ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ କୁ ସଫଳତା: ପୋଷାକ, ରେଶମ ଶିଳ୍ପ ଓ ହସ୍ତତନ୍ତରେ ଆସିବ ସମୃଦ୍ଧି

ଭୁବନେଶ୍ୱର, ୨୯।୧: ବୟନଶିଳ୍ପ, ପୋଷାକ ଶିଳ୍ପ, ରେଶମ ଶିଳ୍ପ ଏବଂ ହସ୍ତତନ୍ତ କ୍ଷେତ୍ରରେ ବିକାଶ ଓ ସମୃଦ୍ଧି ପାଇଁ ଅପାର ସମ୍ଭାବନା ଆଣିଛି ଉତ୍କର୍ଷ ଓଡ଼ିଶା- ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ -୨୦୨୫ । ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଶିଳ୍ପ ମହାକୁମ୍ଭ ‘ଉତ୍କର୍ଷ ଓଡ଼ିଶା’ ନୂଆ ଊର୍ଜା ଯୋଗାଇବ । ଆଜି ମୋଟ ୮ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଫଳରେ ୩୬ଟି ୟୁନିଟରେ ₹୭୭୬୨ କୋଟି ଟଙ୍କାର ପୁଞ୍ଜି ନିବେଶ ସୁରକ୍ଷିତ ହୋଇଛି । ଏହା ଯୋଗୁଁ ରାଜ୍ୟରେ ୨୨୦୦୦ ପ୍ରତ୍ୟକ୍ଷ ଏବଂ ୬୬୦୦୦ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

“ଦ ଇମରଜିଙ୍ଗ ଡେଷ୍ଟିନେସନ ଫର ଟେକ୍ସଟାଇଲସ୍, ଆପାରେଲସ୍ ଆଣ୍ଡ ହାଣ୍ଡଲୁମସ୍” (ବୟନ, ପୋଷାକ, ଏବଂ ହସ୍ତତନ୍ତ ପାଇଁ ସମ୍ଭାବନାର କ୍ଷେତ୍ର) ଶୀର୍ଷକ ପ୍ରଥମ ଅଧିବେଶନରେ ମାନ୍ୟବର ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ ତଥା ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଯୋଗ ଦେଇ କହିଥିଲେ ଉଦ୍ୟୋଗୀଙ୍କୁ ସୁହାଇବା ଭଳି ନୀତି, ଦୃଢ ଭିତ୍ତିଭୂମି, ଆବଶ୍ୟକୀୟ କଞ୍ଚାମାଲ, ଦକ୍ଷତାସମ୍ପନ୍ନ ମାନବ ସମ୍ବଳ, ସୁଦକ୍ଷ ବୁଣାକାର ଓ ଡବଲ ଇଂଜିନ୍ ସରକାର ଆମର ଶକ୍ତି । ତେଣୁ ବୟନ ଓ ପୋଷାକ ଶିଳ୍ପ କ୍ଷେତ୍ରରେ ଆମ ରାଜ୍ୟରେ ବିପୁଳ ସୁଯୋଗ ରହିଛି ।

ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର ଓଡ଼ିଶାରେ ଥିବା ବ୍ୟାପକ ସୁଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ । ୮ଟି ଜିଆଇ ଟ୍ୟାଗ୍‍ ମାନ୍ୟତାପ୍ରାପ୍ତ ହସ୍ତତନ୍ତ ବସ୍ତ୍ର ଓଡ଼ିଶାର ଗରିମାମୟ ହସ୍ତତନ୍ତ ପରମ୍ପରାର ନିଦର୍ଶନ ବୋଲି କହିଥିଲେ । ଅଧିକ ପୁଞ୍ଜି ନିବେଶ ହେଲେ ଭିତ୍ତିଭୂମି, ବଜାର ଏବଂ ଦକ୍ଷତା ବିକାଶରେ ବୃଦ୍ଧି ହେବା ସହ ବୁଣାକାର ଏବଂ କାରିଗରମାନଙ୍କ ଆର୍ଥିକ ସଶକ୍ତିକରଣରେ ସହାୟକ ହେବ ବୋଲି ମତ ବ୍ୟକ୍ତ କରିଥିଲେ ।

ଏହି ଅବସରରେ ଶ୍ରୀ ମା’ ଟେକ୍ସଟାଇଲ୍ସ, ମା ବନଦୁର୍ଗା ଟେକ୍ସଟାଇଲ୍ସ ପ୍ରାଇଭେଟ୍ ଲିମିଟେଡ୍, ପ୍ରତିମା ଆଗ୍ରୋ ସ୍ପିନିଂ ମିଲ୍ସ, ତିଳୋତ୍ତମା ପ୍ରୋପ୍ରାଇଟର୍ସ, ଅରୁନ୍ଧତୀ ବାନ୍ଧକଳା, ଅନୁଭବ ନିଟ୍ୱେୟାର, ସେଡ୍ରା ଫିଲ୍ଟ୍ରେସନ୍ ଭଳି ପ୍ରମୁଖ ଶିଳ୍ପ ସହିତ ୬ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ଯାହା ଭବିଷ୍ୟତର ପ୍ରଗତି ଏବଂ ବିକାଶ ପାଇଁ ପଥ ପ୍ରସ୍ତୁତ କରିବ । ଉଲ୍ଲେଖଯୋଗ୍ୟ ଯେ, ଏହି ଅବସରରେ GI ପରର ପଦକ୍ଷେପ ଏବଂ ରେଶମ ଚାଷ କ୍ଷେତ୍ରରେ ମୋଡାଲ୍ ଇକୋ-ରେସ୍ ସଂରକ୍ଷଣ ଉପରେ ଟେକ୍ସଟାଇଲ୍ସ କମିଟି/SIDBI ଏବଂ କେନ୍ଦ୍ରୀୟ ରେଶମ ବୋର୍ଡ଼ ସହ ୨ ଟି ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଥିଲା ।

ଅପାର ସମ୍ଭାବନାର କ୍ଷେତ୍ର ପାଲଟିଥିବା ବୟନ, ପୋଷାକ, ହସ୍ତତନ୍ତ ଏବଂ ରେଶମ ଚାଷରେ ବିପୁଳ ପୁଞ୍ଜି ନିବେଶ ପାଇଁ ପ୍ରମୁଖ ଶିଳ୍ପପତି, ଉଦ୍ୟୋଗପତି ଓ ଅଂଶୀଦାରମାନଙ୍କୁ ମଞ୍ଚାସୀନ ଅତିଥିମାନେ ଆହ୍ୱାନ ଦେଇଥିଲେ । ମେସର୍ସ ସାହି ଏକ୍ସପୋର୍ଟସ୍ ପ୍ରାଇଭେଟ୍ ଲିମିଟେଡ୍, ମେସର୍ସ ସାହାନା ଗ୍ରୁପ୍ସ, ଟ୍ରାଇମେଟ୍ରୋ (EPIC ଗ୍ରୁପ୍), ୱେଲସ୍ପୁନ୍ ୱାର୍ଲ୍ଡ ଲିମିଟେଡ୍ ଇଣ୍ଡୋରାମା ସିନ୍ଥେଟିକ୍ସ, MAS ହୋଲ୍ଡିଂସ୍ ଭଳି ପ୍ରତିଷ୍ଠିତ ପୋଷାକ ଶିଳ୍ପସଂସ୍ଥାମାନେ ଏହି ଅଧିବେଶନରେ ଅଂଶଗ୍ରହଣ କରିଥିଲେ ।

Karuna Silk and Technical Textiles – Odisha’s Tryst with Ethics and Sectoral Utilities (କରୁଣା ସିଲ୍କ ଏବଂ ବୈଷୟିକ ବୟନଶିଳ୍ପ : ନୈତିକତା ଓ କ୍ଷେତ୍ରୀୟ ଉପଯୋଗିତାକୁ ନେଇ ଓଡ଼ିଶାର ପ୍ରୟାସ) ଶୀର୍ଷକ ଅଧିବେଶନରେ ବୟନ ମନ୍ତ୍ରାଳୟର ଉପ-ମହାନିର୍ଦ୍ଦେଶକ ଅଖିଳେଶ କୁମାର; ଶ୍ରୀଲଙ୍କା ଏମଏଏସ୍ ହୋଲ୍ଡିଂସ୍ ର ସିଇଓ ମଲିକ ଅହମଦୀନ; ଟ୍ରିମେଟ୍ରୋ (EPIC ଗ୍ରୁପ୍)ର ସିଇଓ ଶ୍ରୀ ସୁରଜ କାଲରା; ଇଣ୍ଡୋରାମା ସିନ୍ଥେଟିକ୍ସର ପରାମର୍ଶଦାତା ଶ୍ରୀ ଆର କେ ଭିଜ; ୱେଲସ୍ପୁନ୍ ୱାର୍ଲ୍ଡ ଲିମିଟେଡ୍ ର ନିର୍ଦ୍ଦେଶକ ଏବଂ ସିଇଓ ଉପଦୀପ ସିଂହ ଚତ୍ରଥ, ସାହି ଏକ୍ସପୋର୍ଟସ୍ ର ପରାମର୍ଶଦାତା (ବାଣିଜ୍ୟ) ଆରପି ଗୋଏଲ, ଅରୁନ୍ଧତୀ ଗ୍ରୁପ୍ ର ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେର, ମୁକେଶ କୁମାର ନାୟକ, ପରିଚାଳନା ନିର୍ଦ୍ଦେଶକ, ସେଡ୍ରା ଫିଲ୍ଟ୍ରେସନ୍ସ, ଭୁବନେଶ୍ୱର; ଧନଞ୍ଜୟ ସାହୁ, ସିଜିଏମ୍-ପେଟ୍ରୋକେମିକାଲ୍ସ, ଆଇଓସିଏଲ୍, ନୂଆଦିଲ୍ଲୀ; ପି. ଶିବକୁମାର, ସଦସ୍ୟ ସଚିବ, କେନ୍ଦ୍ରୀୟ ରେଶମ ବୋର୍ଡ, ବେଙ୍ଗାଲୁରୁ; ଡି. ଏସ. କାସାରେ, ନିର୍ଦ୍ଦେଶକ, କାସାରେ ବନ୍ ସିଲ୍କ ମିଲ୍ ପ୍ରାଇଭେଟ୍ ଲିମିଟେଡ୍, ରାୟପୁର; ଡକ୍ଟର କାର୍ତ୍ତିକ ନେଓଗ୍, ନିର୍ଦ୍ଦେଶକ, କେନ୍ଦ୍ରୀୟ ମୁଗା ଓ ଏରି ରେଶମ ଗବେଷଣା କେନ୍ଦ୍ର, ଆସାମ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri