ସୁଭଦ୍ରା ଯୋଜନା: ଆବେଦନର ତଦାରଖ କରିବେ ବରିଷ୍ଠ ଅଧିକାରୀ

ଭବାନୀପାଟଣା,୧୪ା୯ (ଉତ୍ତମ କୁମାର ଦାଶ):ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାର ସଫଳ ରୂପାୟନ ନିମନ୍ତେ କଳାହାଣ୍ଡି ଜିଲାବ୍ୟାପୀ ଆବେଦନ ପ୍ରକ୍ରିୟା ଚାଲୁରହିଛି। ଜିଲାର ୨୧ବର୍ଷରୁ ଊର୍ଦ୍ଧ୍ୱ ୬୦ବର୍ଷରୁ କମ ବୟସ୍କ ମହିଳା ଯାହାଙ୍କ ବାର୍ଷିକ ପାରିବାରିକ ଆୟ ୨ଲକ୍ଷ ୫୦ହଜାରରୁ କମ ହୋଇଥିବ ସେମାନଙ୍କୁ ଆବେଦନ କରିବା ପାଇଁ ଉତ୍ସାହିତ କରାଯାଉଛି। ଏହି ଅବସରରେ ଜିଲାପାଳ ସଚିନ ପାଓ୍ବାର ପ୍ରକାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲା ପ୍ରଶାସନ ତରଫରୁ ପ୍ରତ୍ୟେକ ଦିନ ବିଭିନ୍ନ କାର୍ଯ୍ୟପନ୍ଥା ହାତକୁ ନିଆଯାଉଛି। ଅନ୍‌ଲାଇନରେ ଆବେଦନ ପ୍ରକ୍ରିୟା ତଦାରଖ କରିବା ନିମନ୍ତେ ଜିଲାପାଳ ଜିଲାର ବରିଷ୍ଠ ଅଧିକାରୀମାନଙ୍କୁ ବିଭିନ୍ନ ବ୍ଲକର ନୋଡାଲ ଅଫିସର ଭାବେ ଦାୟିତ୍ୱ ବଣ୍ଟନ କରିଛନ୍ତି। ଅତିରକ୍ତ ଜିଲାପାଳ (ସାଧାରଣ) ତନ୍ମୟ ଦରୱାନଙ୍କୁ କେସିଙ୍ଗା ବ୍ଲକ ତଦାରଖ ଦାୟିତ୍ୱ ଦିଆଯାଇଛି। ସେହିପରି ଅତିରିକ୍ତ ଜିଲାପାଳ (ରାଜସ୍ବ) ତ୍ରିଲୋଚନ ପାତ୍ରଙ୍କୁ ଭବାନୀପାଟଣା, ଧର୍ମଗଡ଼ ଉପଜିଲାପାଳ ଧୀମାନ ଚକମାଙ୍କୁ ଧର୍ମଗଡ଼ ଓ ଗୋଲାମୁଣ୍ଡା, ଭବାନୀପାଟଣା ଉପଜିଲାପାଳ ଜୟଦେବ ଦାସଙ୍କୁ କର୍ଲାମୁଣ୍ଡା ସମେତ ଜୁନାଗଡ଼ ଓ କଲମପୁର, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲାପରିଷଦଙ୍କୁ ଥୁଆମୂଳ ରାମପୁର, ଡିପିସି ମିଶନ ଶକ୍ତିଙ୍କୁ ଲାଞ୍ଜିଗଡ଼, ଡିପିଏମ୍‌ ଓଏଲ୍‌ଏମ୍‌ଙ୍କୁ ଜୟପାଟଣା, ଡିଏସ୍‌ଡବ୍ଲ୍ୟୁଓ ଡିପିସିଙ୍କୁ କୋକସରା ବ୍ଲକ ନୋଡାଲ ଅଫିସର ଭାବେ ତଦାରଖ ଦାୟିତ୍ୱ ଦିଆଯାଇଛି। ଜିଲାର ସମସ୍ତ ୨୩୬୩ ଅଙ୍ଗନୱାଡି କେନ୍ଦ୍ରରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ଫର୍ମ ମିଳୁଥିବା ବେଳେ ମୋଟ ୧୫୬୨ ଜନସେବା କେନ୍ଦ୍ର,୧୩୯ ମୋ ସେବା କେନ୍ଦ୍ରରେ ମହିଳାମାନେ ଆବେଦନ କରୁଛନ୍ତି।
ପ୍ରକାଶ ଯେ, ଏହି ଯୋଜନାରେ ଯୋଗ୍ୟ ମହିଳାମାନଙ୍କୁ ୫ବର୍ଷରେ ୫୦ହଜାର ଟଙ୍କା ଦିଆଯିବ। ପ୍ରତ୍ୟେକ ବର୍ଷ ଦୁଇଟି କିସ୍ତିରେ ୧୦ହଜାର ଟଙ୍କା ଲେଖାଏ ଦିଆଯିବ। ଯୋଜନା ସମ୍ପର୍କରେ ଜନସଚେତନତା ପାଇଁ ୭ଗୋଟି ସଚେତନତା ରଥ ୧୩ଟି ବ୍ଲକରେ ଗତ ୭ତାରିଖରୁ ବୁଲୁଛି। ଏହା ଆସନ୍ତା ୧୬ତାରିଖ ପର୍ଯ୍ୟନ୍ତ ଚାଲିବ। ସେହିପରି ଲିଫ୍‌ଲେଟ, ବ୍ୟାନର, ୱାଲ ପେଣ୍ଟିଂ, ମାଧ୍ୟମରେ ମଧ୍ୟ ସୂଚନା ଦିଆଯାଉଛି। ଆବେଦନକାରୀଙ୍କ ଫର୍ମ ଗ୍ରହଣ କରୁଥିବା କେନ୍ଦ୍ରଗୁଡିକ ଜିଲାପାଳ ପରିଦର୍ଶନ କରି ସୁଚାରୁରୂପେ ପରିଚାଳନା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲାର ୧,୯୧,୫୨୨ରୁ ଅଧିକ ଆବେଦନ କରିଥିବା ବିଭାଗୀୟ ଅଧିକାରୀଙ୍କଠାରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri