subhadra yojana: ପ୍ରଥମ ଆବେଦନରେ କଟିଗଲେ ଦ୍ୱିତୀୟ ଥର କରିପାରିବେ କି ଆପ୍ଲାଏ? ଜାଣି ନିଅନ୍ତୁ…

ଭୁବନେଶ୍ୱର,୧୪।୯: ସୁଭଦ୍ରା ଯୋଜନାକୁ ନେଇ ନୂଆ ଅପଡେଟ ସାମ୍ନାକୁ ଆସୁଛି । ବର୍ତ୍ତମାନର ସବୁଠୁ ବଡ଼ ଅପଡେଟ ହେଉଛି, ୧୭ ତାରିଖରେ ଆକାଉଣ୍ଟକୁ ଯିବ ପ୍ରଥମ କିସ୍ତି ଟଙ୍କା । ସେପ୍ଟେମ୍ବର ୧୫ ଭିତରେ ଆବେଦନ କରିଥିବା ମହିଳାଙ୍କୁ ମିଳିବ ଟଙ୍କା। ପ୍ରଶ୍ନ ଉଠୁଛି ୧୭ ପରେ ଆବେଦନ କଲେ ସୁଭଦ୍ରା ଟଙ୍କା ମିଳିବ କି ନାହିଁ। ୧୭ ପରେ ଆବେଦନ କରିଥିବା ମହିଳାମାନଙ୍କ ଆକାଉଣ୍ଟକୁ ବି ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଆସିବ । ସୁଭଦ୍ରା ଯୋଜନାର ସ୍ପଷ୍ଟ ଗାଇଡଲାଇନ ଅଫିସିଆଲ ୱେବସାଇଟରେ ପ୍ରକାଶ ପାଇଛି ।

ଏସଓପି ଜାରି ହେବା ପରଠୁ ସୁଭଦ୍ରା ଯୋଜନାକୁ ନେଇ ମହିଳାମାନଙ୍କ ମଧ୍ୟରେ ଉତ୍ସାହ ଲାଗି ରହିଛି । ରାତି ଦିନ ଲାଗି ପଡ଼ି ଆପ୍ଲାଏ କରିବା ପାଇଁ ମହିଳାମାନେ ଆଗ୍ରହ ଦେଖାଉଛନ୍ତି । ଓଡିଶାରେ ରହୁଥିବା ମହିଳାମାନେ ଜନ ସେବା କେନ୍ଦ୍ର, ବ୍ଲକ, ଅଙ୍ଗନବାଡ଼ି ଆଗରେ ଭିଡ ଜମାଇଛନ୍ତି । କିନ୍ତୁ ବର୍ତ୍ତମାନ ସବୁଠୁ ବଡ଼ କଥା ହେଉଛି, ଯଦି ଆବେଦନକାରୀ ପ୍ରଥମ ଆବେଦନରେ ସୁଭଦ୍ରା ଟଙ୍କା ନ ମିଳେ ତେବେ ସେ କ’ଣ ଦ୍ୱିତୀୟ ଥର ଆବେଦନ କରିପାରିବେ।

କିଛି ଦିନ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା “ସୁଭଦ୍ରା” ଯୋଜନାର ୱେବ ପୋର୍ଟାଲକୁ ଶୁଭାରମ୍ଭ କରିଛନ୍ତି। ଏହି ପୋର୍ଟାଲଟି ହେଉଛି www.subhadra.odisha.gov.in। ଏହି ପୋର୍ଟାଲ ଛଡା ଆଉ କୌଣସି fake ୱେବସାଇଟ ଦ୍ବାରା ଭ୍ରମିତ ହୁଅନ୍ତୁ ନାହିଁ । ସୁଭଦ୍ରା ଯୋଜନା ସମ୍ବନ୍ଧରେ ଜାଣିବା ପାଇଁ ଏହି ୱେବ ପୋର୍ଟାଲରେ ସମସ୍ତ ପ୍ରକାର ସୂଚନା ପ୍ରଦାନ କରାଯାଇଛି । ଏହା ଦ୍ବାରା ଆପଣମାନେ ସହଜରେ, ସୁବିଧାରେ, ସବୁଠାରେ ସୁଭଦ୍ରା ବିଷୟରେ ପଢିପାରିବେ ଓ ବୁଝିପାରିବେ । ଏହା ଉଭୟ ଓଡିଆ ଓ ଇଂରାଜୀ ଭାଷାରେ ପ୍ରଦତ୍ତ ଅଛି। ହିତାଧିକାରୀଙ୍କ ଯୋଗ୍ୟତା, ସେମାନଙ୍କ ଅଧିକାର, ହାୟିତ୍ୱ ସହ ବାରମ୍ବାର ପଚରାଯାଉଥିବା ପ୍ରଶ୍ନ ଓ ଏହାର ଉତ୍ତର ଏହି ୱେବ ପୋର୍ଟାଲରେ ଉପଲବ୍ଧ ଅଛି। ସୁଭଦ୍ରା ସମ୍ବନ୍ଧୀୟ ଆପଣମାନଙ୍କ ମନରେ ଆସୁଥିବା ଯେକୌଣସି ପ୍ରଶ୍ନର ଉତ୍ତର ଆପଣ ଏହି ୱେବ ପୋର୍ଟାଲରେ ପାଇପାରିବେ । ସୁଭଦ୍ରା ଯୋଜନା ସମ୍ବନ୍ଧୀୟ କୌଣସି ନୂଆ ଘୋଷଣା ଆପଣ ଏହି ୱେବ ପୋର୍ଟାଲରେ ପାଇପାରିବେ ।

ତେବେ ଯଦି ଆପଣଙ୍କ ପ୍ରଥମ ଆବେଦନରେ ଟଙ୍କା ମିଳୁନାହିଁ କିମ୍ବା ଆପଣ ଅଯୋଗ୍ୟ ସାବ୍ୟସ୍ତ ହେଛନ୍ତି ତେବେ ପରବର୍ତ୍ତୀ ସମୟରେ ଆବେଦନ କରିପାରିବେ। ଏବଂ ଯଦି ପରବର୍ତ୍ତୀ ସମୟରେ ଆପଣ ଯୋଗ୍ୟ ବିବେଚିତ ହୁଅନ୍ତି ତେବେ ଆବେଦନ ତାରିଖ ନିର୍ବିଶେଷରେ ସେ ସେହି ବର୍ଷର କିସ୍ତି ଗ୍ରହଣ କରିବେ

ଆଉ କିଛି ଜାଣିବାକୁ ହେଲା ଆପଣ ଟୋଲ ଫ୍ରି ନମ୍ବର -୧୪୬୭୮ ରେ କଲ୍‌ କରିବେ । ଏହି ଟୋଲ ଫ୍ରି ନମ୍ବର ସକାଳ ୬ରୁ ରାତି ୧୦ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ। ଏହି ଫର୍ମ ସମ୍ପୂର୍ଣ ମାଗଣାରେ ଉପଲବ୍ଧ ହେଉଛି । ପୂରଣ ହୋଇଥିବା ଫର୍ମ ସହିତ ଅବେଦନକାରୀଙ୍କୁ କେବଳ ଆଧାର କାର୍ଡର ନକଲ ଦାଖଲ କରିବାକୁ ହେବ। ମୋ ସେବା କେନ୍ଦ୍ର, ଜନ ସେବା କେନ୍ଦ୍ର ଓ ଜିଲାପାଳଙ୍କ ନିର୍ଦ୍ଦେଶାନୁସାର ନିରୂପଣ କରାଯାଇଥିବା ର୍ନିଦ୍ଦିଷ୍ଟ ସ୍ଥାନ ଓ କାର୍ଯ୍ୟଳୟରେ ୪ ସେପ୍ଟେମ୍ବର ଅପରାହ୍ନରୁ ଫର୍ମ ଦାଖଲ ଆରମ୍ଭ ହୋଇଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri