ଦୁଇ ଦୁଇ ଥର ଓସିଏସ୍‌ରେ କୃତକାର୍ଯ୍ୟ, ବିନା କୋଚିଂରେ ସଫଳତା

ପାଟଣା,୮।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡା ବ୍ଲକ ଖୁଣ୍ଟାପଡ଼ା ପଞ୍ଚାୟତ ପିପିଳିଆ ଗ୍ରାମର ୩୯ ବର୍ଷୀୟ ଗିରିଜାନନ୍ଦନ ହିନ୍ଦୟାର ଦ୍ୱିତୀୟ ଥର ପାଇଁ ଓସିଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ସେ ର଼୍ୟାଙ୍କ ୧୦୧ରେ ଅଛନ୍ତି।
ଏଥିପୂର୍ବରୁ ଗିରିଜା ୨୦୧୫ ରେ ଓସିଏସ୍‌ରେ କୃତକାର୍ଯ୍ୟ ହୋଇଥିଲେ ହେଁ ର଼୍ୟାଙ୍କ ଭଲ ନ ଥିବାରୁ ଜଏନିଂ କରି ନ ଥିଲେ। ତାଙ୍କ ସଫଳତାର ଶ୍ରେୟ ସେ ମା’ ଶ୍ରୀମତୀ ମହାନ୍ତ, ବାପା ଅବସରପ୍ରାପ୍ତ ଶିକ୍ଷକ ଗୌରଚନ୍ଦ୍ର ମହାନ୍ତ ଓ ସ୍ତ୍ରୀ ପୂଜା ମହାନ୍ତଙ୍କ ସହ ଭାଇଙ୍କୁ ଦେଇଛନ୍ତି। ସେ କୌଣସି କୋଚିଂ ନେଇ ନାହାନ୍ତି। ଏବେ ସେ ଭାରତ ସରକାରଙ୍କ ହୋମ୍‌ ଆଫେୟାରର ଇରିଗେଶନ ଅଫିସର ଭାବେ କଲିକତାରେ ଅବସ୍ଥାପିତ ଅଛନ୍ତି। ଭଲ ଆଲଟ୍‌ମେଣ୍ଟ ମିଳିଲେ ସେ ଜଏନ୍‌ କରିବେ ବୋଲି କହିଛନ୍ତି। ଏ ନେଇ ତାଙ୍କୁ ଆଜିର ଯୁବପିଢ଼ିଙ୍କୁ କ’ଣ କହିବେ ବୋଲି ପଚାରିବାରୁ ବିନା କୋଚିଂରେ ବି ଅଧ୍ୟବସାୟ ବଳରେ ଜଣେ ସଫଳ ହୋଇପାରିବ ବୋଲି କହିଥିଲେ।