ଭୁବନେଶ୍ୱର,୮।୮: ଆସନ୍ତାକାଲି ମିଳିବ ସୁଭଦ୍ରା ଟଙ୍କା। ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଟଙ୍କା। ଅଗଷ୍ଟ ୯ ତାରିଖରେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରାର ତୃତୀୟ କିସ୍ତି ଟଙ୍କା ପ୍ରଦାନ କରାଯିବ। ତୃତୀୟ କିସ୍ତି ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଜମା ହେବ। ଏହା ପୂର୍ବରୁ ଏହି ଯୋଜନାରେ ଉପୁଜିଥିବା ସମସ୍ୟାର ସମୀକ୍ଷା କରିବାକୁ କୋଟିଆ ଗସ୍ତ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ଆମେ କୋଟିଆରେ ଘରେ ଘରେ ସୁଭଦ୍ରା ଦେବା ପାଇଁ ଘୋଷଣା କରିଥିଲୁ। ତାର ସମୀକ୍ଷା ହୋଇଛି। ସେ ପାଖାପାଖି ଥିବା ସବୁ ଅଙ୍ଗନୱାଡ଼ି କେନ୍ଦ୍ରରେ ଦିଦିମାନଙ୍କ ସହ ଆଲୋଚନା କରିଛନ୍ତି। ଯେଉଁମାନଙ୍କ ଘରେ ସୁଭଦ୍ରା ପହଞ୍ଚିବାରେ ଅସୁବିଧା ହୋଇଛି, ସେ ସବୁ ସମସ୍ୟା ଦୂର କରାଯିବ।
ତେବେ ଯେଉଁ ହିତାଧିକାରୀ ଭାବେ ପ୍ରଥମ ଦୁଇଟି କିସ୍ତିରେ ଟଙ୍କା ପାଇନାହାଁନ୍ତି, ସେମାନଙ୍କୁ ମଧ୍ୟ ଟଙ୍କା ପ୍ରଦାନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ପ୍ରାୟ ୧ ଲକ୍ଷ ୮୮ ହଜାର ମହିଳା ଏପର୍ଯ୍ୟନ୍ତ ସୁଭଦ୍ରା ଟଙ୍କା ପାଇନାହାଁନ୍ତି । ତୃତୀୟ କିସ୍ତି ଟଙ୍କା ପ୍ରଦାନ ପରେ ଏନେଇ ସମୀକ୍ଷା ହେବ।


