ବିପ୍ଲବରେ ପରିଣତ ହୋଇଛି ସୁଭଦ୍ରା ଯୋଜନା: ସ୍ବାସ୍ଥ୍ୟମନ୍ତ୍ରୀ

ବରଗଡ଼,୯।୩(ପ୍ରେମାନନ୍ଦ ଖମାରୀ)ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ଶନିବାର ଗଞ୍ଜାମ ଜିଲା ବ୍ରହ୍ମପୁର ସହର ଆମ୍ବପୁଆଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଦାନ କରିଛନ୍ତି। ଏଥିରେ ସେ ରାଜ୍ୟର ୧କୋଟି ୬୪ହଜାର ମହିଳାଙ୍କୁ ସୁଭଦ୍ରା ସହାୟତା ପ୍ରଦାନ କରିଛନ୍ତି। ଏହି ଅବସରରେ ବରଗଡ଼ ସହରସ୍ଥିତ ନିଶାମଣି ସ୍କୁଲ ପଡ଼ିଆରେ ଜିଲା ପ୍ରଶାସନ ପକ୍ଷରୁ ଏକ ଜିଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ମୁଖ୍ୟଅତିଥିଭାବେ ଯୋଗଦାନ କରିଥିଲେ।
ମୁଖ୍ୟଅତିଥି ମହାଲିଙ୍ଗ କହିଥିଲେ, ସୁଭଦ୍ରା ଯୋଜନା ଆଜି ଏକ ବିପ୍ଲବରେ ପରିଣତ ହୋଇଛି। ସୁଭଦ୍ରା ଯୋଜନା କେବଳ ବର୍ଷକୁ ୨ଥର ସହାୟତା ବାଣ୍ଟିବା କାର୍ଯ୍ୟକ୍ରମ ନୁହେଁ। କିଶୋରୀମାନଙ୍କଠାରୁ ଆରମ୍ଭ କରି ଭିନ୍ନ ଭିନ୍ନ ବୟସର ମହିଳାମାନେ ସଶକ୍ତ ଏବଂ ସମୃଦ୍ଧ ହୋଇପାରିବାର ବ୍ୟବସ୍ଥା କରାଯାଉଛି। ଏହା ରାଜ୍ୟର ପ୍ରତ୍ୟେକ ସୁଭଦ୍ରାଙ୍କ ମନରେ ଏକ ନୂତନ ଆଶା ଏବଂ ବିଶ୍ୱାସ ସଞ୍ଚାର କରିପାରିଛି ଏବଂ ସୁଭଦ୍ରା ସହାୟତା ଆଜି ୧କୋଟିରୁ ଊର୍ଦ୍ଧ୍ୱ ମହିଳାଙ୍କ ପାଖରେ ପହଞ୍ଚିଛି ବୋଲି ମହାଲିଙ୍ଗ କହିଥିଲେ।

ବରଗଡ଼ ଲୋକ ସଭା ସଦସ୍ୟ ପ୍ରଦୀପ ପୁରୋହିତ, ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଅତାବିରା ବିଧାୟକ ନୀହାର ରଞ୍ଜନ ମହାନନ୍ଦ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଗତ ୯ମାସ ମଧ୍ୟରେ ରାଜ୍ୟ ସରକାରଙ୍କ ଦ୍ୱାରା ବରଗଡ଼ ଜିଲାରେ ହୋଇଥିବା ଉନ୍ନୟନମୂଳକ କାର୍ଯ୍ୟ ଉପରେ ସୂଚନା ଦେଇଥିଲେ। ପ୍ରକାଶଥାଉ କି, ଶନିବାର ବରଗଡ଼ ଜିଲାର ମୋଟ୍‌ ୩ଲକ୍ଷ ୯୬ହଜାର ୩୧୭ଜଣ ଆବେଦନକାରୀଙ୍କ ମଧ୍ୟରୁ ୩ଲକ୍ଷ ୫୮ହଜାର ୪୨ଜଣଙ୍କ ପାଖକୁ ଦ୍ୱିତୀୟ କିସ୍ତି ଟଙ୍କା ତାଙ୍କ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ପହଞ୍ଚିଛି।

ଏହି ଅବସରରେ ଅନୁଷ୍ଠିତ ସମସ୍ତେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ସିଧାପ୍ରସାରଣକୁ ଦେଖିଥିଲେ। ସେହିପରି ଜିଲା ମହିଳା ଓ ଶିଶୁ ବିକାଶ ବିଭାଗରେ କାର୍ଯ୍ୟରତ ନିଷ୍ଠାପର କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ସିଡିପିଓଭାବେ ପାଇକମାଲରୁ ବାସନ୍ତୀ ପୁର୍ଟି, ଶ୍ରେଷ୍ଠ ସୁପରଭାଇଜର ଭାବେ ପାଇକମାଲରୁ ଗାୟତ୍ରୀ ଷଡ଼ଙ୍ଗୀ, ଅତାବିରାରୁ ଅନୁପମା ହେସ, ଶ୍ରେଷ୍ଠ ଅଙ୍ଗନୱାଡି କର୍ମୀଭାବେ ବରଗଡ଼ ସଦର ମହକୁମାର ଜ୍ୟୋତ୍ସ୍ନାରାଣୀ ପ୍ରଧାନ, ଗାଇସିଲେଟର ରୀନାରାଣୀ ପ୍ରଧାନ, ବରପାଲିର ଦିପାଞ୍ଜଳି ପ୍ରଧାନ, ଅମ୍ବାଭୋନାର କଲ୍ୟାଣୀ ସାହୁ, ଶ୍ରେଷ୍ଠ ହେଲପରଭାବେ ଝାରବନ୍ଧର ଚନ୍ଦ୍ରତୋଳା ନାୟକ, ଭେଡ଼େନର କମଳିନୀ ବେହେରା, ସୁବର୍ଣ୍ଟ ସେଠଙ୍କୁ ସମ୍ମାନିତ କରାଯାଇଥିଲା। ଶିଶୁ ବିବାହ ରୋକିବା ନିମନ୍ତେ ଲୋକଙ୍କୁ ସଚେତନ କରୁଥିବା ଝାରବନ୍ଧ ବ୍ଲକର ରାଖୀ ମେହେରଙ୍କୁ ସମ୍ମାନିତ କରାଯାଇଥିଲା।

ସେହିପରି ସୁଭଦ୍ରା ପ୍ରଥମ କିସ୍ତିର ବିନିଯୋଗ କରି ସଫଳ ହୋଇଥିବା ସୀମା ନାଗ, ସୁରେଶ୍ୱରୀ ନାଗ, ସୁମତି ଜାଲ ଏବଂ ଆଲ୍ଲାଦିନୀ ବାଗଙ୍କୁ ସୁଭଦ୍ରା ସିମ୍ବଲିକ୍‌ ଚେକ୍‌ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଜିଲାପାଳ ଆଦିତ୍ୟ ଗୋୟଲ ସ୍ବାଗତ ଭାଷଣ ଦେଇଥିଲେ। ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ, ଡିଏସ୍‌ଡବ୍ଲୁଓ ସନ୍ଧ୍ୟାରାଣୀ ନେପାକ ମଞ୍ଚାସୀନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

ଭୟାବହ ଅଗ୍ନିକାଣ୍ଡ: ପିଚୁ କାରଖାନାରେ ଲାଗିଲା ନିଆଁ

ସମ୍ବଲପୁର,୧୯।୩(ପ୍ରମୋଦ ବହିଦାର): ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ…

HDFC ଓ PNB ବ୍ୟାଙ୍କର ୟୁଜର୍ସଙ୍କ ପାଇଁ ବଡ଼ ଖବର, ଏପ୍ରିଲ ୧ରୁ ବଦଳିଯିବ…

ନୂଆଦିଲ୍ଲୀ,୧୯।୩: ମାର୍ଚ୍ଚ ମାସର ଅଧାରୁ ଅଧିକ ସମୟ ବିତିଗଲାଣି, ଏବଂ ଆଉ କିଛି ଦିନ ପରେ ଏପ୍ରିଲ ମାସ ଆରମ୍ଭ ହେବାକୁ ଯାଉଛି। ୧ ଏପ୍ରିଲରୁ, ଦେଶର…

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୮।୩: ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ ଆମ୍ବାସଡର କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜନଗଣନା…

୪ ଦିନରେ ୨ ଲକ୍ଷରୁ ଉର୍ଦ୍ଧ୍ୱ କଇଁଛଙ୍କ ଅଣ୍ଡାଦାନ: ସୁରକ୍ଷା ବ୍ୟବସ୍ଥା କଡାକଡି

ଗଞ୍ଜାମ,୧୯।୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଋଷିକୁଲ୍ୟା ମୁହାଁଣ ବେଳାଭୂମିର ବିସ୍ତିର୍ଣ୍ଣ ବାଲୁକା ଶଯ୍ୟାରେ ଚତୁର୍ଥ ରାତ୍ର ସୁଦ୍ଧା ୨ ଲକ୍ଷରୁ ଉର୍ଦ୍ଧ୍ୱ ସାମୁଦ୍ରିକ…

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

ଘନେଇଲା ୩ୟ ବିଶ୍ୱଯୁଦ୍ଧର ଭୟ: ଯୁଦ୍ଧକୁ ଡେଇଁବେ ଭାରତ-ପାକିସ୍ତାନ?

ନୂଆଦିଲ୍ଲୀ,୧୯।୩: “ତୃତୀୟ ବିଶ୍ୱ” ବା ଥାର୍ଡ ଓ଼୍ବାଲର୍‌ଡ ଏହା ପ୍ରାୟତଃ ପଛୁଆତା କିମ୍ୱା ଦାରିଦ୍ର୍ୟ ସହିତ ଜଡିତ ଏକ ଶବ୍ଦ; ତଥାପି, ଆପଣ କ’ଣ ଜାଣନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri