ସୁବର୍ଣ୍ଣପୁର ଦେଖିନାହିଁ ବିଧାୟିକା

ସୋନପୁର,୧୮।୩(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ରାଜନୀତିରେ ବହୁ ମହିଳା ସରପଞ୍ଚ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ପୌରାଧ୍ୟକ୍ଷ ଓ ଜିଲା ପରିଷଦ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ତେବେ ଏ ପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳରୁ ଜଣେ ହେଲେ ମହିଳା ବିଧାୟକ ପଦ ମଣ୍ଡନ କରିପାରି ନାହାନ୍ତି। ଜାତୀୟ ଓ ଆଞ୍ଚଳିକ ଦଳଗୁଡ଼ିକର ନାରୀ ବିକାଶ ଓ ମହିଳା ସଶକ୍ତୀକରଣ ଅଭିଯାନ ଜିଲାର ମହିଳା ନେତ୍ରୀଙ୍କ ପାଇଁ କେବଳ ସ୍ଲୋଗାନରେ ସୀମିତ ରହିଛି।
ଜିଲା ରାଜନୀତିରେ ପୁରୁଷଙ୍କ ଆଧିପତ୍ୟ ଥିବାରୁ କୌଣସି ଦଳ ଏ ପର୍ଯ୍ୟନ୍ତ ମହିଳାଙ୍କୁ ସୁଯୋଗ ଦେଇନାହାନ୍ତି। ୨୦୦୯ରେ ଭାଜପା ପ୍ରାକ୍ତନ ପୌରାଧ୍ୟକ୍ଷା ଦମୟନ୍ତୀ ବାରିକ୍‌ଙ୍କୁ ବୀରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ କରିଥିଲା। କିନ୍ତୁ ସେ ପରାଜିତ ହୋଇଥିଲେ। ବିଜେଡି ଓ କଂଗ୍ରେସ ମହିଳା ପ୍ରାର୍ଥୀଙ୍କୁ ସୁଯୋଗ ଦେଇନାହାନ୍ତି। ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ ଜିଲାରେ ସରପଞ୍ଚ, ସମିତି ସଭ୍ୟଙ୍କ ଠାରୁ ଆରମ୍ଭ କରି ଜିଲା ପରିଷଦ ସଭ୍ୟ, କାଉନସିଲର, ପଞ୍ଚାୟତ ସମିତି ଅଧ୍ୟକ୍ଷ, ପୌରାଧ୍ୟକ୍ଷ ଓ ଜିଲା ପରିଷଦ ଅଧ୍ୟକ୍ଷ ପଦରେ ମହିଳାମାନେ ରହିଛନ୍ତି। ଏହା ସହ ରାଜନୈତିକ ଦଳର ପଦାଧିକାରୀ ଭାବେ ମଧ୍ୟ ଏକାଧିକ ମହିଳା ଦାୟିତ୍ୱ ନିର୍ବାହ କରୁଛନ୍ତି। କିନ୍ତୁ ସେହି ସ୍ତରରୁ ଆଉ ମହିଳା ନେତ୍ରୀ ଆଗକୁ ଉଠି ପାରୁନାହାନ୍ତି। ଅର୍ଥାତ୍‌ ପ୍ରତିଦ୍ୱନ୍ଦିତା ପାଇଁ ସୁଯୋଗ ମିଳୁ ନ ଥିବାରୁ ନାରୀ ନେତ୍ରୀମାନେ ନୀତି ଓ ନିଷ୍ପତ୍ତି ନେବାର ବୃହତ୍‌ ମଞ୍ଚ ବିଧାନସଭାରେ ଦୃଶ୍ୟମାନ ହେଉନାହାନ୍ତି। ସୋନପୁର ଉପଖଣ୍ଡ ଜିଲା ହେବା ପୂର୍ବରୁ ବଲାଙ୍ଗୀର ଜିଲା ଅଧୀନରେ ଥିଲା। ପୂର୍ବରୁ ସୁବର୍ଣ୍ଣପୁର ଜିଲାରେ ସୋନପୁର, ବୀରମହାରାଜପୁର ଓ ବିନିକା ବିଧାନସଭା ଆସନ ଥିଲା। ୨୦୦୯ ସୀମା ପୁନନିର୍ଦ୍ଧାରଣ ପରେ ବିନିକା ଆସନ ବିଲୀନ ହୋଇ ଯାଇଥିଲା। ଏବେ ଜିଲାରେ ସୋନପୁର ଓ ବୀରମହାରାଜପୁର ୨ଟି ବିଧାନସଭା ନିର୍ବାଚନମଣ୍ଡଳୀ ରହିଛି। ଜିଲାରେ ୨ଲକ୍ଷ ୨୫ହଜାର ୮୦୯ଜଣ ମହିଳା ଓ ୨ଲକ୍ଷ ୪୨ହଜାର ୮୫୦ଜଣ ପୁରୁଷ ମତଦାତା ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

ଜନସାଧାରଣଙ୍କ ପାଇଁ ଖରାପ ଖବର: ସାବୁନ ଠାରୁ ତେଲ ପର୍ଯ୍ୟନ୍ତ ସବୁକିଛି ହେବ ମହଙ୍ଗା! ଜାଣନ୍ତୁ କେତେ ବୃଦ୍ଧି ପାଇବ…

ନୂଆଦିଲ୍ଲୀ,୩।୪: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଯୋଗୁ ଆର୍ଥିକ ଚାପ ବୃଦ୍ଧି ପାଇଛି ଏବଂ ମୁଦ୍ରାସ୍ଫୀତି ଏହାର ପ୍ରଭାବ ପକାଇବା ଆରମ୍ଭ…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri