Posted inଜାତୀୟ

ସାହାରା ମୁଖ୍ୟ ସୁବ୍ରତ ରୟଙ୍କ ଦେହାନ୍ତ, ୭୫ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ

ନୂଆଦିଲ୍ଲୀ, ୧୪।୧୧: ସାହାରା ମୁଖ୍ୟ ସୁବ୍ରତ ରୟଙ୍କ ମଙ୍ଗଳବାର ୭୫ ବର୍ଷ ବୟସରେ ଦେହାନ୍ତ ହୋଇଛି। ମୁମ୍ବାଇର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ସେ ପ୍ରାଣ ତ୍ୟାଗ କରିଛନ୍ତି। ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ତେବେ ହୃଦଘାତ କାରଣରୁ ସୁବ୍ରତଙ୍କ ଦେହାନ୍ତ ହୋଇଥିବା ସାହାରା ଗ୍ରୁପ୍ ପକ୍ଷରୁ ସୂଚନା ଦିଆଯାଇଛ।

ବୁଧବାର (ନଭେମ୍ବର ୧୫) ରେ ସୁବ୍ରତ ରୟଙ୍କ ମୃତଦେହକୁ ଲକ୍ଷ୍ନୌ, ଉତ୍ତରପ୍ରଦେଶକୁ ଅଣାଯିବ। ସମାଜବାଦୀ ପାର୍ଟି ସୋସିଆଲ ମିଡିଆ ଏକ୍ସ(ଟୁଇଟର) ରେ ଏହି ସୂଚନା ଦିଆଯାଇଛି। ଏହା ସହିତ ସାହାରା ସୁବ୍ରତ ରାୟ ଦେହାନ୍ତରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସାତ୍ଵନା ଦିଆଯାଇଛି।

ବିହାରର ଅରାରିଆରେ ଏକ ବଙ୍ଗୀୟ ହିନ୍ଦୁ ପରିବାରରେ ୧୯୪୮ ଜୁନ୍‌ ୧୦ରେ ଜନ୍ମିତ ସୁବ୍ରତ କୋଲକାତାସ୍ଥିତ ହୋଲି ଚାଇଲ୍ଡ ଉତ୍ତରପ୍ରଦେଶର ଗୋରଖପୁରସ୍ଥିତ ଗଭର୍ନମେଣ୍ଟ ଟେକ୍‌ନିକାଲ ଇନ୍‌ଷ୍ଟିଚ୍ୟୁଟ୍‌ରେ ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ। ସେହି ଗୋରଖପୁର ହିଁ ତାଙ୍କ କର୍ମକ୍ଷେତ୍ରର ଏନ୍ତୁଡିଶାଳ ପାଲଟିଥିଲା।

୧୯୭୬ରେ ସେ ଆରମ୍ଭ କରିଥିବା ସାହାରା ଫାଇନାନ୍ସ (ଚିଟ୍‌ଫଣ୍ଡ ସଂସ୍ଥା) ପରବର୍ତ୍ତୀ ସମୟରେ ଭାରତର ଏକ ଅଗ୍ରଣୀ ତଥା ଦ୍ୱିତୀୟ ସର୍ବାଧିକ ନିଯୁକ୍ତି ପ୍ରଦାନକାରୀ କମ୍ପାନୀରେ ପରିଣତ ହୋଇଥିଲା। ୧୯୯୦ ଦଶକରେ ସୁବ୍ରତ ଲକ୍ଷ୍ନୌରେ ନିଜ ଆର୍ଥତ୍କ ସାମ୍ରାଜ୍ୟର ମୂଳଦୁଆ ପକାଇଥିଲେ। ସେହିଠାରୁ ହିଁ ସାହାରା ଇଣ୍ଡିଆ ଆର୍ଥତ୍କ ସେବା, ଶିକ୍ଷା, ରିଅଲ ଇଷ୍ଟେଟ୍‌, ଗଣମାଧ୍ୟମ, ମନୋରଞ୍ଜନ, ପର୍ଯ୍ୟଟନ, ସ୍ବାସ୍ଥ୍ୟସେବା ଓ ଆତିଥେୟତା ଆଦି ବ୍ୟବସାୟିକ କ୍ଷେତ୍ରରେ ସଫଳତା ହାସଲ କରିପାରିଥିଲା। ୧୯୯୨ରେ ତାଙ୍କ ଦ୍ୱାରା ପ୍ରକାଶିତ ହିନ୍ଦୀ ଖବରକାଗଜ ରାଷ୍ଟ୍ରୀୟ ସାହାରା ଉତ୍ତର ଭାରତ ସମେତ ଦେଶର ବିଭିନ୍ନ ଭାଗରେ ବେଶ୍‌ ପାଠକୀୟ ଆଦୃତି ଲାଭ କରିଥିଲା। ୯୦ ଦଶକର ଶେଷ ଭାଗରେ ମହତ୍ତ୍ୱାକାଂକ୍ଷୀ ଆମ୍ବି ଭ୍ୟାଲି ସିଟି ପ୍ରକଳ୍ପ, ୨୦୦୦ରେ ସାହାରା ଟିଭି, ୨୦୦୩ରେ ସାହାରା ଟାଇମ୍‌, ସାହାରା ସମୟ, ସାହାରା ଆଲ୍‌ମି ନାମରେ ୩ଟି ସାପ୍ତାହିକର ପ୍ରକାଶନ ଆରମ୍ଭ ହୋଇଥିଲା। ୨୦୧୨ରେ ‘ଇଣ୍ଡିଆ ଟୁଡେ’ର ୧୦ ପ୍ରଭାବଶାଳୀ ଭାରତୀୟଙ୍କ ମଧ୍ୟରେ ସୁବ୍ରତ ରହିଥିଲେ। ୨୦୧୩ରେ ଉତ୍ତରାଖଣ୍ଡର ବନ୍ୟା ପ୍ରଭାବିତଙ୍କୁ ରିଲିଫ ସମେତ ଅନେକ ଜନକଲ୍ୟାଣକାରୀ କାର୍ଯ୍ୟରେ ସୁବ୍ରତ ନିୟୋଜିତ ରହି ପ୍ରଶଂସିତ ହୋଇଥିଲେ। ନିଜ ବଦାନ୍ୟତା ପାଇଁ ସେ ଦେଶ ବିଦେଶରେ ଅନେକ ସମ୍ମାନ ଓ ପୁରସ୍କାରର ଅଧିକାରୀ ହୋଇଥିଲେ। ଦୀର୍ଘବର୍ଷ ଧରି ସେ ଭାରତୀୟ କ୍ରିକେଟର ପ୍ରାୟୋଜକ ରହିଆସିଥିଲେ। ଅନ୍ୟ କମ୍ପାନୀଗୁଡ଼ିକର ମୁଖ୍ୟ ଭଳି ସୁବ୍ରତ ନିଜକୁ ମ୍ୟାନେଜିଂ ଡାଇରେକ୍ଟର ନ କହି ମ୍ୟାନେଜିଂ ଓ୍ବାର୍କର ଭାବେ ପରିଚିତ ହେବାକୁ ପସନ୍ଦ କରୁଥିଲେ। ସାହାରା ପରିବାର ତାଙ୍କୁ ଶ୍ରଦ୍ଧାରେ ‘ସାହାରାଶ୍ରୀ’ ସମ୍ବୋଧନ କରୁଥିଲା। ଏସବୁ ସତ୍ତ୍ୱେ ସୁବ୍ରତଙ୍କ ଜୀବନ ବିବାଦ ଘେରରେ ରହିଆସିଥିଲା। ଜମାକାରୀଙ୍କ ଅର୍ଥ ମାଚ୍ୟୁରିଟି ପରେ ମଧ୍ୟ ଫେରସ୍ତ ନ କରିବା ଭଳି ସଙ୍ଗୀନ ଅଭିଯୋଗ ତାଙ୍କ ବିରୋଧରେ ରହିଛି। ବଜାର ନିୟନ୍ତ୍ରକ ସେବି ସହ ଆଇନଗତ ବିବାଦକୁ ନେଇ ୨୦୧୪ ଫେବୃୟାରୀ ୨୬ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଗିରଫ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri