ଚର୍ଚ୍ଚାରେ ସୂର୍ଯ୍ୟ ପାତ୍ରଙ୍କ ଉତ୍ତରାଧିକାରୀ

ବ୍ରହ୍ମପୁର ଅଫିସ,୨୧।୫: ଆଗାମୀ ସାଧାରଣ ନିର୍ବାଚନ ନିକଟତର ହୋଇଛି। ବିଭିନ୍ନ ଦଳ ପକ୍ଷରୁ ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଭଳି ସ୍ଥିତିରେ ବିଜେଡିର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ଓ ବାଚସ୍ପତି ଏବଂ ବର୍ତ୍ତମାନର ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ସକ୍ରିୟ ରାଜନୀତିରୁ ଦୂରେଇ ରହିବା ରାଜନୈତିକ ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ଅତୀତରେ ଜିଲା ରାଜନୀତିରେ ସ୍ବର୍ଗତ ରାମକୃଷ୍ଣ ପଟ୍ଟନାୟକ ଗଞ୍ଜାମ ଟାଇଗର ଭାବେ ପରିଚିତ ଥିଲେ। ପରବର୍ତ୍ତୀ ସମୟରେ ସୂର୍ଯ୍ୟ ପାତ୍ରଙ୍କୁ ଗଞ୍ଜାମ ଟାଇଗର ନଂ. ୨ର ଆଖ୍ୟା ଦିଆଯାଇଥିଲା। ତେବେ ଗତବର୍ଷରୁ ସେ ତାଙ୍କ ନିର୍ବାଚନ ମଣ୍ଡଳୀକୁ ମଧ୍ୟ ଆସୁନାହାନ୍ତି। ଅସୁସ୍ଥ ଥିବାରୁ ଭୁବନେଶ୍ୱର ବାସଭବନରେ ରହୁଛନ୍ତି।
ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରିଥିବା ସୂର୍ଯ୍ୟ ପ୍ରଥମେ ବ୍ରହ୍ମପୁର ଲୋକସଭା କ୍ଷେତ୍ରରୁ ତତ୍‌କାଳୀନ ଜନତା ପାର୍ଟିରୁ ୧୯୮୪ରେ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ। ୧୯୯୦ ନିର୍ବାଚନରେ ମୋହନା ଆସନରୁ ଜନତା ଦଳରୁ ବିଧାୟକ ହୋଇ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ। ୧୯୯୧ ଲୋକସଭା ନିର୍ବାଚନରେ ପୁଣି ବ୍ରହ୍ମପୁର କ୍ଷେତ୍ରରୁ ଜନତା ଦଳରୁ ପ୍ରତିଦ୍ୱନ୍ଦ୍ୱିତା କରି ପରାଜିତ ହୋଇଥିଲେ। ଉଲ୍ଲେଖ କରାଯାଇପାରେ କି ଗଜପତି ଜିଲାର ମୋହନା ବ୍ଲକ ଏବଂ ଗଞ୍ଜାମ ଜିଲାର ଦିଗପହଣ୍ଡି ବ୍ଲକ ଓ ଏନଏସିକୁ ନେଇ ମୋହନା ବିଧାନସଭା କ୍ଷେତ୍ର ଗଠନ ହୋଇଥିଲା। ୧୯୯୦ରୁ ୨୦୧୯ ମଧ୍ୟରେ ହୋଇଥିତ୍ବା ୭ ନିର୍ବାଚନରେ ସେ ଲଗାତର ଜିତିଥିଲେ। ୨୦୦୯ ନିର୍ବାଚନ ବେଳେ ସୀମା ନିର୍ଦ୍ଧାରଣ ଓ ପୁନର୍ଗଠନ ପ୍ରକ୍ରିୟାରେ ଦିଗପହଣ୍ଡି ଓ କୁକୁଡ଼ାଖଣ୍ଡି ବ୍ଲକକୁ ନେଇ ବିଧାନସଭା କ୍ଷେତ୍ର ହୋଇଛି। ଏଠାରୁ ମଧ୍ୟ ସୂର୍ଯ୍ୟ ଲଗାତର ନିର୍ବାଚିତ ହୋଇଛନ୍ତି।
୨୦୧୯ ନିର୍ବାଚନରେ ଜିତିବା ପରେ ତାଙ୍କୁ ବାଚସ୍ପତି କରାଯାଇଥିଲା। ଗତବର୍ଷ ଜୁନ ମାସରେ ସାମ୍ବିଧାନିକ ପଦରୁ ସେ ଇସ୍ତଫା ଦେଇଥିଲେ। ହଠାତ୍‌ ପଦ ଛାଡ଼ିବାର କାରଣ ଅସ୍ପଷ୍ଟ ରହିଛି। ରାଜନୈତିକ ସମୀକ୍ଷକ ଭିନ୍ନ ଭିନ୍ନ ମତ ଦେଉଛନ୍ତି। ଅନ୍ୟପକ୍ଷରେ ବିଧାୟକ ନିଜ ନିର୍ବାଚନ ମଣ୍ଡଳୀକୁ ନ ଆସିବା ବର୍ଷେ ବିତିବାକୁ ଯାଉଛି। ତେଣୁ ବଡ଼ଖେମୁଣ୍ଡି (ଦିଗପହଣ୍ଡି) ରାଜନୀତି ଗୋଳମାଳିଆ ହୋଇଯାଇଛି। ସୂର୍ଯ୍ୟ ଆଗାମୀ ନିର୍ବାଚନ ନ ଲଢ଼ିବା ନେଇ ଚର୍ଚ୍ଚା ହେଉଛି। ତାଙ୍କ ଉତ୍ତରାଧିକାରୀଙ୍କୁ ନେଇ ଆଲୋଚନା ଓ ପର୍ଯ୍ୟାଲୋଚନା ଚାଲିଛି। ପୁଅ ବିପ୍ଲବ ପାତ୍ର ବିଜେଡି ପ୍ରାର୍ଥୀ ହେବାକୁ ଆଶା ବାନ୍ଧିଛନ୍ତି। ପୂର୍ବତନ ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ବିପିନ ପ୍ରଧାନ ତାଙ୍କୁ କଣ୍ଟା ସାଜିଛନ୍ତି। ଉଭୟ ଆଶାୟୀ ପ୍ରତିଯୋଗିତାମୂଳକ ଭାବେ ନିର୍ବାଚନ ମଣ୍ଡଳୀରେ ସାଙ୍ଗଠନିକ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି।
ଜିଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ଦଳୀୟ ରାଜନୀତି ଗୋଳମାଳିଆ ହୋଇଥିବା ସ୍ବୀକାର କରିଛନ୍ତି। ତେବେ ବିପ୍ଲବ ଓ ବିପିନଙ୍କ ମଧ୍ୟରେ ମିଳାମିଶା ପାଇଁ ପ୍ରୟାସ ଚାଲିଥିବା ସେ ସୂଚନା ଦେଇଛନ୍ତି। ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା ନିଷ୍ପତ୍ତି ନେବେ। ଯାହାକୁ ବିଜେଡି ଟିକେଟ ମିଳିବ ତାଙ୍କୁ ଜିତାଇବା ପାଇଁ ଉଦ୍ୟମ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ତେବେ ଦେଖା ଦେଇଥିବା ଗୋଷ୍ଠୀ କନ୍ଦଳ ଖୁବଶୀଘ୍ର ସମାଧାନ ହେବ ଏବଂ ଦିଗପହଣ୍ଡି ଆସନ ପୁନର୍ବାର ବିଜେଡି ଦଖଲକୁ ଆସିବ ବୋଲି ଜିଲା ସଭାପତି ଆଶା ପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ପୁଣି କଡ଼ାକଡ଼ି PUCC ଯାଞ୍ଚ: ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ୧୦ ହଜାର ଫାଇନ

ଭୁବନେଶ୍ୱର,୨।୪: ଆଜିଠୁ ପୁଣି କଡ଼ାକଡ଼ି ହେବ PUCC ଯାଞ୍ଚ। ପଲ୍ୟୁଶନ ସାର୍ଟିଫିକେଟ ନଥିଲେ ଫାଇନ ଦେବାକୁ ପଡ଼ିବ। PUCC ଯାଞ୍ଚ ପାଇଁ ଦିଆଯାଇଥିବା ଡେଡଲାଇନ ଶେଷ ହୋଇଛି।…

ଭାରତକୁ ବନ୍ଧୁତାର ହାତ ବଢାଇଲା ଏହି ଦେଶ: ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୨।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୩୦ ଦିନରୁ ଅଧିକ ସମୟ ବିତିଗଲାଣି। କୌଣସି ପକ୍ଷ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କୁ ଟେନସନ ଦେଲେ ଏକଛତ୍ରବାଦୀ ଶାସକ, ‘ବିନାଶକାରୀ’ ଗେମ୍‌ ଖେଳିଲା ଉତ୍ତର କୋରିଆ

ଓ୍ବାଶିଂଟନ୍‌,୨।୪: ସମଗ୍ର ବିଶ୍ୱ ଇରାନ-ଆମେରିକା ଯୁଦ୍ଧ ଭୟରେ କବଳିତ। ମଧ୍ୟପ୍ରାଚ୍ୟ ଜଳୁଛି। ସାରା ବିଶ୍ୱରେ ତେଲ ଏବଂ ଗ୍ୟାସର ଅଭାବ ରହିଛି। ଇନ୍ଧନ ମୂଲ୍ୟ ଆକାଶଛୁଆଁ। ଏହା…

କ୍ରିକେଟର୍‌ଙ୍କ ଅଭିଯୋଗରେ ଏହି ଅଭିନେତ୍ରୀଙ୍କୁ ବାନ୍ଧିଲା ପୋଲିସ: ପଛରେ ରହିଛି ଏମିତି କାରଣ

କଲମ୍ବୋ,୨।୪: ଶ୍ରୀଲଙ୍କାର କ୍ରିକେଟର ଭାନୁକା ରାଜପକ୍ଷେ ଅଭିନେତ୍ରୀ ହର୍ଷି ରସାଙ୍ଗାଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଏହା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଏହି ମାମଲା…

ବିହାର ଛାଡି ଦିଲ୍ଲୀ ଯିବେ ନୀତୀଶ: ଏହିଦିନ ରାଜ୍ୟ ସଭା ଏମ୍‌ପି ଭାବେ ନେବେ ଶପଥ

ପାଟନା,୨।୪: ବିହାରରେ ନୀତୀଶ କୁମାର ଯୁଗର ଶେଷ ହେବାକୁ ଯାଉଛି। ନିକଟରେ ନୀତୀଶ କୁମାର ବିହାର ବିଧାନ ପରିଷଦରୁ ଇସ୍ତଫା ଦେଇଛନ୍ତି। ଏବେ, ଦିଲ୍ଲୀ ପାଇଁ ତାଙ୍କର…

ମୁହଁରେ କପଡ଼ା ବାନ୍ଧି ବାପାଙ୍କୁ ଲୁଟିବାକୁ ଆସିଥିଲେ ପୁଅ: ୧୦ ଲକ୍ଷ ଟଙ୍କା ନେବା ପରେ ଘଟିଲା…

ନୂଆଦିଲ୍ଲୀ,୨।୪: ଦିଲ୍ଲୀର ଲକ୍ଷ୍ମୀ ନଗର ଅଞ୍ଚଳରେ ଘଟିଥିବା ୧୦ ଲକ୍ଷ ଡକାୟତି ଘଟଣାର ସମାଧାନ ପୋଲିସ ମାତ୍ର ୨୪ ଘଣ୍ଟା ମଧ୍ୟରେ କରିଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା…

ସକାଳୁ ସକାଳୁ ଥରିଲା ପୃଥିବୀ, ୭.୪ ତୀବ୍ରତାର ଭୂକମ୍ପ ପରେ ଲୋକେ ଘରୁ ଦୌଡି….

ଜାକାର୍ତ୍ତା,୨ା୪: ଇଣ୍ଡୋନେସିଆରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୪ ରେକର୍ଡ କରାଯାଇଛି । ଭୂମିକମ୍ପ ପରେ ସୁନାମି ଚେତାବନୀ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri