Posted inଫୁରସତ

ସଫଳତା ଏକ ଇଭେଣ୍ଟ ନୁହେଁ: ମାଲା ମିଶ୍ର

ମାଲା ମିଶ୍ରଙ୍କ ପିତା ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ। ଏହା ତାଙ୍କ ଜ୍ଞାନ ଆହରଣର ପରିସର ବୃଦ୍ଧି କରିଥିଲା। କଲେଜ ଏବଂ ବିଶ୍ୱବିଦ୍ୟାଳୟ ଶିକ୍ଷା ସମୟରେ ସେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହାଛଡ଼ା ସେ ଜଣେ ପ୍ରଶିକ୍ଷିତ ଓଡ଼ିଶୀ ନୃତ୍ୟଶିଳ୍ପୀ। ସ୍ବାମୀ ଷ୍ଟିଭେଡରିଂ ଟାଇକୁନ୍‌ ମହିମାନନ୍ଦ ମିଶ୍ରଙ୍କ ସହ ମିଶି ୨୦୦୩ରେ ‘ଡିପିଏସ୍‌ କଳିଙ୍ଗ’ ଆରମ୍ଭ କରିଥିଲେ। ଉଭୟଙ୍କ ନେତୃତ୍ୱରେ ଏହା ୨ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନରେ ପରଗଣିତ ହୋଇଛି। ୨୦୦୦ ମସିହାରେ ସମାଜସେବା ଲକ୍ଷ୍ୟରେ ଡିପିଏସ୍‌ କଳିଙ୍ଗର ଏକ ଚାରିଟେବୁଲ୍‌ ଓ୍ବ୍‌ିଙ୍ଗ୍‌ ଭାବରେ ‘ଦି ଗୁଡ୍‌ ସମରିଟାନ୍‌ ଫାଉଣ୍ଡେଶନ୍‌’ ପ୍ରତିଷ୍ଠା କରିଥିବା ମାଲା ମିଶ୍ରଙ୍କ ସହ ଧରିତ୍ରୀର ସାକ୍ଷାତ୍‌କାର।

ମହାମାରୀ ସମୟରେ ଅନ୍‌ଲାଇନ୍‌ ଶିକ୍ଷା ପାଇଁ କି ସୁବିଧା କରାଯାଇଥିଲା?
କୋଭିଡ୍‌ ମହାମାରୀ ବୈଶ୍ୱିକ ସ୍ତରରେ ଏକ ଅପ୍ରତ୍ୟାଶିତ ଆହ୍ବାନ ସୃଷ୍ଟି କରିଥିଲା। ଏହା ଶିକ୍ଷା ସମେତ ଅନେକ କ୍ଷେତ୍ରକୁ ପ୍ରଭାବିତ କରିଥିଲା। ମହାମାରୀ ସ୍ଥିତି ଅଚାନକ ଭାବରେ ଡିଜିଟାଲ୍‌ ମୋଡ୍‌ର ବ୍ୟବହାର ପାଇଁ ଆହ୍ବାନ ଦେଇଥିଲା। ଏଭଳି ସମୟରେ ପିଲାଙ୍କୁ ଭର୍ଚୁଆଲ୍‌ ମୋଡ୍‌ ଶିକ୍ଷାରେ ନିୟୋଜିତ କରି ପାଠ ସହ ଯୋଡ଼ିରଖିବା ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକ ଡିଜିଟାଲ୍‌ ମୋଡ୍‌କୁ ଆପଣାଇଥିଲେ। ଡିପିଏସ୍‌ କଳିଙ୍ଗ ମଧ୍ୟ ଏହି ଶିକ୍ଷା ପଦ୍ଧତିକୁ ଗ୍ରହଣ କରିଥିଲା। ଖୁବ୍‌ କମ୍‌ ସମୟ ମଧ୍ୟରେ ଆମେ ଭର୍ଚୁଆଲ୍‌ ଶିକ୍ଷା ବ୍ୟବସ୍ଥାକୁ ଡିକୋଡ୍‌ କରିବା ସହିତ ଏହି ପଦ୍ଧତିରେ ପିଲାମାନେ ଯେଭଳି ଭଲ ଭାବରେ ପାଠ ବୁଝିପାରିବେ ସେ ଦିଗରେ ପ୍ରୟାସ କରିଥିଲୁ। ଆମେ ନିଜ ଶିକ୍ଷା ବ୍ୟବସ୍ଥାରେ ପାଠ୍ୟପୁସ୍ତକ ସ୍ଥାନରେ ଅନ୍‌ଲାଇନ୍‌ ଉତ୍ସଗୁଡ଼ିକର ବ୍ୟବହାର କରି ପିଲାଙ୍କୁ ବିଭିନ୍ନ ଭର୍ଚୁଆଲ୍‌ ଆକ୍ଟିଭିଟିରେ ନିୟୋଜିତ କରିଥିଲୁ। ଏପରି କି ଲ୍ୟାବ୍‌ ଆକ୍ଚିଭିଟି ମଧ୍ୟ ଅନ୍‌ଲାଇନ୍‌ ଜରିଆରେ କରାଯାଇଥିଲା। ଆମେ ‘ମଲ୍ଚିପଲ୍‌ ଷ୍ଟୁଡେଣ୍ଟ ଆସେସ୍‌ମେଣ୍ଟ ଟେକ୍ନିକ୍‌’ ବ୍ୟବହାର କରିଥିଲୁ। ଭର୍ଚୁଆଲ୍‌ ଶିକ୍ଷାଦାନ ସମେତ ପିଲାଙ୍କ ଏକାଡେମିକ୍‌, ଲିଟେରାରି ଏବଂ ସାଂସ୍କୃତିକ ଦକ୍ଷତା ବୃଦ୍ଧି ପାଇଁ ଗ୍ରୁପ୍‌ ପ୍ରେଜେଣ୍ଟେଶନ୍‌ ମଧ୍ୟ ଆୟୋଜିତ ହୋଇଥିଲା।
ଅନ୍‌ଲାଇନ୍‌ ଶିକ୍ଷା ବ୍ୟବସ୍ଥାରେ ମୁଖ୍ୟ ଅସୁବିଧା କ’ଣ?
ଆରିଷ୍ଟୋଟଲଙ୍କ ମତରେ ‘ମଣିଷ ଏକ ସାମାଜିକ ପ୍ରାଣୀ’। ତେଣୁ ସାମାଜିକ କାର୍ଯ୍ୟରେ ସହଭାଗୀ ହେବା ତା’ର ଏକ ସାମାଜିକ ପ୍ରବୃତ୍ତି। ତେବେ ଏକ ରିୟଲ ଓ୍ବାଲର୍‌ଡରୁ ଭର୍ଚୁଆଲ୍‌ ଓ୍ବାଲର୍‌ଡକୁ ଗତି କରିବାରେ ନିଶ୍ଚିତ ଭାବେ ସୁବିଧା ଅସୁବିଧା ରହିଛି। ମହାମାରୀ ଯୋଗୁ ପିଲାମାନେ ନିଜ ଘରେ ଆଇସୋଲେଶନ୍‌ରେ ରହି ଭର୍ଚୁଆଲ୍‌ କ୍ଲାସ୍‌ କରୁଥିଲେ। ତେବେ ନେଟ୍‌ଓ୍ବର୍କ ସମସ୍ୟା ଏଥିରେ ବିଭ୍ରାଟ ସୃଷ୍ଟି କରୁଥିଲା। ସ୍କ୍ରିନ୍‌ ଟାଇମିଂରେ ବୃଦ୍ଧି ଏବଂ ପିଲାଙ୍କ ଦ୍ୱାରା ଡିଭାଇସ୍‌ର ଦୁରୁପଯୋଗ ଏହାର ଅନ୍ୟତମ ଅସୁବିଧା। ଅଫ୍‌ଲାଇନ୍‌ କ୍ଲାସ୍‌ରେ ଶିକ୍ଷକ ଓ ଛାତ୍ରୀଛାତ୍ର ଉତ୍ତମ ଭାବ ବିନିମୟ କରିପାରୁଥିବାବେଳେ ଭର୍ଚୁଆଲ୍‌ ମୋଡ୍‌ରେ ଏହା ସମ୍ଭବ ହୋଇପାରେନାହିଁ। ଏହାଛଡ଼ା ପିଲାମାନଙ୍କ ସାମାଜିକ ସମ୍ପର୍କ ସୃଷ୍ଟିରେ ମଧ୍ୟ ବ୍ୟାଘାତ ସୃଷ୍ଟି ହୋଇଛି।
ଓଡ଼ିଶାର ଛାତ୍ରୀଛାତ୍ରଙ୍କ ସମ୍ବନ୍ଧରେ ଆପଣ କି ମତାମତ ଦେବେ?
ଦେଶ ବିଦେଶର ପିଲାଙ୍କ ସହିତ ଓଡ଼ିଶାର ଛାତ୍ରୀଛାତ୍ର ସମାନ। ବିଶ୍ୱସ୍ତରର ଛାତ୍ରୀଛାତ୍ରଙ୍କ ଭଳି ସେମାନଙ୍କ ପାଖରେ ମଧ୍ୟ ବିଭିନ୍ନ ଦକ୍ଷତା ରହିଛି। ସୁଯୋଗ ପାଇଲେ ସେମାନେ ବହୁତ ଆଗକୁ ଯାଇପାରିବେ। ଜୀବନରେ ସଫଳ ହେବା ପାଇଁ ସେମାନଙ୍କୁ ଉତ୍ତମ ଶିକ୍ଷା ବ୍ୟବସ୍ଥା, ପର୍ଯ୍ୟାପ୍ତ ସୁଯୋଗ ଏବଂ ଶିକ୍ଷକ ତଥା ଅଭିଭାବକଙ୍କର ସହଯୋଗ ରହିବା ଆବଶ୍ୟକ। ଅନ୍ୟ ଷ୍ଟ୍ରିମ୍‌ର ପିଲାଙ୍କ ଅପେକ୍ଷା ସାଇନ୍ସ ପିଲାମାନେ ଜୀବନରେ ସଫଳ ହୁଅନ୍ତି ବୋଲି ଅନେକ ଛାତ୍ର ତଥା ଅଭିଭାବକ ଭାବୁଥିବା ଗତ ୨୦ ବର୍ଷର ଶିକ୍ଷା ଉଦ୍ୟୋଗ ଅଭିଜ୍ଞତା ମଧ୍ୟରେ ମୁଁ ଅନୁଭବ କରିଛି। ତେଣୁ ପିଲାମାନେ ନିଜ ଅନିଚ୍ଛା ସତ୍ତ୍ୱେ ବିଭିନ୍ନ କୋଚିଂ ନେବାକୁ ବାଧ୍ୟ ହୁଅନ୍ତି। ତେବେ ଆମେ ଭାବିବା ଦରକାର ଯଦି ସବୁ ଛାତ୍ରୀଛାତ୍ର ନିଜ ଦକ୍ଷତାକୁ ପରଖିବେ ନାହିଁ ତାହେଲେ ବିଶ୍ୱରେ ଶିକ୍ଷକ, ଫଟୋଗ୍ରାଫର, ଡିଜାଇନର ଏବଂ ଆର୍କିଟେକ୍ଟ ସୃଷ୍ଟି ହେବେ ନାହିଁ। ସମାଜ ଚଳାଇବାରେ ପ୍ରତ୍ୟେକ ବୃତ୍ତିର ଅବଦାନ ରହିଛି।
ଆଶାୟୀ ଛାତ୍ରୀଛାତ୍ରଙ୍କୁ କ’ଣ ପରାମର୍ଶ ଦେବେ?
ପିଲାମାନେ ଜୀବନରେ କୌଣସି ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଉପରେ ଧ୍ୟାନ ଦେଇ ନ ପାରିଲେ ଏହା ସେମାନଙ୍କୁ ଲକ୍ଷ୍ୟଚ୍ୟୁତ କରାଇଥାଏ। କେବଳ ଗ୍ରେଡ୍‌ କାର୍ଡ ମାଧ୍ୟମରେ ପିଲାଙ୍କ ଭବିଷ୍ୟତ ସ୍ଥିର ହେଉନାହିଁ, ବରଂ ସଫଳତା ପାଇଁ ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ହାସଲ କରିବାକୁ ପଡୁଛି। ତେଣୁ ନିଜ କ୍ୟାରିୟରକୁ କେବଳ ଏକ ଚାକିରି କରିବା ମାନସିକତାରେ ସୀମିତ ନ ରଖି ସେମାନେ ନିଜ ଟ୍ୟାଲେଣ୍ଟ ଏବଂ ସ୍ବପ୍ନ ପୂରଣ ଦିଗରେ ଧ୍ୟାନ ଦିଅନ୍ତୁ। ସଫଳତା ଏକ ପ୍ରକ୍ରିୟା, କେବେ ବି ଏକ ଇଭେଣ୍ଟ ନୁହେଁ ବୋଲି ପିଲାମାନେ ମନେରଖିବା ଦରକାର। ତେଣୁ ସାରା ଜୀବନ ଜ୍ଞାନ ଆହରଣ ପ୍ରବୃତ୍ତି ରଖିବା ଆବଶ୍ୟକ। ପିଲାମାନେ ପଢ଼ାରୁ ଅଭିଜ୍ଞତା ଆହରଣ କରନ୍ତୁ। ପୁସ୍ତକ ଅଧ୍ୟୟନ କରୁ ନ ଥିବା ଶିକ୍ଷାର୍ଥୀକୁ ଭବିଷ୍ୟତରେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼େ। ତେଣୁ ପିଲାମାନେ ଅଧ୍ୟୟନ ଏବଂ ଅଧ୍ୟବସାୟ ପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ।
ଶିକ୍ଷାର୍ଥୀଙ୍କୁ କିଭଳି ପ୍ରେରଣା ଦେବେ?
ଶିକ୍ଷା ହେଉଛି ପିଲାଙ୍କ ଉତ୍ତମ ଭବିଷ୍ୟତ ପାଇଁ ପାସ୍‌ପୋର୍ଟ ସଦୃଶ। ବର୍ତ୍ତମାନ ଯେଉଁମାନେ ଏ ଦିଗରେ ପରିଶ୍ରମ କରୁଛନ୍ତି, ଭବିଷ୍ୟରେ ସେମାନଙ୍କୁ ନିଶ୍ଚିତ ସୁଫଳ ମିଳିବ। ସର୍ବଦା ମନକୁ ସ୍ଥିର ରଖି କାର୍ଯ୍ୟ ଉପରେ ଧ୍ୟାନ ଦେଲେ ପିଲାଙ୍କ ବହୁମୁଖୀ ଦୃଷ୍ଟିକୋଣ ବୃଦ୍ଧିପାଏ। ନିଜର ଆଗ୍ରହ କ୍ଷେତ୍ରଗୁଡ଼ିକୁ ଚିହ୍ନଟ କରି ସେ ଦିଗରେ କାର୍ଯ୍ୟ କରିବା ଦରକାର। କ୍ୟାରିୟର ସୁଇଚ୍‌ କରିବାର ଏକ ଉତ୍ତମ ଉଦାହରଣ ହେଉଛନ୍ତି ଫାଲ୍‌ଗୁନୀ ନାୟାର। ୨୦ ବର୍ଷ ପାଇଁ ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କର ଭାବରେ କାର୍ଯ୍ୟ କରିଥିବା ନାୟାର ଆଜି ଦେଶର ଅଗ୍ରଣୀ ପ୍ରସାଧନ ସାମଗ୍ରୀ ରିଟେଲର ‘ନାଏକା’ର ସିଇଓ। ଏହାଛଡ଼ା ସୁପରଷ୍ଟାର ରଜନୀକାନ୍ତଙ୍କ ଉଦାହରଣ ନିଆଯାଉ। ସେ ଜଣେ ବସ୍‌ କଣ୍ଡକ୍ଟରରୁ ମେଗାଷ୍ଟାର ଭାବରେ ଜଣାଶୁଣା। ତେଣୁ ପିଲାମାନେ ଆମତ୍ବିଶ୍ୱାସୀ ହେବା ସହିତ ନିଜ ଆଗ୍ରହ କ୍ଷେତ୍ରଗୁଡ଼ିକ ପ୍ରତି ଧ୍ୟାନଦିଅନ୍ତୁ ଏବଂ ସେଥିରେ ସଫଳ ହେବାକୁ ପ୍ରୟାସ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri