ବନ୍ଧାହେଲେ ଉପଜିଲାପାଳ: ୧୦ ଲକ୍ଷ ଲାଞ୍ଚ ନେଇ ଧରାପଡ଼ିଥିଲେ

ଧର୍ମଗଡ଼,୯।୬: କଳାହାଣ୍ଡି ଜିଲା ଧର୍ମଗଡ଼ ଉପଜିଲାପାଳ ଧୀମାନ ଚକ୍‌ମାଙ୍କୁ ଭିଜିଲାନ୍ସ ଗିରଫ କରିଛି। କ୍ରଶର ବ୍ୟବସାୟୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରିଥିଲା। ଏନେଇ ଭିଜିଲାନ୍ସ ସେଲ୍‌ ଥାନା ପକ୍ଷରୁ ମାମଲା (ନଂ.୬/୨୦୨୫) ରୁଜୁ ହୋଇଥିଲା। ବଡ଼ କଥା ହେଲା, ଭିଜିଲାନ୍ସ ଟିମ୍‌ ଧର୍ମଗଡ଼ସ୍ଥିତ ଉପଜିଲାପାଳ ଧୀମାନଙ୍କ ସରକାରୀ ଆବାସରୁ ଆଉ ୪୭ ଲକ୍ଷ ଟଙ୍କା ଜବତ କରିଛି। ଭିଜିଲାନ୍ସ ଅଧିକାରୀମାନେ ଧୀମାନଙ୍କୁ ହେପାଜତକୁ ନେଇ ଲାଞ୍ଚ କାରବାର ସଂକ୍ରାନ୍ତରେ ପଚରାଉଚରା କରୁଛନ୍ତି। କ୍ରଶର ମାଲିକ ଜଣକ ଜୟପାଟଣା ଅଞ୍ଚଳର ବୋଲି ଜଣାପଡ଼ିଛି। ବ୍ୟବସାୟିକ ନିୟମରେ ତ୍ରୁଟି ଦର୍ଶାଇ ଧୀମାନ କ୍ରଶର ମାଲିକଙ୍କୁ କିଛିଦିନ ହେବ ଧମକାଉଥିଲେ। ୨୦ ଲକ୍ଷ ଟଙ୍କା ଟଙ୍କା ଲାଞ୍ଚ ନ ଦେଲେ ବ୍ୟବସାୟ ବନ୍ଦ କରିଦେବେ ବୋଲି ଧୀମାନ ଚେତାବନୀ ଦେଉଥିଲେ। କୌଣସି ଉପାୟ ନ ପାଇ ଏ ସଂକ୍ରାନ୍ତରେ ବ୍ୟବସାୟୀ ଜଣକ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଧୀମାନ ସାରେ ଅଗ୍ରିମ ୧୦ ଲକ୍ଷ ଟଙ୍କା ନେବାକୁ ତାଙ୍କ ସରକାରୀ ଆବାସକୁ କ୍ରଶର ମାଲିକଙ୍କୁ ଡାକିଥିଲେ। ଲାଞ୍ଚ ଟଙ୍କା ନେଇ ଟେବୁଲ ଡ୍ରରେ ରଖିଥିବାବେଳେ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଥିଲା। ସେଥିରେ ବିଭିନ୍ନ ନୋଟ୍‌ର ୧୦୦ଟିକିଆ ୨୬ଟି ବଣ୍ଡଲ ଥିଲା। ତେବେ ବାସଭବନରୁ ଜବତ ହୋଇଥିବା ୪୭ ଲକ୍ଷ ଟଙ୍କା ମଧ୍ୟ ଲାଞ୍ଚ ଟଙ୍କା ବୋଲି ଭିଜିଲାନ୍ସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ତେବେ ଧୀମାନ ଦୁର୍ନୀତି ଟଙ୍କାକୁ ପ୍ଲଟ୍‌, ଫ୍ଲାଟ୍‌, ନିବେଶ ଆଦିରେ ଠୁଳ କରିଥିବା ଭିଜିଲାନ୍ସ ସନ୍ଦେହ କରୁଛି। ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ଦିଗକୁ ନେଇ ଭିଜିଲାନ୍ସ ତାଙ୍କ ବ୍ୟାଙ୍କ ଟ୍ରାଞ୍ଜାକ୍ସନ୍‌ ଓ କଲ୍‌ ଡିଟେଲ୍ସ ରିପୋର୍ଟ (ସିଡିଆର୍‌) ଆଦି ଯାଞ୍ଚ କରୁଛି।

ଉଲ୍ଲେଖଯୋଗ୍ୟ, ଧୀମାନଙ୍କ ଘର ତ୍ରିପୁରାର କାଞ୍ଚନପୁର। ତାଙ୍କ ବାପା ସ୍କୁଲ ଶିକ୍ଷକ। ଏନ୍‌ଆଇଟି ଅଗରତାଲାରେ କମ୍ପ୍ୟୁଟର ସାଇନ୍ସରେ ବିଟେକ୍‌ କରିଥିବା ଧୀମାନ ୨୦୧୭ରେ ଇଣ୍ଡିଆନ୍‌ ଫରେଷ୍ଟ ସର୍ଭିସ୍‌ (ଆଇଏଫ୍‌ଏସ୍‌)ପରୀକ୍ଷାରେ ଉତୀର୍ଣ୍ଣ ହୋଇ ଓଡ଼ିଶା କାଡାର ପାଇଥିଲେ। ପରେ ସେ କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ଦ୍ୱାରା ପରିଚାଳିତ ୨୦୨୦ର ସିଭିଲ ସର୍ଭିସ୍‌ ପରୀକ୍ଷାରେ ସର୍ବଭାରତୀୟସ୍ତରରେ ୪୮୨ତମ ସ୍ଥାନରେ ରହିଥିଲେ। ସେ ଆଇଏଏସ୍‌ ଟ୍ରେନିଂ ପରେ ୨୦୨୪ ଫେବୃଆରୀରେ ଧର୍ମଗଡ଼ ଉପଜିଲାପାଳ ଭାବେ ନିଯୁକ୍ତି ପାଇଥିଲେ। ଆଇଏଫ୍‌ଏସ୍‌ ଅଫିସର ଥିବାବେଳେ ସେ ମୟୁରଭଞ୍ଜ ଜିଲା ବାରିପଦାରେ ସହକାରୀ ବନ ସଂରକ୍ଷକ ଦାୟିତ୍ୱରେ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri