ସୁକନ୍ୟା ଯୋଜନା ସୁଧ ହାର ୮.୨%କୁ ବୃଦ୍ଧି

ଭୁବନେଶ୍ୱର, ୩୦।୧୨(ଅନୁରାଧା ମହାରଣା): ସୁକନ୍ୟା ସମୃଦ୍ଧି ଯୋଜନାରେ ନିବେଶ କରୁଥିବା ନିବେଶକମାନଙ୍କୁ ସରକାର ନୂଆ ବର୍ଷରେ ଏକ ବଡ଼ ଉପହାର ଦେଇଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସିକ ପାଇଁ ଏହି ଯୋଜନାର ସୁଧ ହାର ୮ ପ୍ରତିଶତରୁ ୮.୨ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଏହା ବ୍ୟତୀତ ୩ ବର୍ଷର କାର୍ଯ୍ୟକାଳ ସହିତ ଜମା ଉପରେ ସୁଧ ୭ ପ୍ରତିଶତରୁ ୭.୧ ପ୍ରତିଶତକୁ ବୃଦ୍ଧି କରାଯାଇଛି। ମାତ୍ର ଅନ୍ୟ ଛୋଟ ସଞ୍ଚୟ ଯୋଜନାର ସୁଧ ହାରରେ କୌଣସି ପରିବର୍ତ୍ତନ ହୋଇନାହିଁ। ବିଶେଷକରି ପବ୍ଲିକ ପ୍ରୋଭିଡେଣ୍ଟ ପାଣ୍ଠିର ନିବେଶକମାନେ ଅର୍ଥାତ୍‌ ପିପିଏଫ ପୁଣି ଥରେ ନିରାଶ ହୋଇଛନ୍ତି। ସୂଚନା ଥାଉ କି, ଅର୍ଥ ମନ୍ତ୍ରଣାଳୟର ଅର୍ଥନୈତିକ ବ୍ୟାପାର ବିଭାଗ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ୨୦୨୩-୨୪ ର ଚତୁର୍ଥ ତୈମାସିକ ପାଇଁ କ୍ଷୁଦ୍ର ସଞ୍ଚୟ ଯୋଜନାର ସୁଧ ହାର ସମୀକ୍ଷା ଏବଂ ଘୋଷଣା କରିଛି। କ୍ଷୁଦ୍ର ସଞ୍ଚୟ ଯୋଜନା ମଧ୍ୟରେ କେବଳ ସୁକନ୍ୟା ସମୃଦ୍ଧି ଯୋଜନାର ସୁଧ ହାରରେ ପରିବର୍ତ୍ତନ କରାଯାଇଛ। ବିଶେଷକରି ଝିଅମାନଙ୍କ ପାଇଁ ପ୍ରଯୁଜ୍ୟ କେନ୍ଦ୍ରସରକାରଙ୍କ ସୁକନ୍ୟା ଯୋଜନାର ସୁଧ ହାର ୮ ପ୍ରତିଶତରୁ ୮.୨ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଏହାପୂର୍ବରୁ ମଧ୍ୟ ଚଳିତ ଆର୍ଥିକ ବର୍ଷର ପ୍ରଥମ ତୈମାସିକରେ ସୁକନ୍ୟା ସମୃଦ୍ଧି ଯୋଜନାର ସୁଧ ହାର ୭.୬ ପ୍ରତିଶତରୁ ୮ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା। ଅର୍ଥାତ୍‌ ଚଳିତ ଆର୍ଥିକ ବର୍ଷରେ ସରକାର ଏହି ଯୋଜନା ପାଇଁ ସୁଧ ହାରକୁ ୦.୬ ପ୍ରତିଶତ ବୃଦ୍ଧି କରିଛନ୍ତି। ତେବେ ଅନ୍ୟ କେତେକ ଯୋଜନାର ସୁଧ ହାରରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଅର୍ଥ ମନ୍ତ୍ରଣାଳୟର ସର୍କୁଲାର ଅନୁଯାୟୀ, ୨୦୨୪ ଜାନୁଆରୀ ୧ରୁ ମାର୍ଚ୍ଚ ୩୧, ୨୦୨୪ ପର୍ଯ୍ୟନ୍ତ ସଞ୍ଚୟ ଜମା ଉପରେ ୪ ପ୍ରତିଶତ ସୁଧ ଉପଲବ୍ଧ ହେବ। ୧ ବର୍ଷ ସମୟ ଜମା ଉପରେ ୬.୯ ପ୍ରତିଶତ ସୁଧ, ୨ ବର୍ଷ ସମୟ ଜମା ଉପରେ ୭ ପ୍ରତିଶତ ସୁଧ ଏବଂ ୫ ବର୍ଷ ସମୟ ଜମା ଉପରେ ୭.୫ ପ୍ରତିଶତ ସୁଧ ଉପଲବ୍ଧ ହେବ। ୫ ବର୍ଷର ବାରମ୍ବାର ଜମା ଉପରେ ୬.୭ ପ୍ରତିଶତ ସୁଧ ହାର ଅପରିବର୍ତ୍ତିତ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri