ଆନନ୍ଦପୁର ୦୭/୦୧(ସୁଶାନ୍ତ କୁମାର ସାହୁ): ମାନବିକତା ଦେଖାଇଲେ ଆନନ୍ଦପୁର ଉପଜିଲାପାଳ ନୀଳମାଧବ ସୁନା । ଦୁର୍ଘଟଣାର ଶିକାର ହୋଇ ରାସ୍ତା କଡରେ ପଡିଥିବା ଜଣେ ମହିଳାଙ୍କୁ ନିଜ ଗାଡିରେ ଆଣି ଡାକ୍ତରଖାନାରେ ଚିକିତ୍ସା କରାଇଛନ୍ତି । ସୂଚନା ଅନୁସାରେ, କେନ୍ଦୁଝର ଜିଲା ଘଷିପୁରା ଥାନା ଶୌଲଙ୍ଗ ଗାଁର ମାମାଲି ସାହୁ ବୁଧବାର ସ୍କୁଟିରେ ସାନଭାଇକୁ ବସାଇ କୌଣସି କାର୍ଯ୍ୟରେ ଯାଉଥିଲେ । ଏହି ସମୟରେ ବଳରାମପୁର ହମ୍ସ ନିକଟରେ ନିୟନ୍ତ୍ରଣ ହରାଇବାରୁ ଦୁର୍ଘଟଣା ଘଟି ରାସ୍ତା କଡରେ ପଡିଯାଇଥିଲେ । ଏତିକିବେଳେ ଧାନମଣ୍ଡି ପରିଦର୍ଶନ କରି ଫେରୁଥିବା ବେଳେ ଆନନ୍ଦପୁର ଉପଜିଲାପାଳ ଦେଖି କାଳ ବିଳମ୍ବ ନକରି ନିଜ ଗାଡିରେ ମହିଳା ଓ ତାଙ୍କ ସାନଭାଇଙ୍କୁ ନେଇ ଆନନ୍ଦପୁର ମେଡିକାଲରେ ପହଁଞ୍ଚାଇଥିଲେ । ପ୍ରଥମିକ ଚିକିତ୍ସାପରେ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବାବେଳେ ସାନଭାଇର କୈଣସି କ୍ଷତି ହୋଇନଥିବା ଜଣାପଡିଛି । ତେବେ ଏପରି କାର୍ଯ୍ୟପାଇଁ ଉପଜିଲାପାଳଙ୍କୁ ଅଞ୍ଚଳବାସୀ ଭୂରିଭୂରି ପ୍ରଶଂସା କରିଛନ୍ତି ।
Dharitri – Odisha’s No.1 Odia Daily


