ଚର୍ଚ୍ଚାରେ ସୂର୍ଯ୍ୟ ପାତ୍ରଙ୍କ ଉତ୍ତରାଧିକାରୀ

ବ୍ରହ୍ମପୁର ଅଫିସ,୨୧।୫: ଆଗାମୀ ସାଧାରଣ ନିର୍ବାଚନ ନିକଟତର ହୋଇଛି। ବିଭିନ୍ନ ଦଳ ପକ୍ଷରୁ ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଭଳି ସ୍ଥିତିରେ ବିଜେଡିର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ଓ ବାଚସ୍ପତି ଏବଂ ବର୍ତ୍ତମାନର ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ସକ୍ରିୟ ରାଜନୀତିରୁ ଦୂରେଇ ରହିବା ରାଜନୈତିକ ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ଅତୀତରେ ଜିଲା ରାଜନୀତିରେ ସ୍ବର୍ଗତ ରାମକୃଷ୍ଣ ପଟ୍ଟନାୟକ ଗଞ୍ଜାମ ଟାଇଗର ଭାବେ ପରିଚିତ ଥିଲେ। ପରବର୍ତ୍ତୀ ସମୟରେ ସୂର୍ଯ୍ୟ ପାତ୍ରଙ୍କୁ ଗଞ୍ଜାମ ଟାଇଗର ନଂ. ୨ର ଆଖ୍ୟା ଦିଆଯାଇଥିଲା। ତେବେ ଗତବର୍ଷରୁ ସେ ତାଙ୍କ ନିର୍ବାଚନ ମଣ୍ଡଳୀକୁ ମଧ୍ୟ ଆସୁନାହାନ୍ତି। ଅସୁସ୍ଥ ଥିବାରୁ ଭୁବନେଶ୍ୱର ବାସଭବନରେ ରହୁଛନ୍ତି।
ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରିଥିବା ସୂର୍ଯ୍ୟ ପ୍ରଥମେ ବ୍ରହ୍ମପୁର ଲୋକସଭା କ୍ଷେତ୍ରରୁ ତତ୍‌କାଳୀନ ଜନତା ପାର୍ଟିରୁ ୧୯୮୪ରେ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ। ୧୯୯୦ ନିର୍ବାଚନରେ ମୋହନା ଆସନରୁ ଜନତା ଦଳରୁ ବିଧାୟକ ହୋଇ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ। ୧୯୯୧ ଲୋକସଭା ନିର୍ବାଚନରେ ପୁଣି ବ୍ରହ୍ମପୁର କ୍ଷେତ୍ରରୁ ଜନତା ଦଳରୁ ପ୍ରତିଦ୍ୱନ୍ଦ୍ୱିତା କରି ପରାଜିତ ହୋଇଥିଲେ। ଉଲ୍ଲେଖ କରାଯାଇପାରେ କି ଗଜପତି ଜିଲାର ମୋହନା ବ୍ଲକ ଏବଂ ଗଞ୍ଜାମ ଜିଲାର ଦିଗପହଣ୍ଡି ବ୍ଲକ ଓ ଏନଏସିକୁ ନେଇ ମୋହନା ବିଧାନସଭା କ୍ଷେତ୍ର ଗଠନ ହୋଇଥିଲା। ୧୯୯୦ରୁ ୨୦୧୯ ମଧ୍ୟରେ ହୋଇଥିତ୍ବା ୭ ନିର୍ବାଚନରେ ସେ ଲଗାତର ଜିତିଥିଲେ। ୨୦୦୯ ନିର୍ବାଚନ ବେଳେ ସୀମା ନିର୍ଦ୍ଧାରଣ ଓ ପୁନର୍ଗଠନ ପ୍ରକ୍ରିୟାରେ ଦିଗପହଣ୍ଡି ଓ କୁକୁଡ଼ାଖଣ୍ଡି ବ୍ଲକକୁ ନେଇ ବିଧାନସଭା କ୍ଷେତ୍ର ହୋଇଛି। ଏଠାରୁ ମଧ୍ୟ ସୂର୍ଯ୍ୟ ଲଗାତର ନିର୍ବାଚିତ ହୋଇଛନ୍ତି।
୨୦୧୯ ନିର୍ବାଚନରେ ଜିତିବା ପରେ ତାଙ୍କୁ ବାଚସ୍ପତି କରାଯାଇଥିଲା। ଗତବର୍ଷ ଜୁନ ମାସରେ ସାମ୍ବିଧାନିକ ପଦରୁ ସେ ଇସ୍ତଫା ଦେଇଥିଲେ। ହଠାତ୍‌ ପଦ ଛାଡ଼ିବାର କାରଣ ଅସ୍ପଷ୍ଟ ରହିଛି। ରାଜନୈତିକ ସମୀକ୍ଷକ ଭିନ୍ନ ଭିନ୍ନ ମତ ଦେଉଛନ୍ତି। ଅନ୍ୟପକ୍ଷରେ ବିଧାୟକ ନିଜ ନିର୍ବାଚନ ମଣ୍ଡଳୀକୁ ନ ଆସିବା ବର୍ଷେ ବିତିବାକୁ ଯାଉଛି। ତେଣୁ ବଡ଼ଖେମୁଣ୍ଡି (ଦିଗପହଣ୍ଡି) ରାଜନୀତି ଗୋଳମାଳିଆ ହୋଇଯାଇଛି। ସୂର୍ଯ୍ୟ ଆଗାମୀ ନିର୍ବାଚନ ନ ଲଢ଼ିବା ନେଇ ଚର୍ଚ୍ଚା ହେଉଛି। ତାଙ୍କ ଉତ୍ତରାଧିକାରୀଙ୍କୁ ନେଇ ଆଲୋଚନା ଓ ପର୍ଯ୍ୟାଲୋଚନା ଚାଲିଛି। ପୁଅ ବିପ୍ଲବ ପାତ୍ର ବିଜେଡି ପ୍ରାର୍ଥୀ ହେବାକୁ ଆଶା ବାନ୍ଧିଛନ୍ତି। ପୂର୍ବତନ ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ବିପିନ ପ୍ରଧାନ ତାଙ୍କୁ କଣ୍ଟା ସାଜିଛନ୍ତି। ଉଭୟ ଆଶାୟୀ ପ୍ରତିଯୋଗିତାମୂଳକ ଭାବେ ନିର୍ବାଚନ ମଣ୍ଡଳୀରେ ସାଙ୍ଗଠନିକ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି।
ଜିଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ଦଳୀୟ ରାଜନୀତି ଗୋଳମାଳିଆ ହୋଇଥିବା ସ୍ବୀକାର କରିଛନ୍ତି। ତେବେ ବିପ୍ଲବ ଓ ବିପିନଙ୍କ ମଧ୍ୟରେ ମିଳାମିଶା ପାଇଁ ପ୍ରୟାସ ଚାଲିଥିବା ସେ ସୂଚନା ଦେଇଛନ୍ତି। ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା ନିଷ୍ପତ୍ତି ନେବେ। ଯାହାକୁ ବିଜେଡି ଟିକେଟ ମିଳିବ ତାଙ୍କୁ ଜିତାଇବା ପାଇଁ ଉଦ୍ୟମ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ତେବେ ଦେଖା ଦେଇଥିବା ଗୋଷ୍ଠୀ କନ୍ଦଳ ଖୁବଶୀଘ୍ର ସମାଧାନ ହେବ ଏବଂ ଦିଗପହଣ୍ଡି ଆସନ ପୁନର୍ବାର ବିଜେଡି ଦଖଲକୁ ଆସିବ ବୋଲି ଜିଲା ସଭାପତି ଆଶା ପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri