ସଫଳତା ପଥେ ଚନ୍ଦ୍ରୟାନ-୩

ଅଗଷ୍ଟ ୨୩ ତାରିଖ, ସମୟ ସା ୫ଟା ୪୩ ମିନିଟ୍‌। ବେଙ୍ଗାଲୁରୁସ୍ଥିତ ଭାରତୀୟ ଅନ୍ତରୀକ୍ଷ ସଙ୍ଗଠନ (ଇସ୍ରୋ)ର କଣ୍ଟ୍ରୋଲ ରୁମ୍‌ରେ ଏକ ଉତ୍କଣ୍ଠା ଓ ଆବେଗପୂର୍ଣ୍ଣ ମୁହୂର୍ତ୍ତ। ଭାରତର ଅନ୍ତରୀକ୍ଷଯାନ ଚନ୍ଦ୍ରୟାନ-୩ ଅନ୍ତରୀକ୍ଷରେ ଦୀର୍ଘ ୪୧ ଦିନ କାଳ ଯାତ୍ରା କଲା ପରେ ଚନ୍ଦ୍ରର ଦକ୍ଷିଣ ମେରୁଠାରେ ଅବତରଣ କରିଛି। ଅଭିଯାନର ସବୁଠାରୁ କଠିନ ଓ ଜଟିଳ ‘ପାୱାର ଡିସେଣ୍ଟ’ ଅବତରଣ ପର୍ଯ୍ୟାୟ ଆରମ୍ଭ ହୋଇ ସାରିଥାଏ। କୋଡ଼ିଏ ମିନିଟ କାଳର ଏହି ସ୍ବୟଂଚାଳିତ ଧୀର-ଅବତରଣ ପ୍ରକ୍ରିୟା ବୈଜ୍ଞାନିକମାନଙ୍କ ପାଇଁ ଏକ ଅଗ୍ନିପରୀକ୍ଷାର ବେଳ ତଥା ଘଡ଼ିସନ୍ଧି ମୁହୂର୍ତ୍ତ ଯାହା ସାଧାରଣତଃ ‘୨୦ ମିନିଟର ଆତଙ୍କ କାଳ’ ନାମରେ ପରିଚିତ।
ଚନ୍ଦ୍ରପୃଷ୍ଠରେ ଏହି ଧୀର-ଅବତରଣ ସୋପାନ ଅଭିଯାନର ସବୁଠାରୁ କଠିନ ଓ ଜଟିଳ ପ୍ରକ୍ରିୟା। ଯାନଟି ଚନ୍ଦ୍ରର ମାଧ୍ୟାକର୍ଷଣ ବଳ ଦ୍ୱାରା ପ୍ରଚଣ୍ଡ ବେଗରେ ତ୍ୱରାନ୍ବିତ ହୋଇ ଚନ୍ଦ୍ରପଷ୍ଠ ଆଡ଼କୁ ଛୁଟି ଯାଉଥିଲାବେଳେ ଠିକ୍‌ ସମୟରେ ଠିକ୍‌ ଇଞ୍ଜିନ୍‌ କାର୍ଯ୍ୟକ୍ଷମ କରି ଯାନର ଅଗ୍ରଗାମୀ ବେଗ ହ୍ରାସ କରିବା ଆବଶ୍ୟକ। ନ ହେଲେ, ଯାନଟି ଚନ୍ଦ୍ରପୃଷ୍ଠରେ ପିଟି ହୋଇ ନଷ୍ଟ ହୋଇଯିବ ଏବଂ ସାରା ଅଭିଯାନ ବ୍ୟର୍ଥ ପାଲଟି ଯିବ। ଧୀର ଅବତରଣର ଏହି ପ୍ରଯୁକ୍ତିଗତ ଜଟିଳତା ହେତୁ ହିଁ ଏ କ୍ଷେତ୍ରରେ ଏପର୍ଯ୍ୟନ୍ତ ବିଶ୍ୱର ମାତ୍ର ଏକ-ତୃତୀୟାଂଶ ଉଦ୍ୟମ ସଫଳ ହୋଇଛି ଏବଂ ପୂର୍ବରୁ ଭାରତର ଚନ୍ଦ୍ରୟାନ-୨ ଅଭିଯାନ ମଧ୍ୟ ଅସଫଳ ରହିଛି। ଅବତରଣ ସମୟରେ ଚନ୍ଦ୍ରୟାନ-୩ର ତୀବ୍ର ବେଗକୁ ହ୍ରାସ କରିବା ନିମନ୍ତେ ଯାନଟିରେ ୮୦୦ ନିଉଟନ୍‌ ସଂଘାତ ବଳ ପ୍ରଦାନ କରି ପାରୁଥିବା ସମୁଦାୟ ଚାରୋଟି ଇଞ୍ଜିନର ବ୍ୟବସ୍ଥା ରହିଛି।
ପ୍ରଥମେ ଯାନଟି ଚନ୍ଦ୍ରପୃଷ୍ଠରୁ ୨୫ କି.ମି. ଉଚ୍ଚତାରେ ଥିବା ସମୟରେ ‘ରଫ୍‌ ବ୍ରେକିଙ୍ଗ’ ପ୍ରକ୍ରିୟା ଆରମ୍ଭ କରାଗଲା। ସେତେବେଳେ ଯାନର ବେଗ ସେକେଣ୍ଡ ପ୍ରତି ଥିଲା ୧୬୮୦ ମି.। ପ୍ରାୟ ୧୧ ମିନିଟ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲୁ ରହି ବିକ୍ରମ ଅବତରଣର ଉଚ୍ଚତାକୁ ଚନ୍ଦ୍ରପଷ୍ଠରୁ ମାତ୍ର ୭.୪ କି.ମି. ଦୂରତା ପର୍ଯ୍ୟନ୍ତ ହ୍ରାସ କରାଯିବା ସହିତ ବେଗକୁ ୭.୪ ମିଟର ସେକେଣ୍ଡ ପ୍ରତି ମୂଲ୍ୟକୁ ମନ୍ଦିତ କରାଗଲା। ଏହା ପରେ ଦ୍ୱିତୀୟ ସୋପାନ ଆରମ୍ଭ କରାଗଲା, ଯାହା ଥିଲା ‘ଅଲ୍ଟିଚ୍ୟୁଡ ହୋଲ୍ଡିଙ୍ଗ’ ପ୍ରକ୍ରିୟା। ଏହି ସୋପାନକୁ ୧୦ ସେକେଣ୍ଡ ପାଇଁ ଚାଲୁ କରାଗଲା ଏବଂ ବିକ୍ରମ ଅବତରଣର ଉଚ୍ଚତାକୁ ୭.୪ କି.ମି. ରୁ ୬.୮ କି.ମି. ପର୍ଯ୍ୟନ୍ତ ହ୍ରାସ କରାଗଲା। ପରବର୍ତ୍ତୀ ୩ ମିନିଟ ସମୟ ମଧ୍ୟରେ ଯାନର ଉଚ୍ଚତାକୁ କ୍ରମଶଃ ୮୦୦ ମିଟର ପର୍ଯ୍ୟନ୍ତ ହ୍ରାସ କରାଗଲା। ତା’ପରେ ତୃତୀୟ ‘ଫାଇନ୍‌ ବ୍ରେକିଙ୍ଗ୍‌’ ପର୍ଯ୍ୟାୟକୁ ୧୭୫ ସେକେଣ୍ଡ ପାଇଁ ଚାଲୁ କରାଯାଇ ବିକ୍ରମକୁ ସମ୍ପୂର୍ଣ୍ଣ ଭୂଲମ୍ବ ରୂପେ ଅବସ୍ଥାପିତ କରାଗଲା ଏବଂ ଏହି ଅବସ୍ଥାରେ ଯାନର ଉଚ୍ଚତା ଚନ୍ଦ୍ରପୃଷ୍ଠରୁ ମାତ୍ର ୧ କି.ମି. ରହିଗଲା। ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟରେ ବିକ୍ରମ ଚନ୍ଦ୍ରପଷ୍ଠର ମାତ୍ର ୧୫୦ ମିଟର ଦୂରତାରେ ଥିଲାବେଳେ ଯାନର ବେଗକୁ ସମ୍ପୂର୍ଣ୍ଣ ଶୂନ୍ୟ କରି ଦିଆଗଲା ଏବଂ ଯାନଟି ଚନ୍ଦ୍ରପୃଷ୍ଠ ଉପରେ ୩୮ ସେକେଣ୍ଡ ପାଇଁ ନିଶ୍ଚଳ ଭାବେ ଝୁଲନ୍ତା ଅବସ୍ଥାରେ ଲାଖି ରହିଲା। ଏହି ସ୍ଥିତିରେ ଯାନକୁ ସାମାନ୍ୟ ଗତିଶୀଳ କରି ଚନ୍ଦ୍ରପଷ୍ଠର ମାତ୍ର ୧୦ ମିଟର ଉଚ୍ଚତାକୁ ଅଣାଗଲା। ପରିଶେଷରେ, ସେହି ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ ଆଗତପ୍ରାୟ: ଯାନଟି ପରବର୍ତ୍ତୀ ୯ ସେକେଣ୍ଡ ସମୟ ମଧ୍ୟରେ ଶେଷ ୧୦ ମିଟର ଦୂରତା ଅତିକ୍ରମ କରି ଚନ୍ଦ୍ରମାଟିକୁ ୬ଟା ୩ମିନିଟ ସମୟରେ ସୁରକ୍ଷିତ ଭାବେ ସ୍ପର୍ଶ କଲା। ଚନ୍ଦ୍ରୟାନର ଚନ୍ଦ୍ରମାଟିରେ ଧୀର ଅବତରଣର ଏହି ସଫଳତାରେ ଇସ୍ରୋର ବୈଜ୍ଞାନିକମାନଙ୍କ ମଧ୍ୟରେ ବିପୁଳ ଉଦ୍ଦୀପନା ଖେଳି ଯାଇଥିଲା। ପରେ ଚନ୍ଦ୍ରପୃଷ୍ଠରୁ ଅବତରଣ ଆଘାତ ଜନିତ ନିର୍ଗତ ଧୂଳି ବସି ଯିବାରୁ ବିକ୍ରମ ଅବତରକର ଗୋଟିଏ ଫାଟକ ଖୋଲି ଏକ ଆନତତଳ ଜରିଆରେ ‘ପ୍ରଜ୍ଞାନ’ ରୋଭରକୁ ଚନ୍ଦ୍ରମାଟି ଉପରକୁ ଗଡ଼ାଇ ଦିଆଯାଇଥିଲା। ଏହା ୬ଟି ଚକା ବିଶିଷ୍ଟ ଭ୍ରମଣଶୀଳ ଏକ ଚକଲଗା ଗାଡ଼ି ଯାହା ଆଗାମୀ ୧୪ ଦିନ ପାଇଁ ଚନ୍ଦ୍ରପୃଷ୍ଠରେ ଗଡ଼ି ଗଡ଼ି ନିଜର ବୈଜ୍ଞାନିକ ଯନ୍ତ୍ରାବଳି ଜରିଆରେ ଚନ୍ଦ୍ରମାଟିର ରାସାୟନିକ ଗଠନ ଓ ସଂରଚନା ଅନୁଧ୍ୟାନ କରିବ। ଏହା ଚନ୍ଦ୍ରପୃଷ୍ଠକୁ ଆସିବା ମାତ୍ରେ ନିଜର ସୌର ଫଳକଗୁଡ଼ିକୁ ଖୋଲି ସୂର୍ଯ୍ୟାଲୋକରୁ ଶକ୍ତି ଆହରଣ କରିବା ଆରମ୍ଭ କରିଥିଲା। ଏହାର ଚନ୍ଦ୍ରପୃଷ୍ଠରେ ସେକେଣ୍ଡ ପ୍ରତି ଅଧ ସେ.ମି. ବେଗରେ ଗଡ଼ିଗଡ଼ି ନିଜର ୧୨ ଦିନର ସ୍ବଳ୍ପ ଜୀବନକାଳ ମଧ୍ୟରେ ସମୁଦାୟ ଅଧ କି.ମି. ଦୂରତା ଅତିକ୍ରମ କରିବ। ଏହା ନିଜର କ୍ୟାମେରା ଜରିଆରେ ଚନ୍ଦ୍ରପୃଷ୍ଠର ଫଟୋ ଉତ୍ତୋଳନ କରି ବିକ୍ରମ ଅବତରକକୁ ପ୍ରେରଣ କରିବ ଯାହା ଚନ୍ଦ୍ରକକ୍ଷରେ ଘୂରୁଥିବା ଚନ୍ଦ୍ରଯାନ-୨ ଅର୍ବିଟର ଜରିଆରେ ଭୂପୃଷ୍ଠରେ ଥିବା ଇସ୍ରୋ କାର୍ଯ୍ୟାଳୟକୁ ପ୍ରେରଣ କରିବ। ଇତିମଧ୍ୟରେ ଇସ୍ରୋ ଚନ୍ଦ୍ରୟାନର ଅବତରକ ଓ ରୋଭର ଦ୍ୱାରା ଚନ୍ଦ୍ରପୃଷ୍ଠରେ ଉତ୍ତୋଳିତ ଏଭଳି କିଛି ଦୁର୍ଲଭ ଫଟୋ ଓ ଭିଡିଓ ଜାରି କରିଛି। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ପ୍ରଜ୍ଞାନ ରୋଭରର ଏକ ବୈଜ୍ଞାନିକ ଉପକରଣ ଲେଜର୍‌ ଇଣ୍ଡିଉସଡ୍‌ ବ୍ରେକଡାଉନ୍‌ ସ୍ପେକ୍ଟ୍ରୋସ୍କୋପ୍‌ତ୍‌ ଜରିଆରେ ଚନ୍ଦ୍ରମାଟିରେ ଅନେକ ମୌଳିକ ଉପାଦାନ ଯଥା ଆଲୁମିନିୟମ୍‌, ସଲଫର୍‌, କ୍ୟାଲସିୟମ୍‌, ଲୌହ, କ୍ରୋମିୟମ୍‌, ଟାଇଟାନିୟମ୍‌, ସିଲିକନ୍‌, ମାଙ୍ଗାନିଜ୍‌ ଓ ଅକ୍ସିଜେନର ସନ୍ଧାନ କରିଛି। (କ୍ରମଶଃ…)

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ
ମୋ : ୮୯୧୭୬୩୭୯୭୪


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri