ବିନା କୋଚିଂରେ ଓଏଏସ୍‌ ପାାଇଲେ ସବ୍‌ନମଶ୍ରୀ: ଧରିତ୍ରୀକୁ ସାକ୍ଷାତକାର ଦେଇ କହିଲେ…

ଅମରପାଲି,୨୦।୧୦(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପକଣ୍ଠ ଚମ୍ପାମାଳ ଗ୍ରାମର ସବ୍‌ନମଶ୍ରୀ ମେହେର ଓଡ଼ିଶା ପ୍ରଶସନିକ ପରୀକ୍ଷା(ଓଏଏସ୍‌)ରେ  କୃତକାର୍ଯ୍ୟ ହୋଇଛନ୍ତି। ସେ ୪୪୯  ର଼୍ୟାଙ୍କରେ ରହିି ଏହି ସଫଳତା ପାଇଛନ୍ତି। ସେ ଚମ୍ପାମାଳ ଗ୍ରାମର ମା’ ନନକା ମେହେର ଓ ବାପା ପର୍ଶୁରାମ ମେହେରଙ୍କ ଝିଅ। ପର୍ଶୁରାମଙ୍କ ଦୁଇ ଝିଅ ଓ ଦୁଇ ପୁଅଙ୍କ ମଧ୍ୟରୁ ସାନ ଝିଅ ସବ୍‌ନମ। ସେ ତାଙ୍କର ଦିତୀୟ ପ୍ରଚେଷ୍ଟାରେ ଏହି ସଫଳତା ହାସଲ କରିଛନ୍ତି। ସେ ଏଥିପାଇଁ କୌଣସି କୋଚିଂ ନେଉ ନ ଥିବା ବେଳେ ନିଜେ ନିଜେ ପ୍ରସ୍ତୁତି କରୁଥିଲେ। ଏଥିପାଇଁ ସେ ଦୈନିକ ୧୨ ରୁ ୧୪ ଘଣ୍ଟା ପରିଶ୍ରମ କରୁଥିବା କହିଛନ୍ତି।
ସେ କହିଛନ୍ତି, ଲକ୍ଷ୍ୟ ହାସଲ ପାଇଁ ଧର୍ଯ୍ୟ, ଦୃଢ଼ ଆତ୍ମବିଶ୍ବାସ ଓ ମନୋବଳ, ଉତ୍ସର୍ଗୀକୃତ, ଏବଂ କଠିନ ପରିଶ୍ରମ ଆବଶ୍ୟକ। ଏହି ସଫଳତା ପାଇଁ ସେ ମା’, ବାପା, ପରିବାରର ଅନ୍ୟ ସମସ୍ତ ସଦସ୍ୟ, ଗୁରୁଜନ ଓ ସାଙ୍ଗ ସାଥିଙ୍କ ପ୍ରେରଣା  ଶ୍ରେୟ ଦେଇଛନ୍ତି। ସେ ଜଣେ ଭଲ ପ୍ରଶାସନିକ ଅଧିକାରୀ ହୋଇ ନିଃସାର୍ଥପର ଭାବେ  ଲୋକଙ୍କ ସେବା କରିବେ ବୋଲି ଧରିତ୍ରୀକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି।
ସବନମଶ୍ରୀଙ୍କ ପ୍ରାଥମିକ ଶିକ୍ଷା ବୀରମହାରାଜପୁର ଶିଶୁ ମନ୍ଦିର, ହାଇସ୍କୁଲ ଶିକ୍ଷା ସୋନପୁରସ୍ଥିତ ସାହାରା ହାଇସ୍କୁଲ, ଯୁକ୍ତ ଦୁଇ ବିଜ୍ଞାନ ଭୁବନେଶ୍ୱର କିଟ୍‌ କଲେଜରୁ ଏବଂ ଛିପିଲିମାସ୍ଥିତ ଓୟୁଏଟିରୁ ମଧ୍ୟ ଉତ୍ତିର୍ଣ୍ଣ ହୋଇଛନ୍ତି। ତାଙ୍କ ବାପା ଜଣେ ଅବସରପ୍ରାପ୍ତ କୃଷି ଅଧିକାରୀ  ହୋଇଥିବା ବେଳେ ମା’ ଜଣେ ଗୃହିଣୀ ଅଟନ୍ତି। ତାଙ୍କର ଏହି ସଫଳତାରେ ଅଞ୍ଚଳର ବିଭିନ୍ନ ମହଲରୁ ଶୁଭେଚ୍ଛାର ଶଅ ଛୁଟିଛି।

Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

ବିପଦକୁ ଡାକୁଛି ମୁକୁଳା ଟ୍ରାନ୍ସଫର୍ମର: ବାଡ଼ବନ୍ଦୀ କରିବାକୁ ଦାବି

ବୁଗୁଡ଼ା,୭ା୩ (କାଳିଚରଣ ଦାଶ): ଖୋଲାମେଲାରେ ରହିଛି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ଯାହ ବିପଦକୁ ହାତ ଠାରି ଡାକୁଛି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା ବ୍ଲକ…

ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ +୨ ଖୋଲିବାକୁ CBSEର ଅନୁମତି

କୋରାପୁଟ,୭ା୩(ଅମିତାଭ ବେହେରା): କୋରାପୁଟସ୍ଥିତ ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ ଯୁକ୍ତ୨ ଶ୍ରେଣୀ ଖୋଲିବା ପାଇଁ CBSE ପକ୍ଷରୁ ଅନୁମତି ମିଳିଛି। ସିବିଏସ୍‌ଇ ବୋର୍ଡର ନିୟମାନୁଯାୟୀ ଏହି ବିଦ୍ୟାଳୟ ସମସ୍ତ ଆବଶ୍ୟକ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri