Posted inଖେଳ

‘ଦକ୍ଷତାକୁ ପରଖି ପରିଶ୍ରମ କଲେ ସଫଳତା ମିଳିଥାଏ’

ରାଉରକେଲା,୫ା୭(ଦିନେଶ ମିଶ୍ର): ”ବାପା କହୁଥିଲେ ମୁଁ କ୍ୟାଣ୍ଟିନ ଚଳାଇ ତୁମମାନଙ୍କୁ ପୋଷିବି ା ତୁ ରାଜ୍ୟ ଓ ଦେଶ ପାଇଁ ଯେଉଁ ଦିନ ଖେଳିବୁ ସେ ଦିନ ମୋ ସ୍ବପ୍ନ ପୂରଣ ହେବ। ବାପା ଦେଖିଥିବା ସ୍ବପ୍ନକୁ ମୁଁ ସାକାର କରିଛି“ ବୋଲି କହିଛନ୍ତି ହରିୟାଣା ଦଳର ଫରଓ୍ବାଡର୍ର୍ ଖେଳାଳି ସାକ୍ଷୀ ରାଣା। ସ୍ଥାନୀୟ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଚାଲିଥିବା ଜାତୀୟ ଜୁନିୟର ମହିଳା ହକି ଚାମ୍ପିୟନଶିପ୍‌ରେ ହରିୟାଣା ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି ସାକ୍ଷୀ। ମଙ୍ଗଳବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ ପଞ୍ଜାବକୁ ୪-୨ ଗୋଲରେ ହରାଇ ହରିୟାଣା ସେମିଫାଇନାଲରେ ପ୍ରବେଶ କରିଛି। ସାକ୍ଷୀ ମଧ୍ୟ ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାରେ ସକ୍ଷମ ହୋଇଛନ୍ତି। ସେ ଏପର୍ଯ୍ୟନ୍ତ ମୋଟ ୯ଟି ଗୋଲ ସ୍କୋର କରି ସର୍ବାଧିକ ଗୋଲ କରିଥିବା ଖେଳାଳିଙ୍କ ତାଲିକାରେ ପଞ୍ଚମ ସ୍ଥାନରେ ରହିଛନ୍ତି।
ହରିୟାଣାର ସୋନେପତରେ ସାକ୍ଷୀଙ୍କ ଜନ୍ମ। ତାଙ୍କ ବାପା ସତ୍‌ପାଲ ସିଂ ସୋନେପତରେ ଏକ ଛୋଟିଆ କ୍ୟାଣ୍ଟିନ କରି ସେଥିରେ ପରିବାର ଭରଣପୋଷଣ କରନ୍ତି। ମା’ ରାଜକୁମାରୀ ଜଣେ ଗୃହିଣୀ ା ସାକ୍ଷୀ ୧୧ ବର୍ଷର ହୋଇଥିବାବେଳେ ବଡ ଭାଇ ରୋହିତ ସିଂଙ୍କ ସହ ଘର ପାଖ ପଡିଆକୁ ହକି ଖେଳିବାକୁ ଯାଉଥିଲେ। ଝିଅର ହକି ଖେଳିବାର ପ୍ରବଳ ଇଚ୍ଛାକୁ ଦେଖି ବାପା ସତ୍‌ପାଲ ପ୍ରୀତମ୍‌ ସିଓ୍ବାଚ ହକି ସୋନେପତ ଏକାଡେମୀରେ ହକି ଖେଳିବାକୁ ଝିଅକୁ ଛାଡିଥିଲେ। ସେଠାରେ ସାକ୍ଷୀ କୋଚ୍‌ ପ୍ରୀତମ୍‌ ସିଓ୍ବାଚଙ୍କ ପାଖରୁ ତାଲିମ ନେଇ ହକିର ବିଭିନ୍ନ କୌଶଳ ଶିଖିଥିଲେ। ଉକ୍ତ ଏକାଡେମୀରେ ଦୀର୍ଘ ୬ ବର୍ଷ ତାଲିମ ନେବା ପରେ ହରିୟାଣା ଜିଲାସ୍ତରୀୟ ପ୍ରତିଯୋଗିତାରେ ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରି ସାକ୍ଷୀ ଚଳିତ ବର୍ଷ ରାଜ୍ୟ ଦଳରେ ଖେଳିବାକୁ ସୁଯୋଗ ପାଇଥିଲେ। କେବଳ ସେତିକି ନୁହେଁ ସୁଯୋଗର ଭରପୂର ସଦୁପଯୋଗ କରିଛନ୍ତି ସାକ୍ଷୀ। ହରିୟାଣାକୁ ସେମିଫାଇନାଲରେ ପହଞ୍ଚାଇବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଏହାକୁ ସ୍ବୀକାର କରିଛନ୍ତି ହରିୟାଣା କୋଚ୍‌ ଆଜାଦ ସିଂ ମଲିକ। ନିଜ ସମ୍ପର୍କରେ ସାକ୍ଷୀ କହିଛନ୍ତି ଯେ, ”ମୁଁ ବର୍ତ୍ତମାନ ଲିଟିଲ ଆଞ୍ଜେଲ ସୋନେପତ ଲୋକାଲ ଏକାଡେମୀ ସ୍କୁଲରେ ଯୁକ୍ତ୨ର ଛାତ୍ରୀ। ପାଠପଢ଼ା ସଙ୍ଗେ ସଙ୍ଗେ ଯଦି ଜଣେ ବିଦ୍ୟାର୍ଥୀ ନିଜ ଭିତରେ ଥିବା ଦକ୍ଷତାକୁ ପରଖି ନିଷ୍ଠାର ସହ କଠିନ ପରିଶ୍ରମ କରିବ ତେବେ ସୁନିଶ୍ଚିତ ସଫଳତା ପାଇବ। ଆମ ଦଳ ଜାତୀୟ ଜୁନିୟର ମହିଳା ହକିର ସେମିଫାଇନାଲରେ ପ୍ରବେଶ କରିଥିବାରୁ ମୁଁ ବହୁତ ଖୁସି ା ଆଗାମୀ ଦିନରେ ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରି ବିଶ୍ୱକପ ଜିତିବା ମୋର ଲକ୍ଷ୍ୟ। ଏଥିପାଇଁ ମୋର ସଂଘର୍ଷ ଜାରି ରହିବ“।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ବାହାରେ ବୁଲିବା ପଡ଼ିଲା ମହଙ୍ଗା

ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri