ରଭାବିତ, ଜାଣିଲେ…

ସାରା ବିଶ୍ୱରେ ଲକ୍ଷଲକ୍ଷ ପ୍ରଜାତିର ପ୍ରାଣୀ ଦେଖିବାକୁ ମିଳିଥାନ୍ତି। କିଛି ଜୀବ ଅନନ୍ୟ ଗଠନ ପାଇଁ ଜଣାଶୁଣା ଥିବାବେଳେ ଆଉ କିଛି ସେମାନଙ୍କର ଆକ୍ରମଣାତ୍ମକତା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri