Posted inଜାତୀୟ

ଭାଜପା ସରକାରଙ୍କୁ ଘେରିଲେ ସୁବ୍ରମଣ୍ୟମ ସ୍ବାମୀ…

ନୂଆଦିଲ୍ଲୀ, ୬।୬ : ମହାପୁରୁଷ ମହମ୍ମଦଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ନୁପୁର ଶର୍ମା ଏବଂ ନବୀନ ଜିନ୍ଦଲଙ୍କୁ ଭାଜପାରୁ ନିଲମ୍ବନ କରିବା ପ୍ରସଙ୍ଗରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ସୁବ୍ରମଣ୍ୟମ ସ୍ବାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରକୁ ଘେରିବା ଆରମ୍ଭ କରିଛନ୍ତି। ସ୍ବାମୀ ଟୁଇଟ କରି ଅଭିଯୋଗ କରିଛନ୍ତି ଯେ କାତାର ଭଳି ଛୋଟ ଦେଶ ସମ୍ମୁଖରେ କେନ୍ଦ୍ର ସରକାର ସାଷ୍ଟାଙ୍ଗ ପ୍ରଣାମ କରିବାକୁ ବାଧ୍ୟ ହୋଇଛନ୍ତି।

ଦୁଇ ଭାଜପା ନେତାଙ୍କ ନିଲମ୍ବନକୁ ନେଇ କ୍ରୋଧିତ ସୁବ୍ରମଣ୍ୟମ ଭାଜପା ସରକାରଙ୍କ ଆଠ ବର୍ଷ କାର୍ଯ୍ୟକାଳ ର ବୈଦେଶିକ ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ମୋଦି ସରକାରଙ୍କ କାର୍ଯ୍ୟକାଳ ସମୟରେ ଭାରତ ମାତାଙ୍କୁ ଲଜ୍ଜାରେ ମୁଣ୍ଡ ନୁଆଁଇବାକୁ ପଡିଛି। ଲଦାଖରେ ଚାଇନାର ସମ୍ମୁଖରେ ମୋଦି ସରକାର ନୀରବ ରହିଛନ୍ତି। ରୁଷିଆ ଆଗରେ ଆଣ୍ଠୁମାଡି ଏବଂ କ୍ୱାଡ୍‌ରେ ଆମେରିକା ନିକଟରେ ନିବେଦନ କରୁଥିବା ଦେଖିବାକୁ ମିଳିଛି। ସ୍ଥିତି ଏଭଳି ହେଲା ବର୍ତ୍ତମାନ ଭାରତ ସରକାର ଏକ ଛୋଟ ଦେଶ କାତାର ସମ୍ମୁଖରେ ପରାଜିତ ହୋଇଛନ୍ତି। ଏହା ହେଉଛି ମୋଦି ସରକାରଙ୍କ ସମୟରେ ଦେଶର ବୈଦେଶିକ ନୀତିର ଅବନତି।

କାତାରର ଚାପରେ ଭାଜପା ଏହାର ଦୁଇ ନେତାଙ୍କୁ ନିଲମ୍ବିତ କରିଛି ବୋଲି କୁହାଯାଉଛି। ନୁପୁର ଶର୍ମା ଏବଂ ନବୀନ ଜିନ୍ଦଲ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ଏହାକୁ ଭାରତର ମୁସଲମାନ ସମେତ ଅନେକ ଆରବ ଦେଶ ବିରୋଧ କରୁଛନ୍ତି। ବିବାଦୀୟ ମନ୍ତବ୍ୟ ପାଇଁ ନୁପୁର ଶର୍ମା କ୍ଷମା ପ୍ରାର୍ଥନା କରିଛନ୍ତି।

ଏନେଇ କାତାର, କୁଏତ ଏବଂ ଇରାନରେ ଅବସ୍ଥାପିତ ଥିବା ଭାରତୀୟ ରାଷ୍ଟ୍ରଦୂତମାନଙ୍କୁ ଡକାଯାଇ ବିବାଦୀୟ ମନ୍ତବ୍ୟ ଉପରେ ଗଭୀର ଅସନ୍ତୋଷ ପ୍ରକାଶ କରିବା ସହ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଭାରତ ଏହି ଦେଶମାନଙ୍କୁ କହିଛି ଯେ ଏଭଳି ମନ୍ତବ୍ୟ ସରକାରଙ୍କ ମତ ନୁହେଁ ଏବଂ ଏପରି ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ରାଷ୍ଟ୍ରଦୂତମାନେ କହିଛନ୍ତି ଯେ ଏହା ଭାରତ ସରକାରଙ୍କ ଭାବନା ନୁହେଁ। କେତେକ ଲୋକ ଏହା କହିଛନ୍ତି। ବିବିଧତା ମଧ୍ୟରେ ଏକତାର ସାଂସ୍କୃତିକ ଐତିହ୍ୟ ଆଧାରରେ ଭାରତ ସମସ୍ତ ଧର୍ମକୁ ସର୍ବୋଚ୍ଚ ସମ୍ମାନ ପ୍ରଦାନ କରେ। ଏପରି ମନ୍ତବ୍ୟ ଦେଉଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସମସ୍ତ ଧର୍ମକୁ ସମ୍ମାନ ଦେବାକୁ ଭାରତ ସରକାର ଗୁରୁତ୍ୱପ୍ରଦାନ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri