ମହିଳାଙ୍କ ଖାତାକୁ ଗଲା ସୁଭଦ୍ରା ଟଙ୍କା: ଜାଣନ୍ତୁ ଘରେ ବସି କେମିତି କରିବେ ଚେକ୍‌

ଯାଜପୁର,୮।୨: ମହିଳାଙ୍କ ଖାତାକୁ ଗଲା ସୁଭଦ୍ରା ଟଙ୍କା ।ସୁଭଦ୍ରା ଯୋଜନାରେ ଶନିବାର ୧୮ ଲକ୍ଷ ମହିଳାଙ୍କୁ ଏହି ଟଙ୍କା ଦିଆଯାଇଛି। ଯାଜପୁରରେ ଆଯୋଜିତ କାର୍ଯ୍ୟକ୍ରମରେ ସୁଭଦ୍ରାର ଯୋଜନା ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯାଇଛି। ବ୍ୟାସନଗରର ଚାନ୍ଦମା ପଡ଼ିଆରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଟଙ୍କା ପ୍ରଦାନ କରିଛନ୍ତି।
ରାଜ୍ୟରେ ୯୮ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ଲାଭବାନ ହେବେ। ଏହାସହ ଯେଉଁମାନେ ଏନ୍‌ପିସିଆଇରେ ରହିଯିବେ, ସେମାନଙ୍କୁ ମାର୍ଚ୍ଚ ୮ ତାରିଖ ସୁଦ୍ଧା ଯୋଡ଼ି ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସମ୍ବଲପୁରରେ ସୂଚନା ଦେଇଛନ୍ତି।

ପୂର୍ବ ପର୍ଯ୍ୟାୟ ଗୁଡିକରେ ଅନେକ ମହିଳାଙ୍କୁ ସୁଭଦ୍ରା ଟଙ୍କା ଆସିଥିଲେ ବି ମୋବାଇଲକୁ କୌଣସି ମେସେଜ ଆସି ନ ଥିଲା। ଏ ନେଇ ଅନେକ ହିତାଧିକାରୀ ବ୍ୟସ୍ତ ହୋଇପଡିଥିଲେ । ଅଧିକାଂଶଙ୍କ ପାଖରେ ଫୋନରେ ୟୁପିଆଇ ବ୍ୟବସ୍ଥା ନ ଥିବା ହେତୁ ଟଙ୍କା ଆସିଛି କି ନାହିଁ ସେମାନେ ସ୍ପଷ୍ଟ ହୋଇପାରୁନଥିଲେ । କେଉଁଠି କେଉଁଠି ବ୍ୟାଙ୍କ କିମ୍ବା ଏଟିଏମ ଯାଇ ତୁରନ୍ତ ଚେକିଂ କରିବାର ବ୍ୟବସ୍ଥା ମଧ୍ୟ ଉପଲବ୍ଧ ନାହିଁ । ଏପରି କ୍ଷେତ୍ରରେ କେମିତି ଜାଣିବେ ଟଙ୍କା ଆପଣଙ୍କ ଖାତାକୁ ଆସିଛି କି ନାହିଁ ଜାଣନ୍ତୁ ..

ଟଙ୍କା ଆସିଛି କି ନାହଁ ଜାଣିବା ପାଇଁ ସରକାରୀ ୱେବସାଇଟ ସୁଭଦ୍ରା ପୋର୍ଟାଲକୁ ଯାଆନ୍ତୁ। ପୋର୍ଟାଲ ଖୋଲିବା ପରେ ଆପଣଙ୍କ ଡାହାଣ ପାଖରେ କର୍ଣ୍ଣରରେ ଆବେଦନ ସ୍ଥିତି ଉପରେ କ୍ଲିକ କରନ୍ତୁ । ତାପରେ ଆପଣ ସାମ୍ନାରେ ଏକ ବକ୍ସ ଖୋଲିବ, ଯେଉଁଥିରେ ଆପଣଙ୍କୁନ ନିଜର ଆଧାର ନଂ ଦାଖଲ କରିବାକୁ ପଡ଼ିବ।

ପୋର୍ଟାଲ ଖୋଲିବା ପରେ ଆପଣଙ୍କ ଡାହାଣ ପାଖରେ କର୍ଣ୍ଣରରେ ଆବେଦନ ସ୍ଥିତି ଉପରେ କ୍ଲିକ କରନ୍ତୁ । ତାପରେ ଆପଣ ସାମ୍ନାରେ ଏକ ବକ୍ସ ଖୋଲିବ, ଯେଉଁଥିରେ ଆପଣଙ୍କୁନ ନିଜର ଆଧାର ନଂ ଦାଖଲ କରିବାକୁ ପଡ଼ିବ ।

ଏକ ପୃଷ୍ଠା ଖୋଲିବ ଯେଉଁଥିରେ ହିତାଧିକାରୀଙ୍କ ବିବରଣୀ ଦେଖାଯିବ । ତଳେ ଏକ ବକ୍ସ, ଇ କେୱାଇସି ଷ୍ଟାଟସ, ଇ କେୱାଇସି ପ୍ରକାର, ସୱୀକୃତି ସ୍ଥିତି, ପେମେଣ୍ଟ ସ୍ଥିତି ଦେଖାଯିବ ।

 


Enter your email to get our daily news in your inbox.

All Right Reserved By Dharitri.Com

ବଣ୍ଡାଇ

ଅଷ୍ଟ୍ରେଲିଆର ବେଳାଭୂମିରେ ୧୪ ଡିସେମ୍ବରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୯ ଜଣ ଆହତ ହୋଇଛନ୍ତି। ଗୁଳି ଚଳାଇଥିବା ତିନି...

କଂଗ୍ରେସରୁ ବିଦା ହେଲେ ମୋକିମ

ଭୁବନେଶ୍ୱର,୧୫ା୧୨: ପୂର୍ବତନ ବିଧାୟକ ମହମ୍ମଦ ମୋକିମ କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ମୋକିମ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ ହୋଇଛନ୍ତି।...

ହାତୀକୁ ଖାଦ୍ୟରେ ବିସ୍ଫୋରକ

ବାରିପଦା,୧୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୮ ଦିନ ତଳେ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦେଇ ଏକ ୨୭ଟିକିଆ ହାତୀପଲ ବୁଢ଼ାବଳଙ୍ଗ ନଦୀ ପାର ହୋଇ ବାଲେଶ୍ୱର...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ୱାଙ୍ଖଡେ ଷ୍ଟାଡିୟମ୍‌ରେ କିମ୍ବଦନ୍ତି ତାରକା, ମେସିଙ୍କୁ ୧୦ ନଂ ଜର୍ସି ଉପହାର ଦେଲେ ସଚିନ

ନୂଆଦିଲ୍ଲୀ,୧୪।୧୨: ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏବଂ ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦୁଇ କିମ୍ବଦନ୍ତୀ ଜର୍ସି...

୮ମ ବେତନ କମିଶନ ଭାର ସମ୍ଭାଳିବ ଭାରତୀୟ ରେଳବାଇ, ଖର୍ଚ୍ଚ କାଟିବାକୁ ସରକାରଙ୍କ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ,୧୪।୧୨: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ୮ମ କେନ୍ଦ୍ରୀୟ ବେତନ କମିଶନ ଲାଗୁ ହେବା ପୂର୍ବରୁ, ବୃଦ୍ଧି ହେବାକୁ ଥିବା ଦରମା ଓ ପେନ୍‌ସନ୍ ଭାରକୁ...

ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ଭଙ୍ଗାରୁଜା, ଏକାଧିକ ଆହତ ସୂଚନା

ଧର୍ମଶାଳା,୧୪।୧୨(ଶିବପ୍ରସାଦ ମହାନ୍ତି): ଧର୍ମଶାଳାରେ ପୁଣିଥରେ ହିଂସା ଦେଖିବାକୁ ମିଳିଛି । ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା କରାଯାଇଥିବା ସୂଚନା ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri