Posted inଜାତୀୟ

ଝାଡଖଣ୍ଡରେ ବି ସୁଭଦ୍ରା ଯୋଜନା! ଯେଉଁଠି ମିଳିବ…

ରାଞ୍ଚି,୨୦।୧୦: ଓଡ଼ିଶାର ସୁଭଦ୍ରା ଯୋଜନା ପରି ଝାଡଖଣ୍ଡରେ ସମାନ ଫର୍ମୁଲା ଆପ୍ଲାଏ କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି। ଆଗକୁ ଝାଡଖଣ୍ଡ ନିର୍ବାଚନ ଥିବାରୁ ବିଭିନ୍ନ ଆର୍କଷଣୀୟ ଯୋଜନା କରି ଭୋଟବ୍ୟାଙ୍କକୁ ବଢାଇବାକୁ ଚାହୁଁଛି। ନିର୍ବାଚନବେଳେ ଯେମିତି ଭାଜପା ଓଡ଼ିଶାରେ ସୁଭଦ୍ରା ଯୋଜନାର ଘୋଷଣା କରି ମହିଳାଙ୍କ ଭୋଟକୁ ଟାଣିବାକୁ ଚେଷ୍ଟା କରୁଛି।

ଝାଡଖଣ୍ଡରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛି। ରାଜ୍ୟର ମହିଳାମାନଙ୍କୁ ପ୍ରତି ମାସରେ ୨୧୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛି ଦଳ। ସେହିପରି ମାତ୍ର ୫୦୦ ଟଙ୍କାରେ LPG ଗ୍ୟାସ ସିଲିଣ୍ଡର ପାଇପାରିବେ ମହିଳା। ଝାଡଖଣ୍ଡ ବିଧାନସଭା ନିର୍ବାଚନ ୨୦୨୪ରେ ମହିଳାଙ୍କ ପାଇଁ ‘ଗୋଗୋ ଦିଦି ଯୋଜନା’ ଘୋଷଣା କରିଛି। ଏହା ଅନୁଯାୟୀ ପ୍ରତ୍ୟେକ ମହିଳାଙ୍କୁ ମାସକୁ ୨୧୦୦ ଟଙ୍କା ସହ ୫୦୦ ଟଙ୍କାରେ ଏଲପିଜି ଗ୍ୟାସ ସିଲିଣ୍ଡର ଦିଆଯିବ। ଯୁବକମାନଙ୍କ ପାଇଁ ୫ ଲକ୍ଷ ସ୍ବୟଂ ନିଯୁକ୍ତି ଏବଂ ୨.୮୭ ଲକ୍ଷ ସରକାରୀ ପଦବୀ ପୂରଣ କରାଯିବ।

ନିର୍ବାଚନ ପରେ ଭାଜପାର ମେଣ୍ଟ ସରକାର ‘ଗୋଗୋ ଦିଦି ଯୋଜନା’ ଆରମ୍ଭ କରିବାକୁ ଘୋଷଣା କରିଛି। ଏହା ଅଧୀନରେ ପ୍ରତ୍ୟେକ ମାସର ୧୧ ତାରିଖ ଦିନ ପ୍ରତ୍ୟେକ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୧୦୦ ଟଙ୍କା ଆର୍ଥିକ ସହାୟତା ହସ୍ତାନ୍ତର କରାଯିବ। ଝାଡଖଣ୍ଡ ଭାଜପାର ନିର୍ବାଚନ ପ୍ରଭାରୀ ତଥା କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂ ଚୌହାନ ଏବଂ ବାବୁଲାଲ ମାରାଣ୍ଡି ଗତ ଶନିବାର ଦିନ ରାଞ୍ଚିରେ ‘ପଞ୍ଚ ପ୍ରଣ’ ମେନିଫେଷ୍ଟୋ ଜାରି କରିଥିଲେ। ଦଳ ଘୋଷଣା କରିଛି ଯେ ଭାଜପା ରାଜ୍ୟରେ ଲକ୍ଷ୍ମୀ ଜୋହାର ଆରମ୍ଭ କରିବ, ଯାହା ଅଧୀନରେ ସମସ୍ତଙ୍କୁ ୫୦୦ ଟଙ୍କା ଏବଂ ଗୋଟିଏ ବର୍ଷରେ ଦୁଇଟି ମାଗଣା ସିଲିଣ୍ଡର ଯୋଗାଇ ଦେବେ କେନ୍ଦ୍ର ସରକାର।

ରାଜ୍ୟରେ ଭାଜପା ନିଯୁକ୍ତି ଆରମ୍ଭ କରିବ, ଯାହା ଅଧୀନରେ ଏହା ୫ ବର୍ଷ ମଧ୍ୟରେ ଝାଡଖଣ୍ଡର ଯୁବକମାନଙ୍କ ପାଇଁ ୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ୫ ଲକ୍ଷ ସ୍ବୟଂ ନିଯୁକ୍ତ ଏବଂ ୨.୮୭ ଲକ୍ଷ ଖାଲି ସରକାରୀ ପଦବୀ ପୂରଣ ହେବ। ୨ ବର୍ଷ ପାଇଁ ପ୍ରତ୍ୟେକ ସ୍ନାତକ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ୨୦୦୦ ଟଙ୍କା ଭତ୍ତା ମିଳିବ। ଏହା ସେମାନଙ୍କୁ ଶିକ୍ଷା ଏବଂ ବୃତ୍ତି ଖର୍ଚ୍ଚ ପରି ପୁସ୍ତକ ଏବଂ କୋଚିଂ ଫି ପୂରଣ କରିବାରେ ସାହାଯ୍ୟ କରିବ।

ସେହିପରି ଘର ନିର୍ମାଣ ପାଇଁ ମାଗଣା ବାଲି ଯୋଗାଇବେ ସରକାର। ଯେଉଁଥିରେ ଗୃହ ନିର୍ମାଣ ପାଇଁ ମାଗଣା ବାଲି ଯୋଗାଇବ ଏବଂ ସମସ୍ତଙ୍କ ପାଇଁ ଗୁଣାତ୍ମକ ଗୃହ ନିର୍ମାଣ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରି ୨୧ ଲକ୍ଷ ଘର ର୍ନିମାଣକୁ ସୁନିଶ୍ଚିତ କରିବ। ଘର ତିଆରି ପାଇଁ ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କା ସହାୟତା ଦିଆଯିବ। ଏହା ସହିତ, ୨୦୨୭ ସୁଦ୍ଧା ୫୯ ଲକ୍ଷ ପରିବାରକୁ ଜଳ ଜୀବନ ମିଶନ ମାଧ୍ୟମରେ ଟ୍ୟାପ ପାଣି କନେକ୍ସନ ଯୋଗାଇ ଦିଆଯିବ।

ସେପଟେ ଝାଡଖଣ୍ଡର ହେମନ୍ତ ସୋରେନ ସରକାରଙ୍କ କ୍ୟାବିନେଟ ‘ମୈୟା ସମ୍ମାନ ଯୋଜନା’ର ରାଶି ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ଯଦି କ୍ଷମତାରେ ପୁଣିଥରେ ଆସିଲେ ସରକାର ଏହି ଯୋଜନାର ରାଶି ୧୦୦୦ ଟଙ୍କାକୁ ବଢ଼ାଇ ୨୫୦୦ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri