Posted inଜାତୀୟ

ସାହାରା ମୁଖ୍ୟ ସୁବ୍ରତ ରୟଙ୍କ ଦେହାନ୍ତ, ୭୫ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ

ନୂଆଦିଲ୍ଲୀ, ୧୪।୧୧: ସାହାରା ମୁଖ୍ୟ ସୁବ୍ରତ ରୟଙ୍କ ମଙ୍ଗଳବାର ୭୫ ବର୍ଷ ବୟସରେ ଦେହାନ୍ତ ହୋଇଛି। ମୁମ୍ବାଇର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ସେ ପ୍ରାଣ ତ୍ୟାଗ କରିଛନ୍ତି। ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ତେବେ ହୃଦଘାତ କାରଣରୁ ସୁବ୍ରତଙ୍କ ଦେହାନ୍ତ ହୋଇଥିବା ସାହାରା ଗ୍ରୁପ୍ ପକ୍ଷରୁ ସୂଚନା ଦିଆଯାଇଛ।

ବୁଧବାର (ନଭେମ୍ବର ୧୫) ରେ ସୁବ୍ରତ ରୟଙ୍କ ମୃତଦେହକୁ ଲକ୍ଷ୍ନୌ, ଉତ୍ତରପ୍ରଦେଶକୁ ଅଣାଯିବ। ସମାଜବାଦୀ ପାର୍ଟି ସୋସିଆଲ ମିଡିଆ ଏକ୍ସ(ଟୁଇଟର) ରେ ଏହି ସୂଚନା ଦିଆଯାଇଛି। ଏହା ସହିତ ସାହାରା ସୁବ୍ରତ ରାୟ ଦେହାନ୍ତରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସାତ୍ଵନା ଦିଆଯାଇଛି।

ବିହାରର ଅରାରିଆରେ ଏକ ବଙ୍ଗୀୟ ହିନ୍ଦୁ ପରିବାରରେ ୧୯୪୮ ଜୁନ୍‌ ୧୦ରେ ଜନ୍ମିତ ସୁବ୍ରତ କୋଲକାତାସ୍ଥିତ ହୋଲି ଚାଇଲ୍ଡ ଉତ୍ତରପ୍ରଦେଶର ଗୋରଖପୁରସ୍ଥିତ ଗଭର୍ନମେଣ୍ଟ ଟେକ୍‌ନିକାଲ ଇନ୍‌ଷ୍ଟିଚ୍ୟୁଟ୍‌ରେ ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ। ସେହି ଗୋରଖପୁର ହିଁ ତାଙ୍କ କର୍ମକ୍ଷେତ୍ରର ଏନ୍ତୁଡିଶାଳ ପାଲଟିଥିଲା।

୧୯୭୬ରେ ସେ ଆରମ୍ଭ କରିଥିବା ସାହାରା ଫାଇନାନ୍ସ (ଚିଟ୍‌ଫଣ୍ଡ ସଂସ୍ଥା) ପରବର୍ତ୍ତୀ ସମୟରେ ଭାରତର ଏକ ଅଗ୍ରଣୀ ତଥା ଦ୍ୱିତୀୟ ସର୍ବାଧିକ ନିଯୁକ୍ତି ପ୍ରଦାନକାରୀ କମ୍ପାନୀରେ ପରିଣତ ହୋଇଥିଲା। ୧୯୯୦ ଦଶକରେ ସୁବ୍ରତ ଲକ୍ଷ୍ନୌରେ ନିଜ ଆର୍ଥତ୍କ ସାମ୍ରାଜ୍ୟର ମୂଳଦୁଆ ପକାଇଥିଲେ। ସେହିଠାରୁ ହିଁ ସାହାରା ଇଣ୍ଡିଆ ଆର୍ଥତ୍କ ସେବା, ଶିକ୍ଷା, ରିଅଲ ଇଷ୍ଟେଟ୍‌, ଗଣମାଧ୍ୟମ, ମନୋରଞ୍ଜନ, ପର୍ଯ୍ୟଟନ, ସ୍ବାସ୍ଥ୍ୟସେବା ଓ ଆତିଥେୟତା ଆଦି ବ୍ୟବସାୟିକ କ୍ଷେତ୍ରରେ ସଫଳତା ହାସଲ କରିପାରିଥିଲା। ୧୯୯୨ରେ ତାଙ୍କ ଦ୍ୱାରା ପ୍ରକାଶିତ ହିନ୍ଦୀ ଖବରକାଗଜ ରାଷ୍ଟ୍ରୀୟ ସାହାରା ଉତ୍ତର ଭାରତ ସମେତ ଦେଶର ବିଭିନ୍ନ ଭାଗରେ ବେଶ୍‌ ପାଠକୀୟ ଆଦୃତି ଲାଭ କରିଥିଲା। ୯୦ ଦଶକର ଶେଷ ଭାଗରେ ମହତ୍ତ୍ୱାକାଂକ୍ଷୀ ଆମ୍ବି ଭ୍ୟାଲି ସିଟି ପ୍ରକଳ୍ପ, ୨୦୦୦ରେ ସାହାରା ଟିଭି, ୨୦୦୩ରେ ସାହାରା ଟାଇମ୍‌, ସାହାରା ସମୟ, ସାହାରା ଆଲ୍‌ମି ନାମରେ ୩ଟି ସାପ୍ତାହିକର ପ୍ରକାଶନ ଆରମ୍ଭ ହୋଇଥିଲା। ୨୦୧୨ରେ ‘ଇଣ୍ଡିଆ ଟୁଡେ’ର ୧୦ ପ୍ରଭାବଶାଳୀ ଭାରତୀୟଙ୍କ ମଧ୍ୟରେ ସୁବ୍ରତ ରହିଥିଲେ। ୨୦୧୩ରେ ଉତ୍ତରାଖଣ୍ଡର ବନ୍ୟା ପ୍ରଭାବିତଙ୍କୁ ରିଲିଫ ସମେତ ଅନେକ ଜନକଲ୍ୟାଣକାରୀ କାର୍ଯ୍ୟରେ ସୁବ୍ରତ ନିୟୋଜିତ ରହି ପ୍ରଶଂସିତ ହୋଇଥିଲେ। ନିଜ ବଦାନ୍ୟତା ପାଇଁ ସେ ଦେଶ ବିଦେଶରେ ଅନେକ ସମ୍ମାନ ଓ ପୁରସ୍କାରର ଅଧିକାରୀ ହୋଇଥିଲେ। ଦୀର୍ଘବର୍ଷ ଧରି ସେ ଭାରତୀୟ କ୍ରିକେଟର ପ୍ରାୟୋଜକ ରହିଆସିଥିଲେ। ଅନ୍ୟ କମ୍ପାନୀଗୁଡ଼ିକର ମୁଖ୍ୟ ଭଳି ସୁବ୍ରତ ନିଜକୁ ମ୍ୟାନେଜିଂ ଡାଇରେକ୍ଟର ନ କହି ମ୍ୟାନେଜିଂ ଓ୍ବାର୍କର ଭାବେ ପରିଚିତ ହେବାକୁ ପସନ୍ଦ କରୁଥିଲେ। ସାହାରା ପରିବାର ତାଙ୍କୁ ଶ୍ରଦ୍ଧାରେ ‘ସାହାରାଶ୍ରୀ’ ସମ୍ବୋଧନ କରୁଥିଲା। ଏସବୁ ସତ୍ତ୍ୱେ ସୁବ୍ରତଙ୍କ ଜୀବନ ବିବାଦ ଘେରରେ ରହିଆସିଥିଲା। ଜମାକାରୀଙ୍କ ଅର୍ଥ ମାଚ୍ୟୁରିଟି ପରେ ମଧ୍ୟ ଫେରସ୍ତ ନ କରିବା ଭଳି ସଙ୍ଗୀନ ଅଭିଯୋଗ ତାଙ୍କ ବିରୋଧରେ ରହିଛି। ବଜାର ନିୟନ୍ତ୍ରକ ସେବି ସହ ଆଇନଗତ ବିବାଦକୁ ନେଇ ୨୦୧୪ ଫେବୃୟାରୀ ୨୬ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଗିରଫ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ମୋଦିଙ୍କୁ ଫୋନ କଲେ ଟ୍ରମ୍ପ, ଯୁଦ୍ଧ ନେବ ଭୟଙ୍କର ମୋଡ!

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମ୍ପର୍କରେ ଫୋନରେ କଥା ହୋଇଛନ୍ତି। ଉଭୟ ନେତା…

ନୂଆ ଗ୍ୟାସ କନେକ୍ସନ ନେଉଥିଲେ ବଡ଼ ଘୋଷଣା, ଏପ୍ରିଲ ୩୦ ଯାଏ ମାଗଣା ମିଳିବ ଗ୍ୟାସ…

ନୂଆଦିଲ୍ଲୀ,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଯୋଗୁଁ ତରଳ ପେଟ୍ରୋଲିୟମ ଗ୍ୟାସ (LPG) ବ୍ୟବହାରକାରୀମାନେ ସମ୍ମୁଖୀନ ହେଉଥିବା ଅସୁବିଧା ମଧ୍ୟରେ, ପାଇପଲାଇନ ମାଧ୍ୟମରେ ପ୍ରାକୃତିକ ଗ୍ୟାସ ଯୋଗାଣ କରୁଥିବା…

ଚିର ନିଦ୍ରାରେ ହରିଶ ରାଣା: ୧୩ ବର୍ଷର ଯନ୍ତ୍ରଣାରୁ ମୁକ୍ତି, ସୁପ୍ରିମକୋର୍ଟଙ୍କ ଅନୁମତି ପରେ ମିଳିଲା ‘ଇଚ୍ଛାମୃତ୍ୟୁ’

ନୂଆଦିଲ୍ଲୀ,୨୪।୩: ଦୀର୍ଘ ୧୩ ବର୍ଷ ଧରି କୋମାରେ ରହି ମୃତ୍ୟୁ ସହ ସଂଗ୍ରାମ କରୁଥିବା ହରିଶ ରାଣା ଶେଷରେ ଆଖି ବୁଜିଛନ୍ତି। ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଐତିହାସିକ…

ଯୁଦ୍ଧ ଭିତରେ ୫୦ବର୍ଷର ରେକର୍ଡ ଭାଙ୍ଗିଲା ସୁନା, ଏତେ ଖସିଲା ଯେ ବିଶେଷଜ୍ଞ ହୋଇଗଲେ ତାଜୁବ!

ନୂଆଦିଲ୍ଲୀ,୨୪।୩: ବିଶ୍ୱ ବଜାରରେ ଚାଲିଥିବା ଅସ୍ଥିରତା ମଧ୍ୟରେ, ସୁନା ମୂଲ୍ୟ ନିବେଶକମାନଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଗତ 25 ଦିନ ମଧ୍ୟରେ ସୁନା ମୂଲ୍ୟରେ ହ୍ରାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri