ସୁଭଦ୍ରା ଯୋଜନାକୁ ବର୍ଷେ ପୁରିଲା: କେକ୍‌ କାଟି ନାଚିଲେ, ଗାଇଲେ ଦାରିଙ୍ଗବାଡି ହିତାଧିକାରୀ

ଦାରିଙ୍ଗବାଡି, ୧୭।୯(ଅରୁଣ ସାହୁ):  ଭାଜପା ରାଜ୍ୟରେ ପ୍ରଥମଥର ପାଇଁ ଏକାକୀ ସରକାର ଗଠନ କରିବା ପରେ ଲୋକଙ୍କୁ ପ୍ରତିଶୃତି ଦେଇଥିବା ସୁଭଦ୍ରା ଯୋଜନାର ଆଜିର ଦିନରେ ପ୍ରଥମଥର ପାଇଁ ରାଜ୍ୟସରକାର ଙ୍କ ପକ୍ଷରୁ କାର୍ଯ୍ୟକାରୀ ହୋଇଥିଲା ଆଜି ତାହା ଏକ ବର୍ଷରେ ପଦାର୍ପଣ କରିଛି। ଭାଜପା ସରକାରଙ୍କ ବହୁ ଚର୍ଚ୍ଚିତ ସୁଭଦ୍ରା ଯୋଜନାରେ ବହୁ ମହିଳାଙ୍କୁ ସହାୟତା ରାଶି ପ୍ରଦାନ ପରେ ବିଭିନ୍ନ ବ୍ୟବସାୟୀ କରି ସ୍ୱାବଲମ୍ବୀ ହୋଇଥିବା ବେଳେ ଏକାଧିକ ମହିଳା ଏହି ସହାୟତା ରାଶି ପାଇବା ପରେ ଲକ୍ଷ୍ୟପତି ଦିଦି ଭାବେ ନାମ ଘୋଷଣା କରାଯାଇଥିଲା। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ସମ୍ମନ୍ୱିତ ଶିଶୁ ଓ ମହିଳା ବିକାଶ କାର୍ଯ୍ୟାଳୟ ପରିସର ମଧ୍ୟରେ ସିଡିପିଓ ସଂନ୍ଧ୍ୟାରାଣୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ଉତ୍ସବ ପାଳିତ ହୋଇଥିଲା। ଏଥିରେ ସୁଭଦ୍ରା ଯୋଜନାର ଉପଭୋକ୍ତାଙ୍କ ସମେତ ଅଙ୍ଗନାୱାଡି କର୍ମୀ, ସୁପରଭାଇଜର ଓ କାର୍ଯ୍ୟଳୟର କର୍ମଚାରୀ ସାମିଲ ହୋଇ ଏହାର ଏକ ବର୍ଷ ପୂର୍ତ୍ତି ଦିବସ ବା ସୁଭଦ୍ରା ଦିବସ ପାଳନ କରିଛନ୍ତି। ଏହି ଅବସରରେ ଉପଭୋକ୍ତାମାନଙ୍କୁ ସିଡିପିଓ ବିଭିନ୍ନ ପରାମର୍ଶ ଦେଇ ସରକାରଙ୍କ ସୁଭଦ୍ରା ଯୋଜନାର ଫାଇଦା ସମ୍ପର୍କରେ କହିଥିଲେ ସେହିପରି ଉପଭୋକ୍ତାମାନେ ମଧ୍ୟ ଏହି ଯୋଜନା ରେ କିଭଳି ଫାଇଦା ପାଇଛନ୍ତି ଓ ନିଜେ ପରିବାର ଚଳାଇବାରେ ସକ୍ଷମ ହୋଇଛନ୍ତି ସେ ନେଇ ନିଜ ଅନୁଭୂତି କଥା ବଖାଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩୩ ମାସ ପରେ ମା’କୁ ଫେରି ପାଇଲା ପୁଅ

ଝାରସୁଗୁଡ଼ା,୨୦।୧(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ମାର୍ଗଦର୍ଶନରେ ପରିଚାଳିତ ‘ସ୍ନେହ ସେତୁ’ ପଦକ୍ଷେପ ମାଧ୍ୟମରେ ସୋମବାର ପୁଣି ଏକ ବିଚ୍ଛିନ୍ନ ପରିବାର...

ନବବିବାହିତାଙ୍କୁ ନିର୍ଯାତନା, ଦିବ୍ୟାଙ୍ଗ ବାପାଙ୍କୁ ମାଡ଼

ବଳଙ୍ଗା,୨୦ା୧(କେଦାରେଶ୍ୱର ନନ୍ଦ): ଅଧିକ ଯୌତୁକ ଦାବିରେ ବଳଙ୍ଗା ଥାନା ଅଧୀନ ସମେଇପୁର ଗ୍ରାମରେ ଜଣେ ନବବିବାହିତାଙ୍କୁ ନିର୍ଯାତନା ଦିଆଯିବା ସହ ତାଙ୍କ ଦିବ୍ୟାଙ୍ଗ ବାପାକୁ ମାଡ଼...

ପ୍ରତିଶ୍ରୁତିରୁ ଓହରିଲା କମ୍ପାନୀ, ଗ୍ରାମବାସୀଙ୍କ ହୋହଲ୍ଲା, ଲୋକଙ୍କୁ ବୁଝାଇ ବିଡିଓ କହିଲେ…

କେନ୍ଦୁଝର,୨୦।୧ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ବ୍ଲକ କୋଦଗାଡିଆଠାରେ ଥିବା ବସୁଧା ଯୋଜନାର ପ୍ରକଳ୍ପ ନିର୍ମାଣ ସମୟରେ ଅନୁଷ୍ଠିତ ପଲ୍ଲୀସଭାରେ ଦେଇଥିବା ପ୍ରତିଶ୍ରୁତିରୁ କମ୍ପାନୀ ଓହରିଯିବାରୁ...

ପୂଜାର୍ଚ୍ଚନା ପରେ ନୟାଗଡ଼ରୁ ପୁରୀ ଅଭିମୁଖେ ଗଲା ରଥକାଠ

ନୟାଗଡ଼,୨୦।୧(ଲୋକନାଥ ମିଶ୍ର): ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ  ନୟାଗଡ଼ ଜିଲା ଦଶପଲ୍ଲା ଅଞ୍ଚଳରୁ ମଙ୍ଗଳାର ୩ଟି ଟ୍ରକ୍‌ରେ ଅସନ ୪୦,  ଧଉରା ୪୩ ଓ ମତରେ...

ଫାଣ୍ଡି ସାମ୍ନାରେ ବସ୍‌କୁ ଧକ୍କା ଦେଲା ଟ୍ରଲର, ଯୋଡାରୁ ଟାଟାକୁ ଯାଉଥିବାବେଳେ…

କେନ୍ଦୁଝର,୨୦।୧ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଚମ୍ପୁଆ ସୀମାନ୍ତ ଝାଡ଼ଖଣ୍ଡର ଜଗନ୍ନାଥପୁର ଥାନା ଅଧିନସ୍ଥ ଜୟନ୍ତୀଗଡ଼ ଫାଣ୍ଡି ସାମ୍ନାରେ ମଙ୍ଗଳବାର କାରଓ୍ବା ନାମକ ଯାତ୍ରୀବାହୀ...

ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଗ୍ରାମସଭା: ଏହି ସବୁ ଦାବି କଲେ ଜମି ହରାଉଥିବା ଲୋକେ, ଏକକାଳୀନ ୫ କୋଟି ଟଙ୍କା ସହ…

ପାଟଣା ,୨୦।୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳରେ ପ୍ରସ୍ତାବିତ ଜେଏସଡବ୍ଲୁ ଓ ପସ୍କୋ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବାରଡାଙ୍ଗୁଆ ଗ୍ରାମରେ...

ଚାଷଜମିରୁ ବୋମା ଜବତ; ଆତଙ୍କିତ ଗ୍ରାମବାସୀ, ପୋଲିସର ତଦନ୍ତ…   

ଦିଗପହଣ୍ଡି,୨୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବୋମକେଇ ପଞ୍ଚାୟତ କୁମରଡ଼ା ଗ୍ରାମ ବଡ଼ବନ୍ଧ ପୋଖରୀ ନିକଟ ଚାଷଜମିରେ ବୋମା ଆତଙ୍କ । ରଘୁ...

ନୂଆଦିଲ୍ଲୀରେ ଦୁଲୁକିବ କଳାହାଣ୍ଡିର ଘୁମୁରା, ବଜାଶାଲ: ଜଲଓ୍ବା ଦେଖାଇବେ ପ୍ରତିଭା ଅନୁଷ୍ଠାନର କଳାକାର

ଭବାନୀପାଟଣା,୨୦ା୧(ଉତ୍ତମ କୁମାର ଦାଶ):ବନ୍ଦେ ମାତରମ୍‌ ଗୀତର ୧୫୦ ବର୍ଷ ପୂର୍ତ୍ତି ସମାରୋହ ଉପଲକ୍ଷେ ନୂଆଦିଲ୍ଲୀ ରାଜପଥରେ ଆସନ୍ତା ୨୬ ତାରିଖ ସାଧାରଣତନ୍ତ୍ର ଦିବସରେ କଳାହାଣ୍ଡିର ଘୁମୁରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri